Advertisment

କୁନି ରଥରେ ତିନିଠାକୁର

କୁନି କୁନି ତିନିରଙ୍କୁ ତିଆରି କରିବା ପାଇଁ ୮ରୁ ୧୦ ଘଣ୍ଟା ସମୟ ଲାଗିଥିବା ଗୋପାଳ କହିଛନ୍ତି। ତାଙ୍କର ଏହି କଳାକୃତିକୁ ଦେଖୁବା ପାଇଁ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି।

author-image
Biswajit Samal
Ratha

Ratha

ଆଜି ହେଉଛି ବିଶ୍ୱ ପ୍ରଶିଦ୍ଧ ରଥ ଯାତ୍ରା। ଏହି ପବିତ୍ର ଯାତ୍ରକୁ ଦେଖିବାକୁ କୋଟି ଜଗନ୍ନାଥ ପ୍ରେମୀ ଚାତକ ପରି ଚାହିଁ ରହିଛନ୍ତି। ଏମିତି ଏକ ଦିବ୍ୟ ସମୟରେ କେହି କେହି ନିଆରା ଢ଼ଙ୍ଗରେ ରଥ ତିଆରି କରି ନିଜର ଭାବକୁ ପ୍ରକାଶ କରିଥାନ୍ତି। ସେଇଭଳି ଭଦ୍ରକଜିଲ୍ଲା ଧାମନଗର ବ୍ଲକ ଓ ସରେଇଚୁଡ଼ାକୁଟି ଗାଁର  ଶିଳ୍ପୀ ଗୋପାଳ ସାମଲ ତୁଳସୀ କାଠିରେ କୁନି ରଥ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି।

Advertisment

ଗୋପାଳ ତିଆରି କରିଥିବା ରଥର ଉଚ୍ଚ ଉଚ୍ଚତା ଅଢ଼େଇ ସେଣ୍ଟିମିଟର ଓ ଚଉଡ଼ା ମାତ୍ର ୧୪ ସେଣ୍ଟିମିଟର ରହିଛି। ତିନି ରଥ ତୁଳସୀ କାଠି ଓ କିଛି ଫାଇବରରେ ନିର୍ମାଣ କରାଯାଇଛି। ରଥରେ ସାରଥୀ ଅଛନ୍ତି, ଘୋଡ଼ା ଲାଗିନ୍ତି, ସବୁ ପାଶ୍ୱ ଦେବା ଦେବି ବି ଅଛନ୍ତି। ଉକ୍ତ ରଥରେ ୫ ମିମିର ଚତୁର୍ଥା ବିଗ୍ରହ ବସିଛନ୍ତି। ଏହି ରଥରେ ଦଉଡ଼ି ଲାଗିଛି ଆଉ ରଥକୁ ଟାଣିଲେ ଗଡ଼ୁଛି। କୁନି କୁନି ତିନିରଙ୍କୁ ତିଆରି କରିବା ପାଇଁ ୮ରୁ ୧୦ ଘଣ୍ଟା ସମୟ ଲାଗିଥିବା ଗୋପାଳ କହିଛନ୍ତି। ତାଙ୍କର ଏହି କଳାକୃତିକୁ ଦେଖୁବା ପାଇଁ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି।

Ratha Yatra