Advertisment

ବଡ଼ଦାଣ୍ଡରେ ସୁଦାମା; ଆସିଛନ୍ତି ସଖାଙ୍କୁ ଦେଖା କରିବେ!

ସୁଦାମା ବେଶଧାରୀ ଯୁବକ କହିଛନ୍ତି, ବର୍ତ୍ତମାନ କଳି କାଳରେ ସମାଜରେ ପାପ ବଢ଼ି ଚାଲିଛି। ଭାଇ ଭାଇ ଭିତରେ ସମ୍ପର୍କ ଖରାପ। ବନ୍ଧୁ ବନ୍ଧୁ ଭିତରେ ସମ୍ପର୍କ ଖରାପ ହୋଇଛି। ଏଠି ଖାଲି ଶୋଷଣ ଚାଲିଛି।

Sudama

Sudama

Advertisment

ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ସୁଦାମା! ପୌରାଣିକ ଚରିତ୍ରରେ ଥିବା ସୁଦାମଙ୍କ ପରି ସେ ହାତରେ ବାଡ଼ି, ମୁଣ୍ଡରେ ଚିଳକ ଓ ଗେରୁଆ ଧୋତି ପିନ୍ଧି ଛଳ ଛଳ ଆଖିରେ ଶ୍ରୀକୃଷ୍ଣ ନାମ ଜପି ଜପି ଆଗକୁ ମାଡ଼ି ଚାଲିଛନ୍ତି। ସାଥୀରେ ଆଣିଛନ୍ତି ଖୁଦ ଭଜା! ଆଉ ଭାବିଛନ୍ତି ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବେ। କଳି ଯୋଗରେ ବଢ଼ିଯାଇଥିବା ପାପରୁ ସମସ୍ତଙ୍କୁ ମୁକ୍ତି ଦେବା ପାଇଁ ପ୍ରଭୁଙ୍କୁ ସେ ପ୍ରାର୍ଥନା କରୁଛନ୍ତି।

Advertisment

ଆଜି ହେଉଛି ମହାପ୍ରଭୁଙ୍କ ରଥଯାତ୍ରା। ସେଥିପାଇଁ ଭକ୍ତଙ୍କ ପାଖକୁ ଆସିଛନ୍ତି ମହାପ୍ରଭୁ। ବଡ଼ଦାଣ୍ଡରେ ଟାହିଆ ହଟାଇ ରଥରେ ବିଜେ କରିଛନ୍ତି। ମହାପ୍ରଭୁଙ୍କ ଅତି ନିକଟରୁ ପାଇ କୃତକୃତ୍ୟ ହେଉଛନ୍ତି ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ। ଏଥିରେ କେମିତି ବଞ୍ଚିତ ହେବେ ସୁଦାମା ଚରିତ୍ରରେ ଥିବା ବ୍ରହ୍ମପୁର ଯୁବକ। ରଥଯାତ୍ରା ପାଇଁ ସେ ୧୪୦ କିଲୋମିଟର ଚାଲି ଚାଲି ନିଜ ଗାଁ ମାଣ୍ଡିଆପାଲିରୁ ଆସି ବଡ଼ଦାଣ୍ଡରେ ପହଞ୍ଚିଛନ୍ତି। ଆଉ ଲୋତକ ଭରା ଚକ୍ଷୁରେ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଅସମ୍ଭାଳ ଭିଡ଼ ଭିତରେ ନିଜ ମନ ଭିତରେ ଥିବା ସେବୁ ଦୁଃଖ ଜଣାଉଛନ୍ତି।

ସୁଦାମା ବେଶଧାରୀ ଯୁବକ କହିଛନ୍ତି, ବର୍ତ୍ତମାନ କଳି କାଳରେ ସମାଜରେ ପାପ ବଢ଼ି ଚାଲିଛି। ଭାଇ ଭାଇ ଭିତରେ ସମ୍ପର୍କ ଖରାପ। ବନ୍ଧୁ ବନ୍ଧୁ ଭିତରେ ସମ୍ପର୍କ ଖରାପ ହୋଇଛି। ଏଠି ଖାଲି ଶୋଷଣ ଚାଲିଛି। ପ୍ରଭୁଙ୍କ ପାଖରେ ମୋର ପ୍ରାର୍ଥନା ସେହି ସମ୍ପର୍କରେ ପରିବର୍ତ୍ତନ ହେଉ। ମୁଁ କେଉଁ ଜନ୍ମରେ କ’ଣ କରିଛି ଜାଣିନି। ହେଲେ ଗତ ୭ ବର୍ଷରେ ଏହି ଚରିତ୍ର ଦରି ବଡ଼ଦାଣ୍ଡକୁ ଓହ୍ଲାଇଛି। ନିଜକୁ ବଡ଼ଦାଣ୍ଡରେ ହଜାଇ ଦେଉଛି ବୋଲି ସେ କହିଛନ୍ତି।

Advertisment

Ratha Yatra Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe