Advertisment

ମହାପ୍ରଭୁ ଅଲାରନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ଶ୍ରଦ୍ଧାଳୁ

ବିଶ୍ୱାସ ଅଛି ଅନବସର ସମୟରେ ଥରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ଯାହା ମିଳେ, ବର୍ଷ ତମାମ ଜଗନ୍ନାଥଙ୍କୁ ଦର୍ଶନ କଲେ ସମାନ ଫଳ ମଳିଥାଏ।

Lord Alarnath

Lord Alarnath

Advertisment

ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ ଆଜି ନବମ ଦିନରେ ପହଞ୍ଚିଛି। ପରମ୍ପରା ଅନୁସାରେ ରାତି ଚାରିଟାରୁ ଦ୍ଵାର ଖୋଲା ଯାଇ ମହାପ୍ରଭୁଙ୍କ ମଙ୍ଗଳ ଆରତୀ, ତଡ଼ପ ଲାଗି, ବେଶ, ଅବକାଶ ଓ ଗୋପଳବଲ୍ଲଭ ନୀତି ସମ୍ପନ୍ନ ହେବା ପରେ ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଜଗନ୍ନାଥ ପ୍ରେମୀ ଭକ୍ତମାନେ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ଦର୍ଶନ ନପାଇ ଛୁଟି ଆସୁଥିଲେ ବ୍ରହ୍ମଗିରି। ଏଠାରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ।

Advertisment

ବିଶ୍ୱାସ ଅଛି ଅନବସର ସମୟରେ ଥରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ଯାହା ମିଳେ, ବର୍ଷ ତମାମ ଜଗନ୍ନାଥଙ୍କୁ ଦର୍ଶନ କଲେ ସମାନ ଫଳ ମଳିଥାଏ। ତେଣୁ ଶ୍ରଦ୍ଧାଳୁମାନେ ମହାପ୍ରଭୁ ଅଲାରନାଥଙ୍କୁ ଟିକେ ଚର୍ମ ଚକ୍ଷୁରେ ଦେଖିବା ଓ ପ୍ରଭୁଙ୍କ କୃପା ଲାଭ କରିବା ପାଇଁ ଅନବସର ପନ୍ଦର ଦିନ ଅଲାରନାଥ ଦର୍ଶନ କରିବାକୁ ଆସୁଛନ୍ତି। ଚଳିତବର୍ଷ ଅନବସର ଦର୍ଶନ ପନ୍ଦର ଦିନ ପରିବର୍ତ୍ତେ ତେର ଦିନ ପଡୁଛି। ସେଥିପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଦେଖିବାକୁ ମିଳୁଛି। ଘଣ୍ଟା ଘଣ୍ଟା ଧରି ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଠିଆ ହୋଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି।

ସେପଟେ ସ୍ନାନପୂର୍ଣ୍ଣିମା ଦିନ ପ୍ରତ୍ୟେକ୍ଷ ସ୍ନାନ କରି ଅସୁସ୍ଥ ହୋଇପଡିଥିବା ଶ୍ରୀବିଗ୍ରହ ଏବେ ଦଇତାପତିଙ୍କ ଗୁପ୍ତ ଉପଚାର ପରେ ଧୀରେ ଧୀରେ ସୁସ୍ଥ ହୋଇ ଶୋଇବା ଅବସ୍ଥାରୁ ଉଠି ବସିବେ ମହାପ୍ରଭୁ। ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳମୋଦକ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯିବ। ରାଜବୈଦ୍ୟମାନେ ଦଶ ପ୍ରକାରର ଚେର ମୂଳିରୁ ପ୍ରସ୍ତୁତ କରିଛନ୍ତି ଦଶ ମୂଳ ମୋଦକ। ଅତ୍ୟନ୍ତ ଶୁଦ୍ଧପୂତ୍ତ ଭାବେ ଏହି ଔଷଧକୁ ବୈଦ୍ୟ ପ୍ରସ୍ତୁତ କରିଛନ୍ତି। ଏଥିରେ ଶାଳପର୍ଣ୍ଣି, ବେଲ, ଗୋଖରା, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣଚୁଡା, ଲବଙ୍ଗ, ଦେଶୀଘିଅ, ମହୁ, ନବାତ, ଖୁଆ, ଆଦି ବିଭିର୍ଣ୍ଣ ଦ୍ରବ୍ୟକୁ ମିଶାଯାଇ ଏହି ଔଷଧ ପ୍ରସ୍ତୁତ କରାଯାଇଛି। ମଙ୍ଗଳବାର ଏକାଦଶୀ ତିଥିରେ ଏହି ଔଷଧ ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ଶ୍ରୀଜିଉ।

Advertisment

ରିପୋର୍ଟ-ବ୍ରହ୍ମଗିରିରୁ ରବିନାରାୟଣ ପୂଜାରୀ 

Ratha Yatra Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe