Advertisment

ସକାଳ ୮ରୁ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ କରିପାରିବେ ଭକ୍ତ

ଭକ୍ତମାନେ ୧୦୦ ଟଙ୍କା ଟିକେଟ କରି ପାରିମାଣିକ ଦର୍ଶନ କରିପାରିବେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Puri

Puri

ଜୁନ୍ ୨୦ ତାରିଖରେ ଆୟୋଜିତ ହେବ ବିଶ୍ୱ ନିଅନ୍ତାଙ୍କ ଘୋଷଯାତ୍ରା। ଏଥିନିମନ୍ତେ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଜୁନ୍‌ ୧୯ ତାରିଖରେ ଶ୍ରୀଜିଉଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ସକାଳ ୮ଟାରୁ ପାରିମାଣିକ ଦର୍ଶନ ଆରମ୍ଭ ହେବ। ୯ଟା ଯାଏଁ ଭକ୍ତମାନେ ପାରିମାଣିକ ଦର୍ଶନ କରିପାରିବେ। ୯ଟାରୁ ୧୧ଟା ଯାଏ ସର୍ବସାଧାରଣ ଦର୍ଶନ ଚାଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ପକ୍ଷରୁ କରାଯାଇଥିବା ସମ୍ବାଦିକ ସମ୍ମିଳନୀ ଏହି ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ।  

Advertisment

ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା ଯେ, ଏକ ଘଣ୍ଟା ଶ୍ରୀଜିଉ ପାରିମାଣିକ ଦର୍ଶନ ଦେବା ପରେ ମହାପ୍ରଭୁଙ୍କ ସାହାଣ ମେଳା ହେବ। ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଭକ୍ତମାନେ ବାହାରପଟେ ଦର୍ଶନ କରିପାରିବେ। ହେଲେ ଭକ୍ତମାନେ ଭିତରପଟ ଦର୍ଶନ କରିପାରିବେ ନାହିଁ। ମହାପ୍ରଭୁଙ୍କ ରୀତିନୀତି ଚାଲୁଥିବାରୁ ଭକ୍ତମାନଙ୍କୁ ଭିତର ପଟେ ଦର୍ଶନ କରିବାକୁ ବାରଣ କରାଯାଇଛି। ଏହି ୨ ଘଣ୍ଟାର ଦର୍ଶନପରେ ଭକ୍ତମାନେ ଆଉ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ। ଭକ୍ତମାନେ ସେହି ସମୟରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।। ତା’ପରେ ମହାପ୍ରଭୁଙ୍କର ଗୋଟିଏ ପରେ ଗୋଟିଏ ନୀତିକାନ୍ତ ଚାଲିବ।

ପାରିମାଣିକ ଦର୍ଶନ ପାଇଁ ଟିକେଟର ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି। ଏହି ବ୍ୟବସ୍ଥାରେ ଦକ୍ଷିଣ ଦ୍ୱାର ଦେଇ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

Advertisment

ଭକ୍ତମାନେ କିପରି ଶାନ୍ତଶୃଙ୍ଖଳାରେ ଦର୍ଶନ କରିବେ ସେନେଇ ବ୍ୟବସ୍ଥା କରାଯାଇଛି। ରାତି ୯ଟା ସମୟରେ ଶ୍ରୀଜିଉଙ୍କ ସେନାପେଟା ଲାଗି ହେବ ବୋଲି ସ୍ଥିର କରାଯାଇଛି ସୂଚନା ଦିଆଯାଇଛି।

Puri Shreemandir