Advertisment

କେତେ ବାଟ ଗଲାଣି ରଥ ନିର୍ମାଣ କାମ

ଓଝା ସେବକମାନେ ତିନି ରଥର ଯୋକା କଣ୍ଟା, ଦଣ୍ଡା କଣ୍ଟା, ଅଗ ପତେଳି କଣ୍ଟା ସହ ବିଡ଼ିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

author-image
Jitendra Garnayak
Ratha Work

Ratha Work

ପୁରୀ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ତିନି ରଥ ପାଇଁ ଆବଶ୍ୟକ ହେଉଥିବା ମୋଟ ୪୨ଟି ଚକ ମଧ୍ୟରୁ ୩୫ଟିର ନିର୍ମାଣ ଶେଷ ହୋଇଛି। ତିନି ରଥର ୨୧ ଗୋଟି ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଅଛି। ଏଥିସହ ତିନି ରଥର ବିଭିନ୍ନ ଅଂଶ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି।

Advertisment

ତିନି ରଥର ନିର୍ମାଣ ଶେଷ ହୋଇଥିବା ଆଗ ଓ ପଛର ଦୁଇଟି ଲେଖାଏଁ ମୁହାଁଟର ଅନୁକୂଳ ପୂଜା ହୋଇ ବିନ୍ଧ କାର୍ଯ୍ୟ ଆରମ୍ଭ ହେବ। ଏହା ସହିତ ତିନି ରଥର ପାଞ୍ଚଦଣ୍ଡାର ଅନୁକୂଳ ପୂଜା ହୋଇ ଦଣ୍ଡାଗୁଡ଼ିକର ଚଉପଟ କାର୍ଯ୍ୟ ଆରମ୍ଭ ହେବ।

ତିନି ରଥର ରୂପକାର ସେବକମାନେ କୋଣ ଗୁଜାରେ ସିଂହ ବିରାଳ ରୂପ ଖୋଦେଇ ଜାରି ରଖିଥିବା ବେଳେ ଶେଷ ହୋଇଥିବା ରୂପଗୁଡ଼ିକର ପଲିସ କାର୍ଯ୍ୟ ସହ ରୁପଗୁଡ଼ିକରେ ଅଳଙ୍କାର ପକା କାର୍ଯ୍ୟ ଜାରି ରହିଛି।

Advertisment

ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥର ଯୋକା କଣ୍ଟା, ଦଣ୍ଡା କଣ୍ଟା, ଅଗ ପତେଳି କଣ୍ଟା ସହ ବିଡ଼ିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

Ratha Yatra Puri Ratha Yatra