Advertisment

ପହଣ୍ଡି ବେଳେ ବଡ଼ ଠାକୁର ପଡ଼ିବା ଘଟଣାରେ ଚିନ୍ତାପ୍ରକଟ କଲେ ଗଜପତି

ରଥ ଉପରେ ଓ ପହଣ୍ଡି ବେଳେ ଅଧିକ ସେବାୟତ ରହିଥିବା ନଜରକୁ ଆସିଛି। ଏନେଇ ପରିଚାଳନା କମିଟି ବୈଠକରେ ବିସ୍ତୁତ ଭାବେ ଆଲୋଚନା ହୋଇଥିବା କହିଛନ୍ତି ଗଜପତି ମହାରାଜା।

author-image
Biswajit Samal
ଅଦ୍ୟତନ ହୋଇଛି
Gajapati Maharaja

Gajapati Maharaja

ଗତକାଲି ପହଣ୍ଡିରେ ଅଘଟଣକୁ ନେଇ ଚିନ୍ତା ପ୍ରକଟ କଲେ ଗଜପତି ମହାରାଜା। ଆଜି ବସିଥିବା ଗୁରୁତ୍ୱପୂର୍ଣ୍ଣ ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି। ଗତକାଲି ଯାହା ଘଟିଲା ତାହା ସାରା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କୁ ମର୍ମାହତ ଓ ଦୁଃଖିତ କରିଛି। ପ୍ରଶାସନ ସ୍ତରରେ ଭଲ ଭାବେ ଯାଞ୍ଚ ହେବ। ହେଲେ କିଛି ମୂଳ ସମସ୍ୟା ରହିଛି ବୋଲି ଗଜପତି କହିଛନ୍ତି।

Advertisment

ରଥ ଉପରେ ଓ ପହଣ୍ଡି ବେଳେ ଅଧିକ ସେବାୟତ ରହିଥିବା ନଜରକୁ ଆସିଛି। ଏନେଇ ପରିଚାଳନା କମିଟି ବୈଠକରେ ବିସ୍ତୁତ ଭାବେ ଆଲୋଚନା ହୋଇଥିବା କହିଛନ୍ତି ଗଜପତି ମହାରାଜା। ଏହି ଘଟଣା ପରେ ସେବାୟତ ମାନେ ଯାହା ଶିଖିବା କଥା ଶିଖିଛନ୍ତି। ଆଗାମୀ ଦିନରେ ଯେପରି ଘଟଣା ପୁନରାବୃତ୍ତି ନହେବ ସେଥିପାଇଁ ଯତ୍ନବାନ ହେବେ ସେବାୟତ।

ନୀଳାଦ୍ରି ବିଜେ ପରେ ଏନେଇ ବିସ୍ତୃତ ଭାବେ ଆଲୋଚନା ହେବ ବୋଲି ସେ ଦୋହରାଇଛନ୍ତି। ସେହିପରି ଘଟଣାର ତଦନ୍ତ କରିବା ପାଇଁ ୩ ଜଣିଆ କମିଟି ଗଠନ କରାଯାଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଜଣେ ଏଡିଏମ୍, ଉନ୍ନୟନ ପ୍ରଶାସକ ଓ ଜଣେ ଡିଏସପିଙ୍କୁ ନେଇ କମିଟି ଗଠନ ହୋଇଛି। ଘଟଣା ସମୟର ଭିଡିଓ ଫୁଟେଜ୍ ସହ ସମସ୍ତ ଦିଗକୁ ଦେଖି ତଦନ୍ତ କରି ନୀଳାଦ୍ରି ବିଜେର ୧୦ ଦିନ ମଧ୍ୟରେ କମିଟି ରିପୋର୍ଟ ପ୍ରଦାନ କରିବ ବୋଲି ସେ କହିଛନ୍ତି।

Advertisment

ସୁଆର ମହାସୁଆର ନିଯୋଗ ପୂର୍ବତନ ସଭାପତି ଭଗବାନ ସୁଆର କହିଛନ୍ତି, ଅସଲ ସେବାୟତଙ୍କ ବ୍ୟତୀତ କିଛି ଅଣସେବାୟତ ଅଯଥାରେ ରଥ ଓ ଚାରମାଳ ଉପରେ ଭିଡ଼ କରୁଛନ୍ତି। ଚାରମାଳର ଉଭୟ ପାର୍ଶ୍ୱରେ ବ୍ୟାରିକେଡ ହେଲେ ଭଲହୁନ୍ତା। ମୁଁ ଦୀର୍ଘ ୫୦ବର୍ଷରୁ ଅଧିକ ସମୟ ଧରି ମହାପ୍ରଭୁଙ୍କ ପହଣ୍ଡି କରି ଆସୁଛନ୍ତି। ହେଲେ ଏଭଳି ଘଟଣା କିଛି ନୂଆ କଥା ନୁହଁ। ବେଳେ ବେଳେ ମହାପ୍ରଭୁ ଏମିତି ସେବାୟତଙ୍କୁ କଲବଲ କରନ୍ତି।

ପହଣ୍ଡି ବେଳେ ଅଘଟଣକୁ ରାଜ୍ୟ ସରକାରଙ୍କୁ ନିଶାନା କରିଛି ବିଜେଡି। ଗତକାଲି ଯାହା ଘଟିଲା ତାହା ସାଢ଼େ ୪ କୋଟି ଓଡ଼ିଆଙ୍କୁ ବ୍ୟଥିତ କରିଛି। ଏହା ସମସ୍ତଙ୍କୁ ଦୁଃଖିତ କରିଛି, ଏହି ଘଟଣା ଅତ୍ୟନ୍ତ ଲଜ୍ଜାଜନକ ଓ ଅକ୍ଷମଣୀୟ ବୋଲି କହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ତେବେ ଏହି ଅଘଟଣ ପରେ ଉପମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ମନ୍ତବ୍ୟ ଆହୁରି ବ୍ୟଥିତ କରିଛି ବୋଲି ଦୋହରାଇଛନ୍ତି ସୁଲୋଚନା। ଏବେ ସରକାରଙ୍କୁ ଅନୁରୋଧ ନୀଳାଦ୍ରି ବିଜେ ଯାଏଁ ନୀତି ସୂଚାର ରୂପେ ତୁଲାଯାଉ ବୋଲି ସରକାରଙ୍କୁ ସେ ନିବେଦନ କରିଛନ୍ତି। ସେପଟେ ସୁଲୋଚନାଙ୍କ ଏହି ମନ୍ତବ୍ୟକୁ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି।

Ratha Yatra Puri Shreemandir