Advertisment

ରତ୍ନ ଭଣ୍ଡାର ଭିତରୁ ଉଡ଼ି ଆସିଲେ ଶହଶହ ଚେମେଣିଆ

ସବୁ କଳ୍ପନା ଜଳ୍ପାନାର ଅନ୍ତ ଘଟିବାକୁ ଯାଉଛି। ୪୬ ବର୍ଷ ପରେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲୁଛି। ପୂଜାର୍ଚ୍ଚନା ପରେ ଶ୍ରୀମନ୍ଦିର ତଦାରଖ କମିଟି ସଦସ୍ୟମାନେ ଅପରାହ୍ନ ୧ଟା ୨୮ ମିନିଟ୍‌ରେ ପ୍ରବେଶ କରିଛନ୍ତି।

author-image
Manoranjan Sial
Puri

Puri

ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଆଜି ଖୋଲାଯାଉଛି। ଶ୍ରୀମନ୍ଦିର ତଦାରଖ କମିଟି ସଦସ୍ୟମାନେ ରତ୍ନ ଭଣ୍ଡାର ଭିତରକୁ ପଶିବା ବେଳେ ଶହଶହ ସଂଖ୍ୟାରେ ଚେମେଣିଆ ବାହାରକୁ ଉଡ଼ି ଆସିଥିଲେ। ଚେମେଣିଆମାନେ ବାଇସି ପାହାଚ ଦେଇ ବାହାରକୁ ପଳାଇ ଆସୁଛନ୍ତି। ଚେମେଣିଆଙ୍କ ଉଡିବା ଦେଖି ନାନା କଥା ଶୁଣିବାକୁ ମିଳୁଛି।

Advertisment

ସବୁ କଳ୍ପନା ଜଳ୍ପାନାର ଅନ୍ତ ଘଟିବାକୁ ଯାଉଛି। ୪୬ ବର୍ଷ ପରେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲୁଛି। ପୂଜାର୍ଚ୍ଚନା ପରେ ଶ୍ରୀମନ୍ଦିର ତଦାରଖ କମିଟି ସଦସ୍ୟମାନେ ଅପରାହ୍ନ ୧ଟା ୨୮ ମିନିଟ୍‌ରେ ପ୍ରବେଶ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ତଦାରଖ କମିଟି ସଦସ୍ୟମାନେ ବାହାର ରତ୍ନ ଭଣ୍ଡାର ଖୋଲିବା ପରେ ଭିତର ରତ୍ନଭଣ୍ଡାର ଦେଖିବାକୁ ଯାଉଥିବା ଜଣାପଡ଼ିଛି।

ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି ୧୧ ଜଣ ସଦସ୍ୟ। ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ସଦସ୍ୟ ଡାକ୍ତର ସିବିକେ ମହାନ୍ତି, ଗଜପତି ମହାରାଜାଙ୍କ ପ୍ରତିନିଧି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏଏସ୍ଆଇ ଅଧୀକ୍ଷକ ଡିବି ଗଡ଼ନାୟକ, ରତ୍ନଭଣ୍ଡାର ସବ୍ କମିଟି ସଦସ୍ୟ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ଉ କରଣ ଓ ଦେଉଳ କରଣ ପ୍ରମୁଖ ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି।

Advertisment
Puri Ratna Bhandar Puri Srimandir