Advertisment

କାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଆଜି ସିଂହଦ୍ୱାର ସମ୍ମୁଖକୁ ଯିବ ତିନି ରଥ

ଆଜି ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବାପରେ ରଥଖଳାକୁ ଆଜ୍ଞାମାଳ ବିଜେ ହେବ। ୩ ରଥର ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ପଟିଦିଅଁଙ୍କ ଠାରୁ ରଥ ଆଜ୍ଞାମାଳ ବିଜେ ପରେ ଆରମ୍ଭ ହେବ ରଥଟଣା। ରଥଖଳାରୁ ସିଂହଦ୍ୱାରକୁ ପୁଲିସ ଅଧିକାରୀ ଓ ଭକ୍ତମାନେ ତିନିରଥକୁ ଟାଣି ନେଇଯିବେ ।

author-image
Niharika Rout
Ratha Yatra

Ratha Yatra

ଆସନ୍ତାକାଲି ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ। ଆଜି ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବାପରେ ରଥଖଳାକୁ ଆଜ୍ଞାମାଳ ବିଜେ ହେବ।

Advertisment

୩ ରଥର ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ପଟିଦିଅଁଙ୍କ ଠାରୁ ରଥ ଆଜ୍ଞାମାଳ ବିଜେ ପରେ ଆରମ୍ଭ ହେବ ରଥଟଣା। ରଥଖଳାରୁ ସିଂହଦ୍ୱାରକୁ ପୁଲିସ ଅଧିକାରୀ ଓ ଭକ୍ତମାନେ ତିନିରଥକୁ ଟାଣି ନେଇଯିବେ ।

ପରମ୍ପରା ଅନୁଯାୟୀ ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜ ରଥ ଟଣାଯାଇ ସିଂହଦ୍ୱାରକୁ ଅଣାଯିବ। ୩ ରଥର ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଛି। ତିନିରଥ ସିଂହଦ୍ୱାରରେ ପହଞ୍ଚିବା ପରେ ପବିତ୍ର ଘୋଷଯାତ୍ରାକୁ ସମସ୍ତ ଭକ୍ତଙ୍କ ଅପେକ୍ଷା।

Advertisment

ଚଳିତ ବର୍ଷ ରଥଯାତ୍ରା ଦିନ ନବଯୌବନ ଓ ନେତ୍ରୋତ୍ସବ ପଡୁଥିବାରୁ ଭକ୍ତମାନେ ମହାପ୍ରଭୁଙ୍କର ନବଯୌବନ ଦର୍ଶନରୁ ବଞ୍ଚିତ ରହିବେ। ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପୂଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ରଥଯାତ୍ରା ପାଇଁ ସଜେଇ ହେଉଛି ବଡ଼ଦାଣ୍ଡ। ବଡ଼ ଦାଣ୍ଡକୁ ଓହ୍ଲାଇ ଆସି ରଥରେ ବିରାଜମାନ କରିବେ ଚତୁର୍ଦ୍ଧାବିଗ୍ରହ। ନବଦିନାତ୍ମକ ଯାତ୍ରା କରିବେ। ଖାସ୍ ଏଇଥିପାଇଁ ଝୋଟି ଚିତାରେ ଝଟକୁଛି ବଡ଼ଦାଣ୍ଡ। ସିଂହଦ୍ୱାରରୁ ରଥଖଳା ପର୍ଯ୍ୟନ୍ତ ଝୋଟି ଚିତାର ଆକର୍ଷଣ ଦେଖିବାକୁ ମିଳୁଛି। ପାରମ୍ପରିକ ଶୈଳୀରେ ଅତି ସୁନ୍ଦର ଭାବେ ଏହି ଚିତା ସମସ୍ତଙ୍କୁ ଆକର୍ଷିତ କରୁଛି। ଯିଏ ସେହି ବାଟ ଦେଇ ଯାଉଛି, କ୍ଷଣିକେ ନଦେଖିଲେ ମନ ପୁରୁନି।

ମାର୍ଗଶିର ମାସ ଗୁରୁବାର ଦିନ ଯେଉଁ ଶୈଳୀରେ ଘରେ ଘରେ ଚିତା ପକାଯାଏ, ଠିକ ସେହି ଅନୁରୁପ ଚିତାରେ ଝଟକୁଛି ବଡ଼ଦାଣ୍ଡ। ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ତତ୍ତ୍ବାବଧାନରେ ସିଂହଦ୍ବାର ଠାରୁ ଶ୍ରୀନଅର ପର୍ଯ୍ୟନ୍ତ ଝୋଟି ଚିତା ଅଙ୍କା ଯାଇଛି।

Ratha Yatra Puri Shreemandir Puri