Advertisment

ରବିବାର ଖୋଲିପାରେ ରତ୍ନଭଣ୍ଡାର; ଆଜି ଆସିବ SOP

ଗତ ୯ ତାରିଖରେ ରତ୍ନ ଭଣ୍ଡାର ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ ବସି ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବା ନେଇ ତାରିଖ ଧାର୍ଯ୍ୟ ହୋଇଥିଲା

author-image
Tapaswini Nayak
Ratna bhandar

Ratna bhandar

ରବିବାର ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର। ତେବେ କେମିତି ଖୋଲିବ ରତ୍ନଭଣ୍ଡାର, କିଏ ଯିବେ ଭିତରକୁ ସେନେଇ ଆଜି ଏସଓପି ଆସିବା ପରେ ସ୍ପଷ୍ଟ ହେବ। ରତ୍ନଭଣ୍ଡାର ଖୋଲିବା ନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜ୍ୟୋର୍ ବା SOP ନିର୍ଦ୍ଧାରଣ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।।

Advertisment

ସୂଚନାଯୋଗ୍ୟ, ଗତ ୯ ତାରିଖରେ ରତ୍ନ ଭଣ୍ଡାର ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ ବସି ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବା ନେଇ ତାରିଖ ଧାର୍ଯ୍ୟ ହୋଇଥିଲା। କେବଳ ସରକାରଙ୍କ ଅନୁମତିକୁ ଅପେକ୍ଷା ଥିବା କହିଥିଲେ ରତ୍ନ ଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ।ଗତ ୯ ତାରିଖରେ ରତ୍ନ ଭଣ୍ଡାର କମିଟିର ଦ୍ୱିତୀୟ ବୈଠକ ବସିଥିବା ବେଳେ ଏ ନେଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିବା କହିଥିଲେ ଜଷ୍ଟିସ ରଥ।

ରତ୍ନ ଭଣ୍ଡାର ଖୋଲାଯିବା ସମୟରେ ଠାକୁରଙ୍କ ରୀତିନୀତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ସମସ୍ତେ ଯତ୍ନବାନ ହେବେ। ରତ୍ନଭଣ୍ଡାର ଖୋଲାଯିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନି। ହୁଏତ ଭକ୍ତମାନଙ୍କୁ ସାମାନ୍ୟ ଦୂରରୁ ଦର୍ଶନ କରିବାକୁ ପଡ଼ିପାରେ ବୋଲି ସେ କହିଥିଲେ। ଏଥିସହ କହିଥିଲେ, ଉକ୍ତ ଦିନ ଗଣତି ଆରମ୍ଭ କରାଯିବ। ତାହା କେବେ ସରିବ ତାହା ନିର୍ଦ୍ଧାରିତ ହୋଇନି। ଏଥିନିମନ୍ତେ ପ୍ରଥମେ ଠାକୁରଙ୍କ ଗହଣା ଚିହ୍ନି ପାରିବା ସହ ତାହାର ଗୁଣବତ୍ତା ପରଖି ପାରୁଥିବା ବଣିଆଙ୍କୁ ଚୟନ କରାଯିବ ବୋଲି କହିଛନ୍ତି ଜଷ୍ଟିସ୍‌ ରଥ।

Advertisment
Puri Shreemandir Puri Ratna Bhandar