Advertisment

ଆଜି ପୁଣି କେନ୍ଦ୍ରାପଡ଼ା ଓ ବାରିପଦାରେ ଟଣାଯିବ ରଥ

ଗତକାଲି ଅଧାବାଟରେ ଅଟକି ଥିବା କେନ୍ଦ୍ରାପଡ଼ାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥକୁ ଆଜି ପୁଣି ଶ୍ରଦ୍ଧାଳୁ ଟାଣିବେ।

Ratha yatra

Ratha yatra

Advertisment

ଗତକାଲି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଗହଳିରେ ତିନି ରଥ ଶରଧାବାଲିରେ ପହଞ୍ଚି ଥିବା ବେଳେ ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଓ ତୁଳସୀକ୍ଷେତ୍ରର କେନ୍ଦ୍ରାପଡ଼ାରେ ପୁଣି ରଥ ଟଣାଯିବ।

Advertisment

ଗତକାଲି ଅଧାବାଟରେ ଅଟକି ଥିବା କେନ୍ଦ୍ରାପଡ଼ାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥକୁ ଆଜି ପୁଣି ଶ୍ରଦ୍ଧାଳୁ ଟାଣିବେ। ଗତକାଲି ଦେବୋତ୍ତର କାର୍ଯ୍ୟାଳୟ ପାଖରେ ବାମ ମୋଡ଼ ନେଇ ଅଧାରେ ଅଟକିଥିଲା ରଥ। ଏହାପରେ ହାଇଡ୍ରୋଲିକ୍ ଜ୍ୟାକ୍ ସାହାଯ୍ୟରେ ରଥକୁ ଟ୍ରାକକୁ ଆଣିବାକୁ ଉଦ୍ୟମ କରାଯାଇଥିଲା । ଆଜି ପୁଣି ରଥକୁ ଟାଣି ମାଉସୀ ମାଆ ମନ୍ଦିରକୁ ନେବେ ଶ୍ରଦ୍ଧାଳୁ। ଅନ୍ୟପକ୍ଷରେ ଭିଡ଼କୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସେହିପରି ବାରିପଦାରେ ବି ଗତକାଲି ଅଧାରେ ଅଟକିଥିଲା ରଥ। ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଟଣାହୋଇଥିଲା। ପରେ ଦେବୀ ସୁଭଦ୍ରାଙ୍କ ରଥକୁ ଟଣାଯାଇଥିଲା। ମହିଳାମାନେ ଦେବୀ ସୁଭଦ୍ରାଙ୍କ ରଥକୁ ଟାଣି ନେଇଥିଲେ। ଏଥିରେ ସାମିଲ ହୋଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ତେବେ ସଂଧ୍ୟା ହୋଇଯିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଟଣା ବନ୍ଦ ରହିଛି। ଆଜି ପୁଣିଥରେ ରଥଟଣା ହେବ।

Advertisment
Ratha Yatra Baripada Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe