Advertisment

‘ରତ୍ନ ଭଣ୍ଡାର ଖୋଲିବା ନେଇ ୯ରେ ନିଷ୍ପତ୍ତି, ଡୁପ୍ଲିକେଟ ଚାବିରେ ନ ଖୋଲିଲେ ତାଲା ଭଙ୍ଗାଯିବ’

‘କେବଳ ଗଣତି ମଣତି ନୁହେଁ, ରତ୍ନଭଣ୍ଡାର ମରାମତି ମଧ୍ୟ ଜରୁରୀ। ସେଇଠି ଗହଣା ରଖି ମରାମତି କରାଯାଇପାରିବନି, ସିଫ୍ଟ ଆବଶ୍ୟକ।’

ଅଦ୍ୟତନ ହୋଇଛି
Justice Biswanath Rath

Justice Biswanath Rath

Advertisment

ରତ୍ନଭଣ୍ଡାର କେବେ ଖୋଲାଯିବ, ସେନେଇ ୯ ତାରିଖରେ ନିଷ୍ପତ୍ତି ନିଆଯିବ। ସେହିପରି ଡୁପ୍ଲିକେଟ୍ ଚାବିରେ ରତ୍ନଭଣ୍ଡାରର ତାଲା ନଖୋଲିଲେ, ତାହାକୁ ଭାଙ୍ଗି ଦିଆଯିବ। ନବ ଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ପରେ ଆଜି ଏହି ସୂଚନା ଦେଇଛନ୍ତି କମିଟିର ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ। 

Advertisment

ଜଷ୍ଟିସ ରଥ କହିଛନ୍ତି, ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଥିବା ସ୍ପଷ୍ଟ ହୋଇଛି। ୯ ତାରିଖ ବୈଠକରେ ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗରେ ଚାବି ଉପସ୍ଥାପନ କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଚାବି ଉପସ୍ଥାପନ ହେଲା ପରେ ରତ୍ନଭଣ୍ଡାର କେବେ ଖୋଲାଯିବ ସେହି ଦିନ ନିଷ୍ପତ୍ତି ହେବ। ବହୁ ଦଶନ୍ଧି ହେଲାଣି ରତ୍ନଭଣ୍ଡାରର ତାଲା ଖୋଲା ଯାଇନାହିଁ। ଯଦି ଉକ୍ତ ଚାବିରେ ନଖୋଲେ, ତା’ହେଲେ ତାଲା ଭଙ୍ଗା ଯିବ। ତାଲା ଭଙ୍ଗାଯାଇ ରତ୍ନଭଣ୍ଡାର ଖୋଲାଯିବ। ତାଲା କିଭଳି ଭଙ୍ଗାଯିବ ସେନେଇ ଏସ୍‌ଓପି ପ୍ରସ୍ତୁତ କରାଯିବ ଓ ଉକ୍ତ ଏସ୍‌ଓପିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ।  

ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଆହୁରି କହିଛନ୍ତି, ଅସ୍ଥାୟୀ ରତ୍ନଭଣ୍ଡାର କେଉଁଠି ହେବ, ସେ ନିଷ୍ପତ୍ତି ପରିଚାଳନା କମିଟି ନେବ।
ନୀତିକାନ୍ତି ପ୍ରଥମ, ଶ୍ରଦ୍ଧାଳୁଙ୍କ ଦର୍ଶନ ଦ୍ୱିତୀୟ। ଏହାକୁ ଗୁରୁତ୍ୱ ଦିଆଯିବ। କେବଳ ଗଣତି ମଣତି ନୁହେଁ, ରତ୍ନଭଣ୍ଡାର ମରାମତି ମଧ୍ୟ ଜରୁରୀ। ସେଇଠି ଗହଣା ରଖି ମରାମତି କରାଯାଇପାରିବନି। ଗହଣାକୁ ଅନ୍ୟତ୍ର ନିଆଯିବା ଆବଶ୍ୟକ। କେଉଁଠାକୁ ନିଆଯିବ ଓ କେମିତି ରହିବ, ତାହା ପରିଚାଳନା କମିଟି ନିଷ୍ପତ୍ତି କରିବ। ଅଲଗା ଜାଗାକୁ ସିଫ୍ଟ ସହ ସେଇଠି ଗଣତି, ମଣତି ମଧ୍ୟ କରାଯିବ। ଗଣତି, ମଣତି କିଭଳି କରାଯିବ, ସେନେଇ ଅଲଗା କମିଟି କରାଯିବ। ଆମେ ଗହଣା ଚିହ୍ନି ପାରିବୁନି, ତେଣୁ ସେନେଇ ଅଲଗା ସବ୍‌ କମିଟି ହେବ। ପୂର୍ବଥର ଏସବୁ କାମ ସଂପନ୍ନ କରିବା ପାଇଁ ୭୦ରୁ ଅଧିକ ଦିନ ଲାଗିଥିଲା। ଏଥର ଶୀଘ୍ର ସରିବ ବୋଲି ଆଶା କରାଯାଉଛି। ଉନ୍ନତ ଟେକ୍ନୋଲୋଜି ଥିବାରୁ ଶୀଘ୍ର ଗଣତି କାମ ସରିବ ବୋଲି ଆଶା କରାଯାଉଛି। ଗଣତି, ମଣତିରେ କିଏ ରହିବେ ଆମେ କେବଳ ପରାମର୍ଶ ଦେବୁ।

Advertisment

ନବ ଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ଆଜି ଦିନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ବସିଥିଲା। କମିଟିର ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

Puri Shreemandir Puri Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe