Advertisment

୧୮ରେ ପୁଣି ଖୋଲିବ ରତ୍ନଭଣ୍ଡାର, ବାହାରିଲା ଶୁଭ ମୁହୂର୍ତ୍ତ

ରତ୍ନଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏହି ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Ratna Bhandar

Ratna Bhandar

Advertisment

ଆସନ୍ତା ୧୮ ତାରିଖ ଅର୍ଥାତ ଗୁରୁବାର ପୁଣି ଖୋଲାଯିବ ରତ୍ନଭଣ୍ଡାର। ରତ୍ନଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ରତ୍ନଭଣ୍ଡାର ଆସନ୍ତା ଗୁରୁବାର ଖୋଲାଯିବ। ରତ୍ନ ଭଣ୍ଡାର ଖୋଲିବା ନେଇ ଶୁଭ ମୂହର୍ତ୍ତ ବାହାରିଛି। ଗୁରୁବାର ସକାଳ ୯ଟା ୫୧ରୁ ୧୨ଟା ୧୫ ପର୍ଯ୍ୟନ୍ତ ଶୁଭ ମୂହର୍ତ୍ତ ରହିଛି। ଏହି ସମୟ ମଧ୍ୟରେ ଭିତର ରତ୍ନ ଭଣ୍ଡାର ତାଲାକୁ ଖୋଲାଯିବ। ଏହି ସମୟରେ ନୀତିକାନ୍ତିରେ ଯେପରି କୌଣସି ବାଧା ସୃଷ୍ଟି ନ ହେବ ତା’ ଉପରେ ଦୃଷ୍ଟି ଦିଆଯିବ।

ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ଭିତର ଭଣ୍ଡାର ତାଲା ଖୋଲି ଭିତରକୁ ଯିବୁ। ସେଠାରେ ଥିବା ଜିନିଷ ପତ୍ର ଗୁଡ଼ିକୁ ଆଖିରେ ଦେଖିବୁ। ଏହାପରେ ଅଳଙ୍କାର ଗୁଡ଼ିକ ଯତ୍ନ ସହକାରେ ନୂତନ ଆଲମିରାକୁ ଓ ସିନ୍ଦୁକକୁ ସ୍ଥାନାନ୍ତରଣ କରିବୁ। ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ରତ୍ନ ଭଣ୍ଡାରରେ ଆଲମିରା ଓ ସିନ୍ଦୁକ ଗୁଡ଼ିକ ଚାରିପଟେ କାନ୍ଥକୁ ଲାଗି ରହିଛି। ଭିତର ରତ୍ନ ଭଣ୍ଡାରରେ କାନ୍ଥ ଦେଖାଯାଉ ନାହିଁ। ଆଲମିରା ଓ ସିନ୍ଦୁକରେ କ’ଣ ରହିଛି, ତା’ ତଳେ କ’ଣ ରହିଛି ଆମେ ଦେଖିନାହୁଁ।

Advertisment

ରତ୍ନ ଭଣ୍ଡାର ଖୋଲାଯିବା ବେଳେ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ବାରଣ କରାଯିବ । ଉକ୍ତ ସମୟରେ କେବଳ ଅଧିକୃତ ସେବାୟତ ଓ ରତ୍ନ ଭଣ୍ଡାର ଭିତରକୁ ଯିବାକୁ ଅନୁମତି ପାଇଥିବା ବ୍ୟକ୍ତିବିଶେଷ ହିଁ ଭିତରକୁ ଯାଇପାରିବେ ବୋଲି କହିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ ।

ସଂପୂର୍ଣ୍ଣ କାର୍ଯ୍ୟ ସରିବା ପରେ ସେଠାରେ ଉପସ୍ଥିତ ଏଏସଆଇ ‌ଏକ୍ସପର୍ଟ ରତ୍ନ ଭଣ୍ଡାର ଅନୁଧ୍ୟାନ କରିବେ। ପରେ ତାଲା ସିଲ୍‌ କରାଯିବ। ତାଲାକୁ ଜଉମୁଦ ସିଲ୍‌ କରାଯାଇ ଚାବି ଟ୍ରେଜେରୀରେ ରଖାଯିବ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ସମୟ ଅଭାବରୁ ୧୪ ତାରିଖରୁ ଭିତର ରତ୍ନଭଣ୍ଡାର ସିନ୍ଦୁକ, ଆଲମାରୀ ଖୋଲିନଥିଲୁ। ଆଉଦିନେ ଖୋଲିବାକୁ ନିଷ୍ପତ୍ତି ନେଇ ନୂଆ ତାଲା ପକାଇ ସିଲ୍ କରାଯାଇଥିଲା। ୩ଟି ତାଲା ଭଙ୍ଗାଯାଇଥିଲେ ବି ୨ଟି ନୂଆ ତାଲା ପକାଇବା ସମ୍ଭବ ହେଲା। ୨ଟି ନୂଆ ତାଲାର ଚାବି ଓ ଭଙ୍ଗାଯାଇଥିବା ତାଲା ଟ୍ରେଜେରୀ ଜିମା ଦିଆଯାଇଛି।

ଆସନ୍ତା ଗୁରୁବାର ଦିନ ଟ୍ରେଜେରୀରୁ ନୂଆ ତାଲାର ଚାବି ଆଣି ଖୋଲାଯିବ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରଥମେ ରତ୍ନଭଣ୍ଡାରରେ ଥିବା ଗହଣାଗୁଡ଼ିକୁ ଅସ୍ଥାୟୀ ରତ୍ନଭଣ୍ଡାର ‘ଖଟଶେଯ ଘର’କୁ ସ୍ଥାନାନ୍ତରଣ କରାଯିବ। ମାର୍ଗ ଦର୍ଶିକା ଅନୁସାରେ ଅସ୍ଥାୟୀ ରତ୍ନଭଣ୍ଡାରରେ ସିସିଟିଭି କ୍ୟାମେରା ଓ ଲାଇଟ ଲାଗିବ। ସମସ୍ତ ଗହଣା ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ ପରେ ମୂଳ ରତ୍ନଭଣ୍ଡାର ମରାମତି ହେବ। ଏଏସ୍ଆଇ ଦ୍ୱାରା ମରାମତି କାର୍ଯ୍ୟ ସରିବା ପରେ ଗଣତି, ମଣତି ହେବ। ପ୍ରତି ଆଲମିରାର ଭିଡିଓଗ୍ରାଫି କରାଯାଇଛି। 

ଗତ ୧୪ ତାରିଖରେ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ନେତୃତ୍ୱରେ ୧୧ଜଣିଆ ଉଚ୍ଚସ୍ତାରୀୟ କମିଟି, ରତ୍ନଭଣ୍ଡାର ଭିତରକୁ ଯାଇ ଅନୁଧ୍ୟାନ କରିଥିଲେ। ବାହାର ଭଣ୍ଡାର ତାଲା ଚାବିରେ ଖୋଲିଥିବାବେଳେ ଭିତର ଭଣ୍ଡାର ତାଲା ଭଙ୍ଗା ଯାଇଥିଲା। ଉକ୍ତ ଦିନ ବାହାର ଭଣ୍ଡାର ରତ୍ନ ଅଳଙ୍କାର ସବୁ ସ୍ଥାନାନ୍ତର ହୋଇଥିବା ବେଳେ ଭିତର ଭଣ୍ଡାର ସିନ୍ଦୁକ ଓ ଆଲମାରୀରେ ଥିବା ଅଳଙ୍କାର ସବୁର ସ୍ଥାନାନ୍ତର ରଥଯାତ୍ରା ପରେ ହେବ ବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସନ ସୂଚନା ଦେଇଥିଲେ। ତେଣୁ ସୁନାବେଶ ସରିବା ପରେ ଗୁରୁବାର ପୁଣି ଥରେ ରତ୍ନ ଭଣ୍ଡାର ଖୋଲିବ ବୋଲି ଆଜି ସ୍ପଷ୍ଟ କରିଛି ରତ୍ନ ଭଣ୍ଡାର ଯାଞ୍ଚ କମିଟି। 

Puri Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe