Advertisment

‘୧୪ରେ ରତ୍ନଭଣ୍ଡାର ଖୋଲାଯିବା ପ୍ରାୟତଃ ସ୍ପଷ୍ଟ, କେବଳ SOPକୁ ତର୍ଜମା କରାଯିବ’

‘ଜୁଲାଇ ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଏକପ୍ରକାର ସ୍ପଷ୍ଟ। କେବଳ ପରିଚାଳନା କମିଟି ଯେଉଁ ଏସଓପି ସୁପାରିଶ କରିଛି ତାର ବିଭିନ୍ନ ଦିଗକୁ ଯାଞ୍ଚ କରାଯିବ।’

ଅଦ୍ୟତନ ହୋଇଛି
PRUTHWIRAJ_HARICHANDAN

PRUTHWIRAJ_HARICHANDAN

Advertisment

‘ଜୁଲାଇ ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ। କେବଳ ପରିଚାଳନା କମିଟି ଯେଉଁ ଏସଓପି ସୁପାରିଶ କରିଛି ତାର ବିଭିନ୍ନ ଦିଗକୁ ଯାଞ୍ଚ କରାଯିବ। ନୀତିକାନ୍ତି ସହ ଖାପ ଖୁଆଇ ସବୁ ଦିଗକୁ ସୁବିଧା ହେବା ଭଳି ନିଷ୍ପତ୍ତି ନିଆଯିବ।’ ଆଜି ଏପରି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

Advertisment

ଆଇନମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିର ପରିଚାଳନା କମିଟି ଯେଉଁ ତାରିଖ ଧାର୍ଯ୍ୟ କରିଛି ସେହି ଦିନ ରତ୍ନ ଭଣ୍ଡାର ଖୋଲିବ। ରତ୍ନ ଭଣ୍ଡାର ଯାଞ୍ଚ କମିଟିର ସୁପାରିଶକୁ ମୋହର ମାରିଛି ପରିଚାଳନା କମିଟି। ତାହା ଆଜି ସରକାରଙ୍କ ନିକଟରେ ପହଞ୍ଚିବ। ଯେଉଁ ଏସଓପି ସେମାନେ ତିଆରି କରିଛନ୍ତି ତାହାକୁ ସଠିକ ଭାବେ ଯାଞ୍ଚ କରାଯିବ। ଏହାକୁ ବାଦ ଦେଲେ ଯାଞ୍ଚ କମିଟି ଯେଉଁ ତାରିଖ ସ୍ଥିର କରିଛି ସେ ତାରିଖରେ ହିଁ ରତ୍ନ ଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ ବୋଲି କହିଛନ୍ତି ଆଇନମନ୍ତ୍ରୀ।

ଗତ ୯ ତାରିଖରେ ରତ୍ନ ଭଣ୍ଡାର ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ ବସି ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବା ନେଇ ତାରିଖ ଧାର୍ଯ୍ୟ ହୋଇଥିଲା। କେବଳ ସରକାରଙ୍କ ଅନୁମତିକୁ ଅପେକ୍ଷା ଥିବା କହିଥିଲେ ରତ୍ନ ଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ।

Advertisment

ଗତ ୯ ତାରିଖରେ ରତ୍ନ ଭଣ୍ଡାର କମିଟିର ଦ୍ୱିତୀୟ ବୈଠକ ବସିଥିବା ବେଳେ ଏ ନେଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିବା କହିଥିଲେ ଜଷ୍ଟିସ ରଥ। ରତ୍ନ ଭଣ୍ଡାର ଖୋଲାଯିବା ସମୟରେ ଠାକୁରଙ୍କ ରୀତିନୀତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ସମସ୍ତେ ଯତ୍ନବାନ ହେବେ। ରତ୍ନଭଣ୍ଡାର ଖୋଲାଯିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନି। ହୁଏତ ଭକ୍ତମାନଙ୍କୁ ସାମାନ୍ୟ ଦୂରରୁ ଦର୍ଶନ କରିବାକୁ ପଡ଼ିପାରେ ବୋଲି ସେ କହିଥିଲେ।

ଏଥିସହ କହିଥିଲେ, ଉକ୍ତ ଦିନ ଗଣତି ଆରମ୍ଭ କରାଯିବ। ତାହା କେବେ ସରିବ ତାହା ନିର୍ଦ୍ଧାରିତ ହୋଇନି। ଏଥିନିମନ୍ତେ ପ୍ରଥମେ ଠାକୁରଙ୍କ ଗହଣା ଚିହ୍ନି ପାରିବା ସହ ତାହାର ଗୁଣବତ୍ତା ପରଖି ପାରୁଥିବା ବଣିଆଙ୍କୁ ଚୟନ କରାଯିବ ବୋଲି କହିଛନ୍ତି ଜଷ୍ଟିସ୍‌ ରଥ।

Ratha Yatra Puri Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe