Advertisment

‘ଗୁଜବକୁ ବିଶ୍ୱାସ କରନ୍ତୁନି, ଖୁବ୍‌ ଶୀଘ୍ର ସାମନାକୁ ଆସିବ ରତ୍ନ ଭଣ୍ଡାର ଖୋଲିବା ତାରିଖ’

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନିଶ୍ଚିତ। ଏ ସମ୍ପର୍କୀତ ନିଷ୍ପତ୍ତି ସରିଛି। ଆଜି କିମ୍ବା କାଲି ଭିତରେ ଏଥିନିମନ୍ତେ ନିଷ୍ପତ୍ତି ନିଆଯିବା ସହ ସମଗ୍ର ରାଜ୍ୟବାସୀଙ୍କୁ ଅବଗତ କରାଯିବ।

author-image
Niharika Rout
Law Minister

Law Minister

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନିଶ୍ଚିତ। ଏ ସମ୍ପର୍କୀତ ନିଷ୍ପତ୍ତି ସରିଛି। ଆଜି କିମ୍ବା କାଲି ଭିତରେ ଏଥିନିମନ୍ତେ ନିଷ୍ପତ୍ତି ନିଆଯିବା ସହ ସମଗ୍ର ରାଜ୍ୟବାସୀଙ୍କୁ ଅବଗତ କରାଯିବ। ତେବେ ତାହା ପୂର୍ବରୁ ପ୍ରଚାରିତ ହେଉଥିବା ଏ ସମ୍ପର୍କୀତ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ସୂଚନା ଦେଇଛନ୍ତି ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

Advertisment

ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ ସର୍ବୋଚ୍ଚ ସ୍ତରରେ ସରକାର ସବୁ ପ୍ରକାର ଆଲୋଚନା କରି ସାରିଛନ୍ତି। ବୈଠକ ପରେ ତାରିଖ ଘୋଷଣା କରିବେ ସରକାର। ଖୁବଶୀଘ୍ର ମୋଡାଲିଟି ପ୍ରସ୍ତୁତ ହେବ ବୋଲି କହିଛନ୍ତି ମନ୍ତ୍ରୀ ହରିଚନ୍ଦନ ।

କିନ୍ତୁ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ ତାରିଖ ପ୍ରଚାର କରାଯାଉଛି ତାହା ସମ୍ପୂର୍ଣ୍ଣ ଗୁଜବ। ଏଥିରେ ବିଶ୍ୱାସ ନ କରିବାକୁ କହିଛନ୍ତି ଆଇନ ମନ୍ତ୍ରୀ।

Advertisment

ସେପଟେ ଆସନ୍ତା ୫ ତାରିଖରେ ବସିପାରେ ରତ୍ନଭଣ୍ଡାର ତଦାରଖ କମିଟି ବୈଠକ। ଅଳଙ୍କାର ଗଣତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ୍ ପଶାୟତ ତା ପୂର୍ବଦିନ ଅର୍ଥାତ୍ ଜୁଲାଇ ୪ ତାରିଖରେ ଓଡିଶା ଆସିବା କାର୍ଯ୍ୟକ୍ରମ ରହିଛି। ସେ ପୁରୀରେ ୨୭ ତାରିଖ ଯାଏ ରହିବେ। ଏହା ମଧ୍ୟରେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ଅନୁମାନ କରାଯାଉଛି। 

ତେବେ ଗତ ୬ ବର୍ଷ ଧରି ଚାବି ହଜି ଯାଇଥିବା ବାହାନା ଦେଖାଇ ବିଜେଡି ସରକାର ରତ୍ନ ଭଣ୍ଡାର ଚାବି ଖୋଲୁ ନ ଥିବା ବେଳେ ବିଜେପି ସରକାର ଅମଳରେ ଏପରି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ି ନ ପାରେ ବୋଲି କହିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଚାବି ନ ଖୋଲିଲେ ବିକଳ୍ପ ବ୍ୟବସ୍ଥା ସହ କମିଟି ରତ୍ନ ଭଣ୍ଡାର ଖୋଲିବାକୁ ଯିବ ବୋଲି ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି। 

Ratha Yatra Puri Ratna Bhandar