Advertisment

ଦୁବାଇରେ ଗଡ଼ିଲା ରଥ, ଯୋଗ ଦେଲେ ଶତାଧିକ ଶ୍ରଦ୍ଧାଳୁ

ଦୁବାଇରେ ଧୁମଧାମରେ ପାଳିତ ହୋଇଛି ରଥ ଯାତ୍ରା। ୟୁନାଇଟେଡ ଆରବ ଏମିରେଟସର ୭ଟି ଏମିରଟସ ଶତାଧିକ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରଥ ଟାଣିଥିଲେ।

Car festival in dubai

Car festival in dubai

Advertisment

ଜଗତର ଠାକୁର ଜଗନ୍ନାଥ ହେଉଛନ୍ତି ବିଶ୍ୱ ନିୟନ୍ତା। ସେ ବର୍ଷରେ ଥରେ ରତ୍ନ ସିଂହାସନ ଛାଡ଼ି ବଡ଼ ଦାଣ୍ଡକୁ ଚାଲି ଆସି ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ରଥରେ ବସି ମାଉସୀ ମା’ ଘର ଅଭିମୁଖେ ଯାଇଥାନ୍ତି। କେବଳ ପୁରୀରେ ନୁହେଁ ସମଗ୍ର ବିଶ୍ୱର ବିଭିନ୍ନ ସ୍ଥାନରେ ବି ବେଶ୍‌ ଉତ୍ସାହ ଓ ଧୁମଧାମର ସହ ପାଳିତ ହୋଇଛି ରଥଯାତ୍ରା।

Advertisment

ଦୁବାଇସ୍ଥିତ BRIGHT RIDERS ସ୍କୁଲରେ ମଧ୍ୟ ଧୁମଧାମରେ ପାଳିତ ହୋଇଛି ରଥ ଯାତ୍ରା। ୟୁନାଇଟେଡ ଆରବ ଏମିରେଟସର ୭ଟି ଏମିରଟସ ଶତାଧିକ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରଥ ଟାଣିଥିଲେ।

ରଥ ଯାତ୍ରା ଦିନ ପୂର୍ବାହ୍ନ ପ୍ରାୟ ୧୦.୩୦ ରେ ହରିବୋଲ, ହୁଳ ହୁଳି ଘଣ୍ଟ ଘଣ୍ଟା ଶଙ୍ଖ ଧ୍ୱନି ଓ ନାମ ସଂକୀର୍ତନ ସହିତ ମହାପ୍ରଭୁମାନଙ୍କର ପବିତ୍ର ପହଣ୍ଡି ବିଜେ ନୀତି ଆରମ୍ଭ ହୋଇ ମହାପ୍ରଭୁମାନେ ୧୧.୩୦ ରେ ରଥାରୁଢ଼ ହୋଇଥିଲେ | ମଧ୍ୟାହ୍ନ ୧୨ଟା ବେଳେ ଦାରୁବ୍ରହ୍ମଙ୍କ ନିକଟରେ ୧୦୦ ରୁ ଅଧିକ ପରିବାର ଙ୍କ ଦ୍ୱାରା ୫୬ ଛପନ ଭୋଗ ପବିତ୍ରତା ସହିତ ପ୍ରସ୍ତୁତ କରାଯାଇ ଲାଗି କରାଯାଇଥିଲା |

Advertisment

ଏହି ଅବସରରେ କୁନି କୁନି ଓଡ଼ିଆ ପିଲାମାନେ ରଥ ସମ୍ମୁଖରେ ଓଡିଶୀ ଦେବଦାସୀ ନୃତ୍ୟ ପରିବେଷଣ କରିଥିଲେ । ତା’ପରେ ସମଗ୍ର ବିଶ୍ୱର ମଙ୍ଗଳ ପାଇଁ ୧୦୮ ମହାମନ୍ତ୍ର ସମୂହ ପାଠ କରାଯାଇଥିଲା । ୧୨.୩୦ ବେଳେ ପବିତ୍ର ଘୋଷ ଯାତ୍ରା ହରିବୋଲ , ହୁଳ ହୁଳି ଶଙ୍ଖ ଧ୍ୱନି ମହାମନ୍ତ୍ର ନାମ ସଂକୀର୍ତନ ରେ ଆରମ୍ଭ ହୋଇଥିଲା । ଅପରାହ୍ନ ୨ଟା ବେଳେ ପାରମ୍ପରିକ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ବେଳେ ଶେଷ ହୋଇଥିଲା ।

ଏହି ଅବସରରେ ଦୁବାଇରେ ଅବସ୍ଥିତ ଭାରତୀୟ ଦୂତାବାସର କନସୁଲ୍ ଜେନେରାଲ୍ ଡ.ସତୀଶ କୁମାର ସିଭାନ୍ ତାଙ୍କ ପରିବାର ସହିତ ଯୋଗ ଦେଇ ରଥ ଟାଣିଥିଲେ। ସମଗ୍ର ଆରବ ଏମିରଟସ ରୁ ୬୦୦ରୁ ଅଧିକ ପରିବାର ଯୋଗ ଦେଇଥିଲେ ।

Ratha Yatra Dubai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe