Advertisment

ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିଜେ ହେଲେ ମହାବାହୁ, କାଲିଠୁ ନୀଳାଚଳ ଅବଢ଼ା

ଶ୍ରୀମନ୍ଦିରରେ ବିଜେ କଲେ ମହାବାହୁ। ନୀଳଦ୍ରି ବିଜେ ସହ ସରିଲା ବିଶ୍ୱପ୍ରସିନ୍ଧ ରଥଯାତ୍ରା।

ଅଦ୍ୟତନ ହୋଇଛି
Lord Shree Jagannath

Lord Shree Jagannath

Advertisment

ଶ୍ରୀମନ୍ଦିରରେ ବିଜେ କଲେ ମହାବାହୁ। ନୀଳଦ୍ରି ବିଜେ ସହ ସରିଲା ବିଶ୍ୱପ୍ରସିନ୍ଧ ରଥଯାତ୍ରା। ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀସୁଦର୍ଶନ ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିଜେ କଲେ। କାଲିଠୁ ବାହାରିବ ନୀଳାଚଳ ଅବଢ଼ା। ଦୈନଦିନ ଭଳି ଠାକୁରଙ୍କ ନୀତି ଶ୍ରୀମନ୍ଦିରରେ ଚାଲିବ।

Advertisment

ନବ ଦିନାତ୍ମକ ରଥଯାତ୍ରା ଶେଷ କରି ଭକ୍ତଙ୍କୁ ଦୁର୍ଲଭ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବା ପରେ ଗତକାଲି ଅଧରପଣା ଗ୍ରହଣ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ଆଜି ଭକ୍ତଙ୍କ ଠାରୁ ରସଗୋଲା ଓ ଚୁଡ଼ାଘଷା ଭୋଗ ଖାଇବା ପରେ ସନ୍ଧ୍ୟାରେ ନୀଳକନ୍ଦରକୁ ବିଜେ କରିଥିଲେ ମହାପ୍ରଭୁ। ସନ୍ଧ୍ୟା ଧୂପ ଶେଷ ପରେ ବିଜେ କାହାଳି ବାଜିଥିଲା। ଶ୍ରୀ ସୁଦର୍ଶନ, ଦେବୀ ସୁଭଦ୍ରା, ମହାପ୍ରଭୁ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଜଣଙ୍କ ପରେ ଜଣେ ଶ୍ରୀମନ୍ଦିରକୁ ବିଜେ କରିଥିଲେ।

ପହଣ୍ଡି ଅବସରରେ ମହାପ୍ରଭୁମାନେ ପିନ୍ଧିଥିବା ଟାହିଆକୁ ରାଘବ ଦାସ ମଠ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ରତ୍ନ ସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ଯାଇଥିଲା। ଶ୍ରୀ ସୁଦର୍ଶନ, ଦେବୀ ସୁଭଦ୍ରା, ମହାପ୍ରଭୁ ବଳଭଦ୍ର ପହଣ୍ଡି ହୋଇ ରତ୍ନ ସିଂହାସନକୁ ଯିବା ବେଳେ ଶୁଆଶାରୀ ଦେଉଳ ଠାରେ ପତି ମହାପାତ୍ର ଘସା ବିଡିଆ ମଣୋହି ଓ ବନ୍ଦାପନା କରିଥିଲେ। ଜଗମୋହନ ଠାରେ ମଧ୍ୟ ସମାନ ନୀତି ହୋଇଥିଲା।

Advertisment
Lord Shree Balabhadraମହାପ୍ରଭୁ ଶ୍ରୀବଳଭଦ୍ର ଶ୍ରୀମନ୍ଦିରକୁ ବିଜେ କରୁଛନ୍ତି।

ପ୍ରଭୁ ଶ୍ରୀଜଗନ୍ନାଥ ରଥରୁ ଚାର ଉପରକୁ ଓହ୍ଲାଇବା ପରେ ଲକ୍ଷ୍ମୀ ଠାକୁରାଣୀ ମହାଜନଙ୍କ ହାତରେ ବିଜେ ହୋଇ ଭେଟ ମଣ୍ଡପର ଠାରେ ଖଟଶେଯ ମେକାପ ପକାଇଥିବା ଡମ୍ୱରୁ ଉପରେ ବିଜେ କରି ଚାହିଁ ରହିଥିଲେ। ରଥରେ ଶ୍ରୀଜଗନ୍ନାଥଙ୍କ ବନ୍ଦାପନା ହେବା ପରେ ତେଣେ ମା’ ଲକ୍ଷ୍ମୀଙ୍କ ବନ୍ଦାପନା ଭିତରଚ୍ଛ ମହାପାତ୍ର କରିଥିଲେ। ତାହାପରେ ଦେବୀ ଲକ୍ଷ୍ମୀ ସିଂହଦ୍ୱାର ହୋଇ ଭଣ୍ଡାର ଘରକୁ ବିଜେ କରିଥିଲେ।

ଦେବଦାସୀ ପରମ୍ପରା ଅନ୍ତର୍ଗତ ଶ୍ରୀଜଗନ୍ନାଥ ସିଂହଦ୍ୱାରକୁ ଆସିବା ପୂର୍ବରୁ ଦରଜା ବନ୍ଦ କରାଯାଇଥିଲା। ମହାପ୍ରଭୁ ପହଞ୍ଚିବା ପରେ ସିଂହଦ୍ୱାରକୁ ଫିଟାଇ ଦିଆଯାଇଥିଲା। ମା’ ଲକ୍ଷ୍ମୀଙ୍କ ସହ ଦେବଦାସୀ ଆସି ଏହି ଦରଜା ବନ୍ଦ ଓ ଫିଟାଇବା କାର୍ଯ୍ୟ କରୁଥିଲେ। ଏହି ସମୟରେ ବଚନିକା ଓ ମାନଭଞ୍ଜନ ନୀତି ହେଉଥିଲା। ଦେବଦାସୀ ପରମ୍ପରା ଏବେ ପ୍ରଚଳନ ନ ଥିବାରୁ ପ୍ରତିହାରୀ ଓ ଗୋଚ୍ଛିକାର ସେବକମାନେ ଏହି ନୀତି କରିଥିଲେ।

Devi Subhadraଦେବୀ ସୁଭଦ୍ରା ଶ୍ରୀମନ୍ଦିରକୁ ବିଜେ କରୁଛନ୍ତି।

ସେହିପରି ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀମନ୍ଦିର ଭିତରକୁ ବିଜେ କରିବା ବେଳେ ଜୟବିଜୟ ଦ୍ୱାର ବନ୍ଦ ହୋଇଥିଲା। ଦଇତା ଓ ଦେବଦାସୀଙ୍କ ଭିତରେ ହେଉଥିବା ବଚନିକା କାର୍ଯ୍ୟକୁ ସେବକମାନେ ମିଶି କରିଥିଲେ। ପରେ ଉକ୍ତ ଦ୍ୱାର ଖୋଲାଯାଇ ଠାକୁର ଭଣ୍ଡାର ଅଭିମୁଖେ ଯାଇଥିଲେ। ଭଣ୍ଡାର ଘରକୁ ମୁହଁ କରି ଭଣ୍ଡାର ଦ୍ୱାର ଠାରେ ବିଜେ କରିଥିବା ଦେବୀ ଲକ୍ଷ୍ମୀଙ୍କ ପାଖରେ ଠାକୁର ବିଜେ କରିଥିଲେ। ରୁକ୍ମିଣୀ ଓ ଶ୍ରୀଜଗନ୍ନାଥଙ୍କ ବିବାହକାଳୀନ ଗଇଁଠାଳ ଭିତରଚ୍ଛ ଫିଟାଇଥିଲେ। ବନ୍ଦାପନା ଓ ରସଗୋଲା ଭୋଗ ଏହି ସମୟରେ ହୋଇଥିଲା। ଘସା ବିଡିଆ ମଣୋହି ପରେ ଠାକୁର ରତ୍ନ ସିଂହାସନକୁ ବିଜେ କରିଥିଲେ।

ଏଥିସହ ରଥଯାତ୍ରା ସମାପନ ହୋଇଛି। ଆସନ୍ତାକାଲି ଠାରୁ ନୀଳାଚଳ ଅବଢ଼ା ବାହାରିବ। ସାଧାରଣ ଦିନ ପରି ଠାକୁରଙ୍କ ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ।

Puri Puri Ratha Yatra Jagannath Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe