Advertisment

ଆରମ୍ଭ ହେଲା ରଥଟଣା; ଜନ୍ମବେଦୀ ଅଭିମୁଖେ ୩ ଠାକୁର

୫ ଦଶନ୍ଧି ପରେ ଗତାକାଲି ଏକ ବିରଳ ତିଥିରେ ଏକାଥରେ ମହାପ୍ରଭୁଙ୍କ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଗୁଣ୍ଡିଚା ଯାତ୍ରା ପଡିଥିବାରୁ ଏଥର ଦୁଇ ଦିନ ରଥଟାଣିବାକୁ ପରମ ସୌଭାଗ୍ୟପ୍ରାପ୍ତ ହୋଇଛନ୍ତି ଭକ୍ତ।

ଅଦ୍ୟତନ ହୋଇଛି
Rath yatra

Rath yatra

Advertisment

ଗତକାଲି ବଡଦାଣ୍ଡରେ ଅଟକି ରହିଥିବା ୩ ରଥ ଆଜି ସକାଳୁ ଜନ୍ମବେଦୀ ମୁହାଁ ହୋଇଛନ୍ତି। ଲକ୍ଷଲକ୍ଷ ଭକ୍ତଙ୍କ ଉପସ୍ଥିତିରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ି ଚାଲିଛି ରଥ।

Advertisment

ଆଗେ ଆଗେ ଯାଉଛନ୍ତି ବଡ଼ ଭାଇ ବଳଭଦ୍ର। ପଛେପଛେ ଆସୁଛି ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ। ଶେଷରେ ନନ୍ଦିଘୋଷ ରଥରେ ଆସୁଛନ୍ତି କାଳିଆ ସାଆନ୍ତ। ରଥରେ ୩ ଠାକୁରଙ୍କୁ ପାଇ ଭାବବିହ୍ୱଳ ହୋଇପଡ଼ିଛନ୍ତି ଭକ୍ତ। ଘଣ୍ଟଘଣ୍ଟା, ବାଦ୍ୟରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ।

ଗତକାଲି ନିର୍ଦ୍ଧାରିତ ସମୟ ନୀତିକାନ୍ତି ସରିବା ପରେ ଅପରାହ୍ନ ୫ଟାରେ ଆରମ୍ଭ ହୋଇଥିଲା ରଥ ଟଣା। ରାଜନଅର ସମ୍ମୁଖରେ ଅଟକିଥିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ। ମରିଚିକୋଟ ଛକରେ ଅଟକି ରହିଥିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ। ସେହିପରି ସିଂହଦ୍ୱାର ଠାରୁ ମାତ୍ର ଅଳ୍ପ ଦୂର ଯାଇ ଅଟକିଥିଲେ କାଳିଆ ସାଆନ୍ତ।

Advertisment

୫ ଦଶନ୍ଧି ପରେ ଗତାକାଲି ଏକ ବିରଳ ତିଥିରେ ଏକାଥରେ ମହାପ୍ରଭୁଙ୍କ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଗୁଣ୍ଡିଚା ଯାତ୍ରା ପଡିଥିବାରୁ ଏଥର ଦୁଇ ଦିନ ରଥଟାଣିବାକୁ ପରମ ସୌଭାଗ୍ୟପ୍ରାପ୍ତ ହୋଇଛନ୍ତି ଭକ୍ତ।

Ratha Yatra Puri Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe