Advertisment

ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ

ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ଶ୍ରଦ୍ଧାଳୁମାନେ କିଭଳି ସୁବିଧାରେ ଦର୍ଶନ କରିବେ ସେ ନେଇ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଅଦ୍ୟତନ ହୋଇଛି
Rath Yatra

Rath Yatra

Advertisment

ଶରଧାବାଲିରେ ରଥାରୁଢ଼ ତିନି ଦିଅଁଙ୍କୁ ଦେଖି ବିଭୋର ଭକ୍ତ। ଆଜି ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ। ସନ୍ଧ୍ୟା ଧୂପ ଶେଷ ହେବା ପରେ ଚାରମାଳ ବନ୍ଧାଯିବ ଏବଂ ଜନ୍ମବେଦୀକୁ ପହଣ୍ଡିରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ମଦନ ମୋହନ, ରାମକୃଷ୍ଣ, ଶ୍ରୀ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ କରିବେ। ଆଜି ଅପରାହ୍ନ ଯାଏ ରଥାରୁଢ଼
ବିଶ୍ୱନିୟନ୍ତାଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଆସନ୍ତାକାଲିଠୁ ମିଳିବ ଆଡ଼ପ ଅବଢ଼ା।

Advertisment

ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ଶ୍ରଦ୍ଧାଳୁମାନେ କିଭଳି ସୁବିଧାରେ ଦର୍ଶନ କରିବେ ସେ ନେଇ ବିଶେଷ ଗୁରୁତ୍ୱ ଦିଆଯାଇଛି। ଗର୍ଭଗୃହରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଛି।

ଅନ୍ୟପକ୍ଷରେ ଆଜିଠୁ ଶ୍ରୀମନ୍ଦିର ଗର୍ଭଗୃହର ଆବଶ୍ୟକୀୟ ମରାମତି ପାଇଁ ଶ୍ରୀମନ୍ଦିର ବୈଷୟିକ କମିଟି ସଦସ୍ୟଙ୍କ ସହ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ ଯାଞ୍ଚ କରିବେ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ରଥଯାତ୍ରା ସମୟରେ ଏହି ଯାଞ୍ଚ ଓ ଆବଶ୍ୟକ ସ୍ଥଳେ ମରାମତି କାର୍ଯ୍ୟ କରାଯିବ। ଅଧରପଣା ନୀତି ପୂର୍ବରୁ ଏହି ପ୍ରକ୍ରିୟାକୁ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ବୈଷୟିକକମିଟିର କାର୍ଯ୍ୟକାରୀ ସଭାପତି ତଥା ପୂର୍ତ୍ତ ବିଭାଗ ଇଞ୍ଜିନିୟର ମୁଖ୍ୟ ଡକ୍ଟର ଏନ୍.ସି.ପାଲ୍। ଗୁଣ୍ଡିଚାମନ୍ଦିର ମରାମତି, ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ଏବଂ ରତ୍ନଭଣ୍ଡାର ସ୍ଥିତି ସଂପର୍କରେ ତାଙ୍କ ସହ ଆଲୋଚନା କରିଛନ୍ତି ଆମ ପୁରୀ ବ୍ୟୁରୋ ହେଡ୍ ପ୍ରଦୀପ ମହାନ୍ତି।

Advertisment
Ratha Yatra Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe