Advertisment

ମହାପ୍ରଭୁଙ୍କ ପ୍ରେମରେ ନେପାଳୀ ଶ୍ରଦ୍ଧାଳୁ

ଶ୍ରୀମନ୍ଦିର ସହିତ ନେପାଳର ରହିଛି କାହିଁ କେଉଁ କାଳରୁ ସମ୍ପର୍କ। ସେଥିପାଇଁ ବହୁ ନେପାଳୀ ଶ୍ରଦ୍ଧାଳୁ ପଶ୍ଚିମବଙ୍ଗର ମାୟାପୁରୀ ଦେଇ ଶ୍ରୀକ୍ଷେତ୍ର ଧାଇଁ ଆସିଛନ୍ତି।

author-image
Manoranjan Sial
Puri

Puri

ମହାପ୍ରଭୁଙ୍କ ପ୍ରେମରେ ନେପାଳୀ ଶ୍ରଦ୍ଧାଳୁ। କାହିଁ କେତେ ଦୂରରୁ ଶ୍ରୀକ୍ଷେତ୍ର ଧାଇଁ ଆସିଛନ୍ତି। ଆଉ ମହାପ୍ରଭୁଙ୍କ ନାମ ସଂକୀର୍ତ୍ତନରେ ମଜି ଯାଇଛନ୍ତି। ମହାପ୍ରଭୁଙ୍କ ଅଲୌକିକ ଶକ୍ତିକୁ ଅନୁଭବ କରିଛନ୍ତି ବୋଲି କହିଛନ୍ତି।

Advertisment

ଶ୍ରୀମନ୍ଦିର ସହିତ ନେପାଳର ରହିଛି କାହିଁ କେଉଁ କାଳରୁ ସମ୍ପର୍କ। ସେଥିପାଇଁ ବହୁ ନେପାଳୀ ଶ୍ରଦ୍ଧାଳୁ ପଶ୍ଚିମବଙ୍ଗର ମାୟାପୁରୀ ଦେଇ ଶ୍ରୀକ୍ଷେତ୍ର ଧାଇଁ ଆସିଛନ୍ତି। ସେମାନେ ଗତ ୩ ଦିନ ହେଲା ବଡ଼ଦାଣ୍ଡରେ ନାମ ସଂକୀର୍ତ୍ତନ କରୁଛନ୍ତି। ଆଉ ରଥାରୂଢ଼ ତିନି ଠାକୁରଙ୍କୁ ଦେଖି ଗଦ୍‌ଗଦ୍‌ ହୋଇଛନ୍ତି। ନିଜ ଆଖିରେ ମହାପ୍ରଭୁଙ୍କୁ ଦେଖି କୃତକୃତ୍ୟ ହୋଇଛନ୍ତି। ନେପାଳି ଶ୍ରଦ୍ଧାଳୁମାନେ ପ୍ରଥମ ଥର ଶ୍ରୀକ୍ଷେତ୍ର ଆସିଥିବାରୁ ନିଜକୁ ଧନ୍ୟ ମଣୁଛନ୍ତି। ଆଗାମୀ ବର୍ଷରେ ନିଶ୍ଚିତ ଆସିବେ ବୋଲି କହିଛନ୍ତି।

ଜଣେ ଶ୍ରଦ୍ଧାଳୁ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ମହିମା ସମଗ୍ର ବିଶ୍ୱରେ ପରିଚିତ। ପ୍ରଭୁ ସମସ୍ତଙ୍କୁ କୃପା କରନ୍ତୁ। ବଡ଼ଦାଣ୍ଡରେ ନାମ ସଂକୀର୍ତ୍ତନ କଲା ବେଳେ ଆମେ ମହାପ୍ରଭୁ ଜଗନ୍ନାଥଙ୍କର ଅଲୌକିକ ଶକ୍ତିକୁ ମର୍ମେ ମର୍ମେ ଅନୁଭବ କରିଛୁ ବୋଲି ଶ୍ରଦ୍ଧାଳୁ ଜଣକ କହିଛନ୍ତି।

Advertisment

ଆଉ ଜଣେ ଶ୍ରଦ୍ଧାଳୁ କହିଛନ୍ତି, ପ୍ରଥମ ଥର ପାଇଁ ମୁଁ ଶ୍ରୀକ୍ଷେତ୍ର ଆସିଛି। ଆଉ ବଡ଼ଦାଣ୍ଡରେ ରଥାରୂଢ଼ ମହାପ୍ରଭୁଙ୍କୁ ଦେଖିବାକୁ ପାଇଲି। ଏଠାକାର ପରିବେଶ ବହୁତ ସୁନ୍ଦର। ଆଗାମୀ ବର୍ଷରେ ନିଶ୍ଚିତ ଆସିବି ବୋଲି ଶ୍ରଦ୍ଧାଳୁ ଜଣକ କହିଛନ୍ତି।

Ratha Yatra Puri Shreemandir Puri