୮ରୁ ହୋଇପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ

ରତ୍ନଭଣ୍ଡାର ଯାଂଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରଜିତ୍ ପଶାୟତ ଆସନ୍ତା ୪ତାରିଖରେ ଓଡ଼ିଶା ଆସୁଛନ୍ତି। ୫ତାରିଖରେ ରତ୍ନଭଣ୍ଡାର ଯାଂଚ କମିଟିର ବୈଠକ ବସିବ । ଯଦି କମିଟିର ସହମତି ହୁଏ ତା’ହେଲେ ୮ତାରିଖରୁ ରତ୍ନଭଣ୍ଡାର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହେବ।

ଶ୍ରୀମନ୍ଦିରରେ ଉଡୁଛି ବାନା ଫର ଫର...

  • Published: Tuesday, 02 July 2024
  • , Updated: 02 July 2024, 10:50 PM IST

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଯାଂଚ କାର୍ଯ୍ୟ ଆସନ୍ତା ୮ତାରିଖରୁ ହେବାର ସମ୍ଭାବନା ରହିଛି। ଆସନ୍ତା ୪ ତାରିଖରେ ରତ୍ନଭଣ୍ଡାର ଯାଂଚ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରଜିତ୍ ପଶାୟତ ଓଡ଼ିଶା ଗସ୍ତରେ ଆସୁଥିବା ଓ ୫ ତାରିଖରେ ଯାଂଚ କମିଟି ବୈଠକ ବସିବାର ଥିବାରୁ ଏଭଳି ସମ୍ଭାବନା ସୃଷ୍ଟି ହୋଇଛି।

ରତ୍ନଭଣ୍ଡାର ଯାଂଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରଜିତ୍ ପଶାୟତ ଆସନ୍ତା ୪ତାରିଖରେ ଓଡ଼ିଶା ଆସୁଛନ୍ତି। ୫ତାରିଖରେ ରତ୍ନଭଣ୍ଡାର ଯାଂଚ କମିଟିର ବୈଠକ ବସିବ । ଯଦି କମିଟିର ସହମତି ହୁଏ ତା’ହେଲେ ୮ତାରିଖରୁ ରତ୍ନଭଣ୍ଡାର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହେବ। ଜୁଲାଇ ୮ରୁ ୨୭ତାରିଖ ପର୍ଯ୍ୟନ୍ତ ପ୍ରାୟ ୧୯ଦିନ ଧରି ରତ୍ନଭଣ୍ଡାର ଯାଂଚ, ମରାମତି ଓ ଅଳଙ୍କାର ଗଣନା କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ କ୍ଷମତାକୁ ଆସିଲେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଯାଂଚ, ମରାମତି ଓ ଗଣନା କାର୍ଯ୍ୟ କରିବାକୁ ବିଜେପି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା । ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଚାରିଦ୍ୱାର ଖୋଲିବା ସହ ୫୦୦କୋଟି ଟଙ୍କାର କର୍ପସ ପାଣ୍ଠିର ବ୍ୟବସ୍ଥା କରି ବିଜେପି ନିଜର ପ୍ରତିଶ୍ରୁତିକୁ ପାଳନ କରିସାରିଛି । ଏବେ ଯାଂଚ କମିଟିର ପରାମର୍ଶ ଆଧାରରେ ସରକାର ରତ୍ନଭଣ୍ଡାର ଖୋଲିବା ନେଇ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି ।

Related story