Advertisment

ବିସ୍ଫୋରକ ବୟାନ ଦେଲେ ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ

ଶ୍ରୀକ୍ଷେତ୍ରରେ ଆଡ଼ପ ପହଣ୍ଡି ବେଳେ ଚାରମାଳ ଉପରେ ହାମୁଡେଇ ପଡ଼ିଥିଲେ ବଡ଼ ଠାକୁର।

ଅଦ୍ୟତନ ହୋଇଛି
Adapa Mandap Bije mishap

Adapa Mandap Bije mishap

Advertisment

ଶ୍ରୀକ୍ଷେତ୍ରରେ ଆଡ଼ପ ପହଣ୍ଡି ବେଳେ ତାଳଧ୍ୱଜ ରଥରୁ ବଡ଼ଠାକୁର ବଳଭଦ୍ର ହାମୁଡେଇ ପଡ଼ିବା ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର।

Advertisment

ସେ କହିଛନ୍ତି, ନୀତିକାନ୍ତିରେ ଭୁଲ ହୋଇଛି। ବଡ଼ ଠାକୁରଙ୍କ ପାଖରେ ଯେଭଳି ଭୋଗ ହେବା କଥା ହୋଇନାହିଁ। ଗୋଟିଏ ଭୋଗରେ ଦୁଇଟି
ଯାତ୍ରା ହୋଇଛି। ଗୁଣ୍ଡିଚା ଯାତ୍ରା ଦିନ ଭୋଗ ହେଲାନାହିଁ। ତେଣୁ ବଡ଼ ଠାକୁର ରଥ ଉପରକୁ ଉପାସରେ ଗଲେ। ଏଥିପାଇଁ ଏହି ଅଘଟଣ ଘଟିଥାଇପାରେ। 

ଏଥିସହ ଆହୁରି କହିଛନ୍ତି, ମହାପ୍ରଭୁ ଅଣସରୁ ଘରୁ ବାହାରିବା ପରେ ଅନ୍ନ ଭୋଗ ହୁଏ। ଘଣ୍ଟ,ଛତି ଓ କାହାଳୀ ବଜାଇ ରୋଷ ଘରୁ ମଙ୍ଗଳାଙ୍କ ପାଖ ଦେଇ ଭୋଗ ଆସିଥାଏ। ପରେ ଠାକୁରଙ୍କର ଅନ୍ୟ ନୀତି ହୋଇଥାଏ। ସକାଳ ଧୂପ ପରେ ପରେ ବଡ଼ ଠାକୁରଙ୍କ ପାଖରୁ ଆଜ୍ଞାମାଳ ଯାଇଥାଏ। ଯଦି ଉଭା ପଡ଼ିଥିବ ସେହିଦିନ ଆଜ୍ଞାମାଳ ଯାଇପାରି ନଥାଏ। ତା’ ପରଦିନ ଆଜ୍ଞାମାଳ ଯାଇଥାଏ। ତା’ ପରଦିନ ଘଣ୍ଟ,ଛତି ଓ କାହାଳୀ ବଜାଇ ଭୋଗ କରାଯାଏ ନାହିଁ। ପ୍ରଥମ ଦିନରେ ଘଣ୍ଟ,ଛତି ଓ କାହାଳୀ ବଜାଇ ଭୋଗ ହୋଇଥାଏ। ତାକୁ ନବଯୌବନ ଉତ୍ସବ କୁହାଯାଏ। ପ୍ରଥମ ଦିନରେ ଘଣ୍ଟ,ଛତି ଓ କାହାଳୀ ବଜାଇ ଭୋଗ କଲେ। ତା’ପରେ ମହାପ୍ରଭୁଙ୍କ ପାଖରେ ଶ୍ରୀପୁଞ୍ଚାରେ ଭୋଗ ହୋଇନଥିଲା। ମହାପ୍ରଭୁଙ୍କୁ ଉପାସରେ ରଥ ଉପକୁ ନିଆଯାଇଥିଲା। ମହାପ୍ରଭୁ ଭୋକରେ ଥିବାରୁ ଏହି ଅଘଟଣ ଘଟିଲା।

Advertisment

ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ କହିଛନ୍ତି, ଯେଉଁ ଦିନ ଘଣ୍ଟ,ଛତି ଓ କାହାଳୀ ବଜାଇ ଭୋଗ କରାଗଲା, ସେହିଦିନ ଆଜ୍ଞାମାଳ ଯିବା କଥା। ଠାକୁରଙ୍କର ନେତ୍ର ଉତ୍ସବ ହୋଇ ନଥିଲା, ଠାକୁର ନେତ୍ର ପାଇ ନଥିଲେ, ସକାଳଧୂପ ହୋଇ ନଥିଲା, ପଟ୍ଟ ଦିଅ ପ୍ରତ୍ୟାବର୍ତ୍ତନ କରିନଥିଲେ, ଠାକୁରଙ୍କ ଅଣସର ଭାଙ୍ଗି ନଥିବା ସତ୍ତ୍ୱେ ରଥ ଉପରକ ଆଜ୍ଞା ମାଳ ନିଆଯାଇଥିଲା। ଅଣସର ଘରୁ କିପରି ଆଜ୍ଞାମାଳ ଗଲା ବୋଲି ପ୍ରଶ୍ନ କରିଛନ୍ତି ହଳଧର?

ପୂଜା ପଣ୍ଡା ଆଜ୍ଞାମାଳ ନେଇକି ଯାଆନ୍ତି। ତାଙ୍କ ଭିତର କ’ଣ ସଲାସୁତରା ହୋଇଛି ଆମେ ଜାଣିନୁ। ମହାପ୍ରଭୁଙ୍କ ଯାତ୍ରା ଦିନ ଖାଇବାକୁ ଦିଆଯାଇ ନ ଥିଲା। ତାଙ୍କୁ ସେମିତି ରଥ ଉପରକୁ ନିଆଯାଇଥିଲା। ଏହା ନୀତିହୀନ ବୋଲି ସେ କହିଛନ୍ତି ।

ବଳଭଦ୍ରଙ୍କ ପହଣ୍ଡିରେ ସେବାୟତଙ୍କୁ ସାହାଯ୍ୟ କରିବା ପାଇଁ ଆଉ ୪୦ ଜଣ ଦରକାର। ଜଗନ୍ନାଥଙ୍କ ପହଣ୍ଡିରେ ସାହାଯ୍ୟ ପାଇଁ ୫୦ ଜଣ ଦରକାର। ସେହିପର ସୁଭଦ୍ରାଙ୍କ ପହଣ୍ଡି ବେଳେ୧୦ ଜଣ ସାହାଯ୍ୟ ପାଇଁ ଦରକାର। ହେଲେ ପହଣ୍ଡି ବେଳେ ଅଧିକ ଲୋକ ରହୁଛନ୍ତି। ଆମ କଥା ଶୁଣୁ ନାହାନ୍ତି ବୋଲି କହିଛନ୍ତି ହଳଧର। ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀଙ୍କ ପ୍ରତିକ୍ରିୟା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।

ସୂଚନାଯୋଗ୍ୟ, ଶ୍ରୀକ୍ଷେତ୍ରରେ ଆଡ଼ପ ପହଣ୍ଡି ବେଳେ ଚାରମାଳ ଉପରେ ହାମୁଡେଇ ପଡ଼ିଲେ ବଡ଼ ଠାକୁର। ପହଣ୍ଡିରେ ସାମିଲ ହୋଇଥିବା କେତେକ ସେବାୟତ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା। ଏଥିସହ ଜଗନ୍ନାଥ ପ୍ରେମୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଥିଲା।

Ratha Yatra Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe