Advertisment

ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାର ଅଭିମୁଖେ ଗଡ଼ିଲା ରଥ

ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚି ସାରିଥିବା ବେଳେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ଅଭିମୁଖେ ଅଣାଯାଉଛି।

ଅଦ୍ୟତନ ହୋଇଛି
RATHA

RATHA

Advertisment

ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା। ଏଥିପାଇଁ ରଥ, ପଥ ସବୁ ପ୍ରସ୍ତୁତ।  ରଥଖଳାରେ ପ୍ରସ୍ତୁତ ୩ ରଥକୁ ବିଜେ ହେଲା ମହାପ୍ରଭୁଙ୍କ ଆଜ୍ଞାମାଳ । ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖରେ ଲାଗିଛି ନନ୍ଦିଘୋଷ ଓ ଦର୍ପଦଳନ ରଥ । ଏହାପରେ ପ୍ରଭୁ ବଳରାମଙ୍କ ରଥ ତାଳଧ୍ୱଜକୁ ସିଂହଦ୍ୱାର ଅଭିମୁଖେ ଟଣାଯାଉଛି। 

Advertisment

ଆସନ୍ତାକାଲି ରଥଯାତ୍ରା ଥିବାରୁ ଆଜି ରଥଖଳାରୁ ଶ୍ରୀମନ୍ଦିର ସମ୍ମୁଖକୁ ଆସିବେ ତିନି ରଥ। ଶ୍ରୀଜିଉମାନେ ଏବେ ଅଣସର ଘରେ ଥିବାରୁ ପଟି ଦିଅଁଙ୍କ ଠାରୁ ବିଜେ ହୋଇଥିଲା ଆଜ୍ଞାମାଳ। ୩ ରଥର ପୂଜାପଣ୍ଡା ସାମନ୍ତ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଧରି ତିନି ରଥରେ ବିଜେ କରାଇଛନ୍ତି। ଏହା ପରେ ରଥଖଳାରୁ ତିନି ରଥକୁ ସିଂହଦ୍ୱାର ସମ୍ମୁଖକୁ ଟାଣି ନେଇଛନ୍ତି ପୁଲିସ ଅଧିକାରୀ ଓ ବହୁ ଶ୍ରଦ୍ଧାଳୁ।

ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚି ସାରିଥିବା ବେଳେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ଅଭିମୁଖେ ଅଣାଯାଉଛି। ପରମ୍ପରା ଅନୁଯାୟୀ, ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜ ରଥ ଟଣାଯାଇ ସିଂହଦ୍ୱାରକୁ ନିଆଯାଇଥାଏ।

Advertisment

ଚଳିତ ବର୍ଷ ରଥଯାତ୍ରା ଦିନ ନବଯୌବନ ଓ ନେତ୍ରୋତ୍ସବ ପଡୁଥିବାରୁ ଭକ୍ତମାନେ ମହାପ୍ରଭୁଙ୍କର ନବଯୌବନ ଦର୍ଶନରୁ ବଞ୍ଚିତ ରହିବେ। ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Ratha Yatra Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe