Advertisment

ଚତୁର୍ଥ ଦିନରେ ମାଉସୀ ମା’ ଘରେ ପହଞ୍ଚିଲା କେନ୍ଦ୍ରାପଡ଼ାର ବ୍ରହ୍ମ ତାଳଧ୍ୱଜ ରଥ

ବହୁ ଚେଷ୍ଟା ପରେ ରଥଯାତ୍ରାର ୪ ଦିନ ପରେ ରଥ ଆଜି ମାଉସୀ ମାଆ ମନ୍ଦିରରେ ପହଞ୍ଚିବା ପରେ ଭକ୍ତ ଭାବବିହ୍ୱଳ ହୋଇ ପଡ଼ିଥିଲେ।

Ratha

Ratha

Advertisment

ତିନି ଦିନ ଧରି ଅଧା ବାଟରେ ଅଟକି ରହିବାପରେ ଶେଷରେ ମାଉସୀ ମା ଘର ନିକଟରେ ପହଞ୍ଚିଲା କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜିଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ। 

Advertisment

ଗତକାଲି ସଂଧ୍ୟା ପରେ ଅଟକି ରହିଥିବା ରଥକୁ ଆଜି ପୁଣି ଟଣା ଯାଇଥିଲେ ମଧ୍ୟ ରଥ ଗଡ଼ି ନଥିଲା। ମାତ୍ର ୫୦ ମିଟର ଗଡ଼ିବା ପରେ ପୁଣି ଅଟକି ଯାଇଥିଲା। ରଥ ବାମ ମୋଡ଼ ନେବାରୁ ଆଉ ଆଗକୁ ଗଡ଼ିପାରୁନଥିଲା। ଶେଷରେ ରେଲୱେର ହାଇଡ୍ରଲିକ୍ ମେସିନ ସହାୟତାରେ ସିଧା କରାଯିବାରୁ ରଥ ଆଗକୁ ଯାଇଥିଲା। ବହୁ ଚେଷ୍ଟା ପରେ ରଥଯାତ୍ରାର ୪ ଦିନ ପରେ ରଥ ଆଜି ମାଉସୀ ମାଆ ମନ୍ଦିରରେ ପହଞ୍ଚିବା ପରେ ଭକ୍ତ ଭାବବିହ୍ୱଳ ହୋଇ ପଡ଼ିଥିଲେ।

Ratha Yatra Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe