Advertisment

ସ୍ନାନଯାତ୍ରାରୁ ନୀଳାଦ୍ରିବିଜେ, ଜାଣନ୍ତୁ ରଥଯାତ୍ରାର ସମସ୍ତ ନୀତିକାନ୍ତି

ଚଳିତ ବର୍ଷ ମହାପ୍ରଭୁଙ୍କ ମହାପର୍ବ ରଥଯାତ୍ରା ପାଇଁ କେଉଁ ଦିନ କି କି ନୀତିକାନ୍ତି ଅନୁଷ୍ଠିତ ହେବ, ଜାଣନ୍ତୁ...

author-image
Debibandita Barick
ଅଦ୍ୟତନ ହୋଇଛି
Lord Jagannath Rath Yatra 2024

Representative Image

ପାଖେଇ ଆସୁଛି ବିଶ୍ୱ ନିଅନ୍ତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା। ବରଷକେ ଥରେ ମହାପ୍ରଭୁଙ୍କୁ ବଡ଼ଦାଣ୍ଡରେ ଦର୍ଶନ କରିବା ପାଇଁ ଚାହିଁ ରହିଛି ଭକ୍ତ। ରଥଯାତ୍ରା ପାଇଁ ସ୍ନାନ ପୂର୍ଣ୍ଣିମା ପରଠୁ ଆରମ୍ଭ ହୋଇଯିବ ନୀତିକାନ୍ତି। ତେବେ ଚଳିତ ବର୍ଷ କେଉଁ ଦିନ କେଉଁ ନୀତି ସମ୍ପନ୍ନ ହେବ ଏବଂ ରଥଯାତ୍ରା କେବେ ପଡ଼ୁଛି, ଜାଣନ୍ତୁ... 

Advertisment

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ପ୍ରତିବର୍ଷ ଆଷାଢ ମାସ ଶୁକ୍ଳ ପକ୍ଷ ଦିତିଆ ତିଥିରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ସେହି ହିସାବରେ ଚଳିତ ବର୍ଷ ଏହି ତିଥି ଜୁଲାଇ 7ରେ ପଡ଼ୁଥିବାରୁ ଏହି ଦିନ ରଥଯାତ୍ରା ଅନୁଷ୍ଠିତ ହେବ। 

ଏଥର ଦିତିଆ ତିଥି ଦୁଇ ଦିନ ରହୁଛି। ପାଞ୍ଜି ଅନୁସାରେ, ଦିତିଆ ତିଥି 7 ଜୁଲାଇ ସକାଳ 4:26ରୁ ଆରମ୍ଭ ହୋଇ ତା ପରଦିନ ଅର୍ଥାତ୍ ଜୁଲାଇ 8, 4:59ରେ ଶେଷ ହେବ। ତେଣୁ ଏହି ସମୟ ମଧ୍ୟରେ ରଥଟଣା ହୋଇପାରିବ। 

Advertisment

ରଥଯାତ୍ରା ପୂର୍ବରୁ ପ୍ରଥମେ ତିନି ଠାକୁରଙ୍କ ସ୍ନାନଯାତ୍ରା ନୀତିକାନ୍ତି କରାଯିବ। ଚଳିତ ବର୍ଷ ଜୁନ୍ 22ରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ଏହି ନୀତିକାନ୍ତି ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ଦିନ ହୋଇଥାଏ। ଏହି ଦିନ ତିନି ଠାକୁର 108 ଗରା ସୁବାସିତ ଜଳରେ ସ୍ନାନ ହୋଇଥାନ୍ତି। ସ୍ନାନ ପରେ ମହାପ୍ରଭୁ ଅସୁସ୍ଥ ହୋଇ ଜ୍ୱରରେ ପୀଡିତ ହୁଅନ୍ତି। ଏହି ସମୟରେ ତିନି ଠାକୁରଙ୍କୁ ଅଲାରନାଥରେ ପୂଜାର୍ଚ୍ଚନା କରାଯାଏ ଏବଂ ଶ୍ରୀମନ୍ଦିରରେ ପତିତପାବନଙ୍କ ସ୍ଥାନରେ ତାଟି ପଡ଼ି ପଟିଦିଅଁ ପୂଜା ପାଇଥାନ୍ତି।

ବିଶ୍ୱାସ ଅନୁସାରେ, ମହାପ୍ରଭୁ ଜ୍ୱରରେ ପୀଡିତ ହେବାର 15 ଦିନ ପରେ ସୁସ୍ଥ ହୁଅନ୍ତି। ଆଉ ଷୋଡ଼ଦଶ ଦିନ ରଥରେ ମାଉସୀମା ମନ୍ଦିର ଯାତ୍ରା କରନ୍ତି। ଏହି ଯାତ୍ରା ନବଦିନାତ୍ମକ ହୋଇଥାଏ। ଯାତ୍ରାର 9 ଦିନ ପରେ ତିନି ଠାକୁର ଶ୍ରୀମନ୍ଦିର ପ୍ରର୍ତ୍ତ୍ୟାବର୍ତ୍ତନ କରିଥାନ୍ତି। ଏହି ସମୟରେ ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ ନୀତିକାନ୍ତି ହୋଇଥାଏ। 

କେଉଁ ଦିନ କେଉଁ ନୀତିକାନ୍ତି

  • ସ୍ନାନଯାତ୍ରା- 22 ଜୁନ୍
  • ଆଜ୍ଞାମାଳ ବିଜେ- 6 ଜୁଲାଇ
  • ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା- 7 ଜୁଲାଇ
  • ହେରା ପଞ୍ଚମୀ- 11 ଜୁଲାଇ
  • ବାହୁଡ଼ା ଯାତ୍ରା- 15 ଜୁଲାଇ
  • ସୁନାବେଶ- 17 ଜୁଲାଇ
  • ଅଧରପଣା- 18 ଜୁଲାଇ
  • ନୀଳାଦ୍ରିବିଜେ- 19 ଜୁଲାଇ
Rath Yatra Chariot Festival Rath Yatra Rituals Rath Yatra 2024 Lord Jagannath Rath Yatra