କାଲି ଖୋଲିବ ରତ୍ନଭଣ୍ଡାର

ଆସନ୍ତାକାଲି ନିଶ୍ଚିତ ଭାବେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯିବ। ତେବେ କେତେବେଳେ ଖୋଲାଯିବ ସେନେଇ ମନ୍ଦିରର ସେବାୟତମାନଙ୍କ ସହ ବିଚାରବିମର୍ଶ କରି ସମୟ ନିର୍ଘଣ୍ଟ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Shree Mandir

ଶ୍ରୀମନ୍ଦିର

Jitendra Garnayak
  • Published: Saturday, 13 July 2024
  • Updated: 13 July 2024, 08:32 PM IST

Sports

Latest News

“ଦୀର୍ଘ ୪୬ ବର୍ଷ ପରେ ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବ । ରତ୍ନଭଣ୍ଡାରର ମରାମତି ସହ ଅଳଙ୍କାର ଗଣତିମଣତି ମଧ୍ୟ ହେବ। ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ସଂଖ୍ୟା, ଗୁଣାତ୍ମକ ମାନ, ଓଜନ ଓ ଫଟୋଚିତ୍ର ସମ୍ବଳିତ ଡିଜିଟାଲ କାଟାଲଗ୍ ମଧ୍ୟ ପ୍ରସ୍ତୁତ କରାଯିବ, ଯାହାକି ଭବିଷ୍ୟତ ପାଇଁ ଏକ ରେଫରେନ୍ସ ଡକ୍ୟୁମେଂଟ ଭାବେ ଉପଯୋଗ କରିହେବ । ଏହି ସମସ୍ତ ପ୍ରକ୍ରିୟାରେ ଧାର୍ମିକ ଭାବାବେଗ,ସ୍ୱଚ୍ଛତା ଓ ପାରଦର୍ଶିତାକୁ ଗୁରୁତ୍ୱ ଦିଆଯିବ । ଏନେଇ ପ୍ରସ୍ତୁତ ଏସପିଓ ମନ୍ଦିର ପ୍ରଶାସନକୁ ଦିଆଯାଇଛି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଆବଶ୍ୟକତା ଅନୁସାରେ କାର୍ଯ୍ୟ କରିବାକୁ କୁହାଯାଇଛି ।” ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ସନ୍ଧ୍ୟାରେ ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଏଭଳି ମତ ରଖିଛନ୍ତି।

ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଆସନ୍ତାକାଲି ନିଶ୍ଚିତ ଭାବେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯିବ । ତେବେ କେତେବେଳେ ଖୋଲାଯିବ ସେନେଇ ମନ୍ଦିରର ସେବାୟତମାନଙ୍କ ସହ ବିଚାରବିମର୍ଶ କରି ସମୟ ନିର୍ଘଣ୍ଟ ନିର୍ଦ୍ଧାରଣ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରତ୍ନଭଣ୍ଡାରର ମରାମତି ଓ ଗଣତିମଣତି ବାବଦ କାର୍ଯ୍ୟରେ ଅତ୍ୟନ୍ତ ସ୍ୱଚ୍ଛତା ଓ ସୁରୁଖୁରୁରେ କରିବା ପାଇଁ ବିଭିନ୍ନ କମିଟି ଗଠନ ହୋଇଛି । କିଏ କେଉଁ କମିଟିରେ ରହିବେ ତାହା ମଧ୍ୟ ସରକାର ଚୂଡ଼ାନ୍ତ କରିସାରିଛନ୍ତି । ପ୍ରତ୍ୟେକଟି କାର୍ଯ୍ୟ ବିଧିବ୍ୟବସ୍ଥା ଅନୁସାରେ କରାଯିବ । ରତ୍ନଭଣ୍ଡାର ଖୋଲିବା ସଂକ୍ରାନ୍ତ ଏସଓପି ଚୂଡ଼ାନ୍ତ ପାଇଁ ବୈଠକ ବସି ସରକାରଙ୍କ ପକ୍ଷରୁ ବିଭିନ୍ନ ଦିଗ ଉପରେ ତଜର୍ମା କରାଯାଇଛି । ଏହି ସମସ୍ତ ପ୍ରକ୍ରିୟାର ସୁପରିଚାଳନା ପାଇଁ ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏସଓପିରେ ସବୁକଥା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । କେଉଁ କମିଟି କ’ଣ କାର୍ଯ୍ୟ କରିବ ତାହା ମଧ୍ୟ ଉଲ୍ଲେଖ ରହିଛି । ଗଣତି ସମୟରେ ରିଜର୍ଭବ୍ୟାଙ୍କର ପ୍ରତିନିଧି ଉପସ୍ଥିତ ମଧ୍ୟ ରହିବେ । ସେହିଭଳି ଭିତର ରତ୍ନଭଣ୍ଡାରକୁ କେଉଁମାନେ ଯିବେ ତାହା ମଧ୍ୟ ଚୂଡ଼ାନ୍ତ ହୋଇଛି । ବିଭିନ୍ନ କମିଟିରେ ମନ୍ଦିର ପରିଚାଳନା ସଦସ୍ୟ, ସେବାୟତ, ଏଏସଆଇ ପ୍ରତିନିଧି, ରିଜର୍ଭ ବ୍ୟାଙ୍କ ପ୍ରତିନିଧିଙ୍କୁ ସାମିଲ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏସବୁ କମିଟିର ସୁପରିଚାଳନା ଦାୟିତ୍ୱ ତୁଲାଇବେ ବୋଲି ସେ କହିଛନ୍ତି ।

