Advertisment

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଦଳି ପାରେ ବ୍ୟବସ୍ଥା

ଗଜପତି କହିଛନ୍ତି, ଶ୍ରୀମନ୍ଦିରରେ ଆଗକୁ ଲାଗୁ ହୋଇପାରେ ସ୍ଲଟ୍ ଅନୁସାରେ ଦର୍ଶନ ବ୍ୟବସ୍ଥା। ମୋବାଇଲ ଆପ୍ଲିକେସନରେ ଭକ୍ତ ଆଗୁଆ ସ୍ଲଟ୍ ବୁକ୍ କରି ଦର୍ଶନ ଲାଗି ସମୟ ଧାର୍ଯ୍ୟ କରିବ। ଠିକ ସମୟରେ ଅଭ୍ୟର୍ଥନା ଗୃହରେ ହାଜର ହୋଇ ପରେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବ ଶ୍ରଦ୍ଧାଳୁ।

author-image
Manoranjan Sial
Puri

Puri

୮ ଶହ ବର୍ଷ ତଳର ଶ୍ରୀମନ୍ଦିର। ଏବେ ମଧ୍ୟ ସେହି ସମାନ ସ୍ଥାନ, ସେହି ସମାନ ବ୍ୟବସ୍ଥା। ହେଲେ ଏପଟେ ଦିନକୁ ଦିନ ବଢ଼ୁଛି ଭକ୍ତଙ୍କ ସଂଖ୍ୟା। ଏପରିସ୍ଥଳେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଟିଏ କେମିତି କରିବ ଅନାୟସରେ ଦର୍ଶନ? ଏ ସମ୍ପର୍କରେ ଓଟିଭିକୁ ସାକ୍ଷାତକାର ଦେଇ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ପୂର୍ବରୁ ସ୍ଥିରିକୃତ କିଛି ନୂଆ ପ୍ରସ୍ତାବ ସମ୍ପର୍କରେ ବିସ୍ତୁତ ସୂଚନା ଦେଇଛନ୍ତି।

Advertisment

ଗଜପତି କହିଛନ୍ତି, ଶ୍ରୀମନ୍ଦିରରେ ଆଗକୁ ଲାଗୁ ହୋଇପାରେ ସ୍ଲଟ୍ ଅନୁସାରେ ଦର୍ଶନ ବ୍ୟବସ୍ଥା। ମୋବାଇଲ ଆପ୍ଲିକେସନରେ ଭକ୍ତ ଆଗୁଆ ସ୍ଲଟ୍ ବୁକ୍ କରି ଦର୍ଶନ ଲାଗି ସମୟ ଧାର୍ଯ୍ୟ କରିବ। ଠିକ ସମୟରେ ଅଭ୍ୟର୍ଥନା ଗୃହରେ ହାଜର ହୋଇ ପରେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବ ଶ୍ରଦ୍ଧାଳୁ। ଏମିତି ହେଲେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଅନାବଶ୍ୟକ ଭିଡ଼କୁ ନିୟନ୍ତ୍ରଣ ଯାଇପାରିବ ବୋଲି ଗଜପତି କହିଛନ୍ତି।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ଗଚ୍ଛିତ ଥିବା ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନ ଅଳଙ୍କାରକୁ ନେଇ ବର୍ଷ ବର୍ଷ ଧରି ଚର୍ଚ୍ଚା ଭିତରେ ଗଜପତି ଦିବ୍ୟସିଂହ ଦେବ କହିଛନ୍ତି, ଭିତର ଭଣ୍ଡାରରେ ରହିଥିବା ସମସ୍ତ ଅଳଙ୍କାର ଏବେ ମଧ୍ୟ ପୂର୍ବ ଭଳି ରହିଛି। ତେବେ ବର୍ତ୍ତମାନ ସମୟରେ ଏ ଅଳଙ୍କାରର ଗଣତି ଓ ମଣତି ବେଳେ ଆଧୁନିକ ପଦ୍ଧତିରେ ଉପଯୋଗ ହେବା ଆବଶ୍ୟକ। ଜଷ୍ଟିସ ପଶାୟତ କମିଟିର ଅନୁମତି କ୍ରମେ ସମସ୍ତ ରତ୍ନ ଅଳଙ୍କାରର ପ୍ରକାର ଭେଦ, ଓଜନ, ମାନ ଓ ମୂଲ୍ୟ ନିରୂପଣ କରାଯାଇ ଗଣତି କରାଯାଇପାରିଲେ ରତ୍ନ ଭଣ୍ଡାରରେ ଥିବା ରତ୍ନ ଅଳଙ୍କାରକୁ ନେଇ ଭକ୍ତଙ୍କ ମନରୁ ଦ୍ୱନ୍ଦ୍ୱ ଦୂର ହୋଇପାରିବ ବୋଲି ଗଜପତି କହିଛନ୍ତି।

Advertisment

ଶ୍ରୀମନ୍ଦିରକୁ ମିଳୁଥିବା ଦୈନିକ ଦାନ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି, ଶ୍ରୀମନ୍ଦିରକୁ ମିଳୁଥିବା ଦୈନିକ ଦାନ ଅର୍ଥରୁ ଦୈନନ୍ଦିନ ପରିଚାଳନା ସମ୍ଭବ ହେଉନି। ଆଉ ଏ ପରିପ୍ରେକ୍ଷୀରେ ନିକଟରେ ରାଜ୍ୟ ସରକାର ଘୋଷଣା କରିଥିବା ୫୦୦ କୋଟିର କର୍ପସ ଫଣ୍ଡ୍ ମଧ୍ୟ ଯଥେଷ୍ଟ ନୁହେଁ। ତେଣୁ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ଯେଉଁ ଅଧିକ ଅର୍ଥର ଆବଶ୍ୟକତା ରହିଛି, ତାର ବିକଳ୍ପ ବାଟ ସମ୍ପର୍କରେ ପ୍ରସ୍ତାବ ରଖିଛନ୍ତି ଗଜପତି।

ସେ କହିଛନ୍ତି, ରାଜ୍ୟ ଓ ରାଜ୍ୟ ବାହାରେ ମହାପ୍ରଭୁଙ୍କ ନାଁରେ ଅନେକ ଭୂସମ୍ପତ୍ତି ରହିଛି। ଏହି ଜମିକୁ ବିକ୍ରି କରି ସେହି ଅର୍ଥକୁ କର୍ପସ ଫଣ୍ଡରେ ରଖାଯାଇ ପାରନ୍ତା। ତା’ହେଲେ ଶ୍ରୀଜିଉଙ୍କ ସେବା, ପୂଜା ଅର୍ଥ ଲାଗି ଆଉ ସରକାରଙ୍କ ଉପରେ ନିର୍ଭର କରିବାକୁ ପଡ଼ନ୍ତା ନାହିଁ ବୋଲି ମତ ରଖିଛନ୍ତି ଗଜପତି।

ପୂର୍ବ ସରକାରରେ ଆଲୋଚନା ହୋଇ ଚୂଡ଼ାନ୍ତ ହୋଇଥିବା ଏମିତି ଅନେକ ବିଷୟବସ୍ତୁ ଓ ପ୍ରସ୍ତାବକୁ ଆସନ୍ତା ନିଳାଦ୍ରୀ ବିଜେ ପରଠୁ କାର୍ଯ୍ୟକାରୀ କରିବାକୁ ଯୋଜନା ହେଉଛି। ଗଜପତି ମହାରାଜ ଏ ନେଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କୁ ଭେଟିବା ନେଇ ସୂଚନା ମଧ୍ୟ ଦେଇଛନ୍ତି।

Ratha Yatra Puri Shreemandir Puri