Advertisment

ପହଣ୍ଡି ଶେଷ, ଚତୁର୍ଦ୍ଧା ମୂର୍ତ୍ତି ରଥାରୁଢ଼

ସକଳା ପ୍ରାୟ ୯ଟା ବେଳେ ଆରମ୍ଭ ହୋଇଥିଲା ପହଣ୍ଡି।

ଅଦ୍ୟତନ ହୋଇଛି
Lord Jagannath

Lord Jagannath

Advertisment

ଶେଷ ହୋଇଛି ପହଣ୍ଡି। ରଥାରୁଢ଼ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ରଥ ଉପରେ ଅନ୍ୟାନ୍ୟ ନୀତିକାନ୍ତି ଶେଷ ହେବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଆସି ଛେରା ପହଁରା କରିବେ। ତା’ପରେ ଆରମ୍ଭ ହେବ ରଥ ଟଣା।

Advertisment
Sudarshanଶ୍ରୀସୁଦର୍ଶନଙ୍କ ପହଣ୍ଡି

ରଥଯାତ୍ରା ନୀତି ନିର୍ଘଣ୍ଟ ଅନୁସାରେ- ଆଜି ସକାଳେ ଙ୍ଗଳ ଆଳତି, ସୂର୍ଯ୍ୟ ପୂଜା, ଦ୍ୱାରପାଳ, ଗୋପାଳ ବଲ୍ଳଭ ବା ଖେଚୁଡ଼ି ଭୋଗ ଲାଗି ହେବା ଭଳି ନୀତିକାନ୍ତି ଶେଷ ହେବା ପରେ ରଥ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ ହୋଇଥିଲା। ତା’ପରେ ସକାଳ ପ୍ରାୟ ୯ଟା ବେଳକୁ ଆରମ୍ଭ ହୋଇଯାଇଥିଲା ପହଣ୍ଡି। ଧାଡ଼ି ପହଣ୍ଡିରେ ରଥକୁ ବିଜେ କରିଥିଲେ ଚତୁର୍ଦ୍ଧା ମୂର୍ତ୍ତି। ପ୍ରାୟ ୧୨ଟା ବେଳକୁ ପହଣ୍ଡି ଶେଷ ହୋଇଥିଲା। 

ନିୟମ ଅନୁଯାୟୀ, ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ସେ ଆସି ଦେବଦଳନ ରଥରେ ବିରାଜମାନ ହୋଇଥିଲେ। ତାଙ୍କ ପରେ ବଡ଼ ଠାକୁର ବଳଭଦ୍ର, ତା’ପରେ ଦେବୀ ସୁଭଦ୍ରା ଓ ଶେଷରେ ଆସିଥିଲେ କାଳିଆ ଠାକୁର। ପହଣ୍ଡି ବିଜେ ବେଳେ ବାଜିଥିଲା ବିଜେ କାହାଳୀ। ହୁଳହୁଳି ଓ ହରିବୋଲ ଧ୍ୱନିରେ ପୂରା ସିଂହଦ୍ୱାରା ଅଞ୍ଚଳ ପ୍ରକମ୍ପିତ ହୋଇଯାଇଥିଲା।

Advertisment

ପହଣ୍ଡିରେ ଆସି ବଡ଼ଠାକୁର ବଳଭଦ୍ର ତାଳଧ୍ୱଜ ରଥରେ ବିରାଜମାନ ହୋଇଥିବା ବେଳେ ଦେବୀ ସୁଭଦ୍ର ଦେବଦଳନ ଓ ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ବିରାଜମାନ ହୋଇଛନ୍ତି। 

ରଥଯାତ୍ରା ନୀତି ନିର୍ଘଣ୍ଟ ଅନୁସାରେ ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ନୀତି ସଂପନ୍ନ ହେବ। ଠିକ୍ ୪ଟାରେ ରଥ ଟଣା ଆରମ୍ଭ ହେବ।

Ratha Yatra Ratha Jatra 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe