Advertisment

ଦେବସ୍ନାନ ପୂର୍ଣ୍ଣିମା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଜାଣନ୍ତୁ, କିପରି ପ୍ରବେଶ ଓ ପ୍ରସ୍ଥାନ କରିବେ

ଶୃଙ୍ଖଳିତ ଦର୍ଶନ ତଥା ଭିଡକୁ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଓ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ ।

Puri Temple

Puri Temple

Advertisment

ଆସନ୍ତା କାଲି ଦେବସ୍ନାନ ପୂର୍ଣ୍ଣିମା ଥିବାରୁ ପୁରୀରେ ପ୍ରବଳ ଗହଳି ହେବ । ତେଣୁ ଶୃଙ୍ଖଳିତ ଦର୍ଶନ ତଥା ଭିଡକୁ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଓ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ ।

Advertisment

ବଡଦାଣ୍ଡ ପାର୍ଶ୍ୱରୁ ଏବଂ ବିଭିନ୍ନ ଗଳିରୁ ଆସୁଥିବା ଭକ୍ତମାନେ ମାର୍କେଟ ଛକରୁ ଆରମ୍ଭ ହେଉଥିବା ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ। ଭକ୍ତମାନେ ବଡଦାଣ୍ଡସ୍ଥିତ ବ୍ୟାରିକେଡ ଭିତର ଦେଇ ଶ୍ରୀକୃଷ୍ଣ ସିନେମା ହଲ୍ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦିଗରେ ଆସିବେ ଏବଂ SJRCଠାରେ ପହଞ୍ଚିବେ। ଏହାପରେ ସେଠାରୁ SJRC ଡୋର୍ ଫ୍ରେମ୍ ମେଟାଲ୍ ଡିଟେକ୍ଟର ଯାଞ୍ଚ କରାଇ ଦୋଳବେଦୀ କୋଣଠାରେ ଥିବା ଷ୍ଟିଲ୍ ବ୍ୟାରିକେଡକୁ ପ୍ରବେଶ କରିବେ।

ଉତ୍ତର ଦ୍ୱାରରୁ ପ୍ରସ୍ଥାନ କରୁଥିବା ଭକ୍ତମାନେ ବଡଦାଣ୍ଡ ଦେଇ ନିଜ ସୁବିଧା ଅନୁସାରେ ଦୁଇଟି ମାର୍ଗ ଦେଇ ଯାଇପାରିବେ। ସତ୍ୟନାରାୟଣ ମନ୍ଦିର ଦେଇ ବଡଦାଣ୍ଡକୁ ଅନ୍ୟାନ୍ୟ ଗଳି ଦେଇ ଯାଇପାରିବେ । ଭିଡ ପରିସ୍ଥିତିକୁ ଲକ୍ଷ୍ୟ କରି ଭକ୍ତମାନେ ଦୋଳବେଦୀ କୋଣ ଦେଇ ଉତ୍ତର ଦ୍ୱାରଠାରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ବଡଦାଣ୍ଡକୁ ଯାଇପାରିବେ ।

Advertisment

ଟିକେଟଧାରୀ ଭକ୍ତମାନେ ପହଣ୍ଡି ଦର୍ଶନ ନିମନ୍ତେ ପ୍ରାତଃ ସମୟରେ ଧାଡିରେ ଦକ୍ଷିଣ ଦ୍ୱାରରେ ଥିବା ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ । ପହଣ୍ଡି ଶେଷ ହେବା ପରେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ ବନ୍ଦ ହୋଇଯିବ ।

Ratha Yatra Puri Shreemandir Snana Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe