Advertisment

ମହାପ୍ରଭୁଙ୍କ ଅଧରପଣା ପିଇ ଶାନ୍ତି ହେଲେ ରଥ ପାର୍ଶ୍ୱ ଦେବଦେବୀ, କାଲିକି ରସଗୋଲା ଭୋଗ

ଆଜି ଅଧରାପଣା ନୀତି ସମାପନ ହୋଇଛି। ଆସନ୍ତାକାଲି ନୀଳାଦ୍ରିବିଜେ। ମହାପ୍ରଭୁ ଭକ୍ତଙ୍କ ଠାରୁ ରସଗୋଲା ଭୋଗ ଖାଇବେ।

ଅଦ୍ୟତନ ହୋଇଛି
Adharpana

Adharpana

Advertisment

ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ତିନି ରଥ ଉପରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଧରପଣା ଭୋଗ କରାଯାଇଛି। ପରେ ଏହି ଅଧରପଣାକୁ ରଥ ପାର୍ଶ୍ୱ ଦେବଦେବୀଙ୍କୁ ସମର୍ପିତ କରିଦିଆଯାଇଛି। ଏହି ଅଧରପଣା ନୀତି ଦେଖିବାକୁ ଆଜି ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

Advertisment

ସନ୍ଧ୍ୟାରେ ଏହି ସ୍ୱତନ୍ତ୍ର ନୀତି ପାଇଁ ରାଘବଦାସ ମଠ, ବଡ଼ ଓଡ଼ିଆ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବରାଦ ଦିଆଯାଇଥିବା ଏକ ସ୍ୱତନ୍ତ୍ର ଅଧର ହାଣ୍ଡିରେ ଏହି ପଣା ପ୍ରସ୍ତୁତ ହୋଇଥିଲା। ଦୁଗ୍ଧ, ଜଳ, ସର, ଛେନା, କର୍ପୂର, ନବାତ, ଗୋଲମରିଚ, ଅଳେଇଚ ଓ ପାଚିଲାକଦଳୀ ଇତ୍ୟାଦି ସାମଗ୍ରୀରେ ଅଧରପଣା ପ୍ରସ୍ତୁତ ହୋଇଥିଲା। ପରେ ଏହାକୁ ପଞ୍ଚୋପଚାର ବିଧିରେ ଠାକୁରଙ୍କୁ ସମର୍ପଣ କରାଯାଇଥିଲା। ଉକ୍ତ ହାଣ୍ଡି ପଣା ଭୋଗକୁ ପୂଜାପଣ୍ଡା ସାମନ୍ତ ବାଡ଼େଇ ରଥ ପାର୍ଶ୍ୱ ଦେବଦେବୀ, ଯକ୍ଷ, କିନ୍ନର, ଚଣ୍ଡୀ, ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଦେଇଥିଲେ।

ଏହି ଅବସରେ ଭକ୍ତଙ୍କ ଭିତରେ ଆନନ୍ଦର ଲହରୀ ଖେଳି ଯାଇଥିଲା। ରଥ ସମ୍ମୁଖରେ ଥିବା ଭକ୍ତମାନେ ଜୟଶ୍ରୀଜଗନ୍ନାଥ ଓ ହରିବୋଲ ଧ୍ୱନୀ ଦେଇଥିଲେ। ଫଳରେ ବଡ଼ଦାଣ୍ଡ ଗଗନପବନ ଭକ୍ତିମୟ ହୋଇପଡ଼ିଥିଲା। ରଥ ଉପରେ ଠାକୁରଙ୍କୁ ଦେଖି ଭକ୍ତ ଭାବବିହ୍ୱଳ ହୋଇପଡ଼ିଥିଲେ। ଆଜି ଅଧରାପଣା ନୀତି ସମାପନ ହୋଇଛି।

Advertisment

ଆସନ୍ତାକାଲି ନୀଳାଦ୍ରିବିଜେ। ମହାପ୍ରଭୁ ଭକ୍ତଙ୍କ ଠାରୁ ରସଗୋଲା ଭୋଗ ଖାଇବେ। ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ମହାପ୍ରଭୁ ରସଗୋଲା ଖୁଆଇ ମାନଭଞ୍ଜନ କରି ନୀଳକନ୍ଦରରେ ବିଜେ କରିବେ।

Lord Jagannath Adhara Pana Ratha Yatra Puri Adharapana Niti
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe