Advertisment

ଜ୍ବରରେ ଆକ୍ରାନ୍ତ ଶ୍ରୀଜିଉମାନଙ୍କୁ ଆସନ୍ତାକାଲି ଲାଗି ହେବ ଦଶମୂଳ ମୋଦକ

ଆସନ୍ତାକାଲି ଏହି ଦଶମୂଳ ମୋଦକ ଖାଇ ସମ୍ପୂର୍ଣ୍ଣ ସୁସ୍ଥ ହେବେ ଚତୁର୍ଦ୍ଧାମୂରତୀ।

author-image
Biswajit Samal
Puri

Puri

ଜ୍ବରରେ ଆକ୍ରାନ୍ତ ଶ୍ରୀଜିଉମାନଙ୍କୁ ଆସନ୍ତାକାଲି ଏକାଦଶୀ ତିଥିରେ ଲାଗି ହେବ ଦଶମୂଳ ମୋଦକ। ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିରରେ ପହଞ୍ଚିଛି। ଗମ୍ଭାରୀ, ବେଲ, ପାଟଳୀ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣୀ, ଅଙ୍କରାନ୍ତି, ଗୋଖରା ପରି ବିଭିନ୍ନ ପ୍ରକାରର ଆୟୁର୍ବେଦ ଚେରମୂଳରେ ପ୍ରସ୍ତୁତ ହୋଇଛି ଏହି ଦଶମୂଳ ମୋଦକ।

Advertisment

ଆସନ୍ତାକାଲି ଏହି ଦଶମୂଳ ମୋଦକ ଖାଇ ସମ୍ପୂର୍ଣ୍ଣ ସୁସ୍ଥ ହେବେ ଚତୁର୍ଦ୍ଧାମୂରତୀ। ସେପଟେ ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ବି ସରି ସରି ଆସୁଛି। ବିଶ୍ବକର୍ମା ମହାରଣାମାନେ ଏବେ ରଥର ସିଂହାସନ ଓ ପ୍ରଭା ନିର୍ମାଣରେ ଲାଗିଥିବାବେଳେ ଚିତ୍ରକାର ସେବକ ହଂସ ପଟା, ଶିଖର ଡମ୍ବରୁ, ଅଁଳା ସହ ପାର୍ଶ୍ବ ଦେବ ଦେବୀଙ୍କ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ ଶେଷ କରି ରଥ ଚକ, କୋଣ ଗୁଜ ଓ ପଟା ଗୁଜରେ ରଙ୍ଗ କାର୍ଯ୍ୟ ଚଳାଇଛନ୍ତି।

Puri Shreemandir Puri