ଶ୍ରୀ ହରିଚନ୍ଦନ ଆହୁରି ମଧ୍ୟ କହିଛନ୍ତି ଯେ, ଗତଥର ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି କାର୍ଯ୍ୟ ପାଇଁ ୭୦/୭୨ଦିନ ସମୟ ଲାଗିଥିଲା । କିନ୍ତୁ ଚଳିତଥର ଟେକ୍ନୋଲୋଜିରେ ସୁଧାର ଆସିଛି । ମାତ୍ର ଏହି କାର୍ଯ୍ୟ ପାଇଁ କେତେଦିନ ସମୟ ଲାଗିବ ତାହା କହିବା ଏବେ ସମ୍ଭବପର ନୁହେଁ । ଏହି ମରାମତି ଓ ଗଣତିମଣତି ଯୋଗୁ ମହାପ୍ରଭୁଙ୍କ ଦର୍ଶନ କିମ୍ବା ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି । ତେବେ ରତ୍ନଭଣ୍ଡାର ଖୋଲିବା ଓ ଗଣତିମଣତି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଓ ମହାପ୍ରଭୁଙ୍କ ନୀତି ତଥା ଧାର୍ମିକ ଭାବନା ସହ ଜଡ଼ିତ ଥିବାରୁ କିଛି କଥା ଲୁକାୟିତ ରହିବା ଜରୁରୀ ବୋଲି ସେ କହିଛନ୍ତି ।

Also Read

ସେ ପୂର୍ବର ବିଜେଡି ସରକାରକୁ କଟାକ୍ଷ କରି କହିଛନ୍ତି ଯେ, ଗୋଟିଏ ସରକାର ୨୪ବର୍ଷ ଶାସନରେ ରହି ମଧ୍ୟ ରତ୍ନଭଣ୍ଡାର ଖୋଲିପାରିଲେ ନାହିଁ । ଏବେ ବିଜେପି ସରକାର ମାତ୍ର ମାସକ ମଧ୍ୟରେ ମହାପ୍ରଭୁଙ୍କ ଆଶୀର୍ବାଦରେ ରତ୍ନଭଣ୍ଡାର ଖୋଲିବାକୁ ଯାଉଛନ୍ତି । ଶ୍ରୀମନ୍ଦିର ସହ ଜଡ଼ିତ ବିଭିନ୍ନ ରିପୋର୍ଟକୁ ତାଙ୍କ ସରକାର ସାର୍ବଜନୀନ କରିବେ । ଏହାସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେବେ ବୋଲି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି ।

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ନେଇ ଏବେ ଆମର ଏକ ବୈଠକ ବସିବ। ସେଠାରେ ସବୁ ଆବଶ୍ୟକତା ସଂପର୍କରେ ଆଲୋଚନା ହେବ। ଦିନ ୧ଟା ପରେ ଶୁଭ ସମୟ ଆସୁଛି, ୧ଟା ପରେ ଖୋଲାଯିବ। ଯାହା ଆଶା କରୁଛୁ ଗୋଟାଏରୁ ସାଢ଼େ ଗୋଟାଏରେ ଖୋଲାଯିବ। ଚାବିରେ ଯଦି ତାଲା ନଖୋଲେ, ତା’ହେଲେ ତାଲା ଭଙ୍ଗାଯାଇ ଖୋଲାଯିବ। ତାଲା ଭାଙ୍ଗିବା ପାଇଁ ତାଲା ଭଙ୍ଗା ଟିମ୍‌କୁ ଡକାଯାଇଛି। ସ୍ନେକ ହେଲପଲାଇନ ଓ ମେଡିକାଲ ଟିମ୍‌ ମଧ୍ୟ ଷ୍ଟାଣ୍ଡ ବାଇ ରହିବେ। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଭିତରକୁ ଯିବାକୁ ପଡ଼ିପାରେ। କେଉଁମାନେ ଭିତରକୁ ଯିବେ ସେନେଇ ମଧ୍ୟ ଏସ୍‌ଓପି ହୋଇଛି। ତଦାରଖ କମିଟିର ୨ ଜଣ, ଜିଲ୍ଲାପାଳ, ତାଲା ଭଙ୍ଗା ଟିମ୍‌ ଯିବେ।
ଏଏସ୍‌ଆଇ ଟିମ୍‌, ଭଣ୍ଡାର ମେକାପ, ତଡ଼ଉ କରଣ ମଧ୍ୟ ଯିବେ। ରତ୍ନ ଅଳଙ୍କାର ରଖିବା ପାଇଁ ମନ୍ଦିର ଭିତରେ ସ୍ଥାନ ଚିହ୍ନଟ ହୋଇସାରିଛି। 

ସୂଚନାଯୋଗ୍ୟ, ରାଜ୍ୟର ବିଜେପି ସରକାର କ୍ଷମତାକୁ ଆସିବା ପରେ ରତ୍ନଭଣ୍ଡାର ଯାଂଚ ପାଇଁ ଗଠିତ ଜଷ୍ଟିସ ଅରଜିତ୍ ପଶାୟତ କମିଟିକୁ ଭାଙ୍ଗି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । ଜଷ୍ଟିସ ରଥଙ୍କ କମିଟି ସରକାରଙ୍କୁ ରତ୍ନଭଣ୍ଡାର ଖୋଲିବା ପାଇଁ ସୁପାରିଶ କରିଥିଲେ ଓ ଉକ୍ତ କମିଟିର ତଦାରଖରେ ରତ୍ନଭଣ୍ଡାର ଖୋଲା ଓ ମଣତିଗଣତି କାର୍ଯ୍ୟ ସମ୍ପାଦନ ହେବ । ରାଜ୍ୟ ସରକାର ଏହି ପ୍ରକ୍ରିୟା ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦବୀରୁ ମଧ୍ୟ ବରିଷ୍ଠ ଆଇଏଏସ୍ ବୀରବିକ୍ରମ ଯାଦବଙ୍କୁ ହଟାଇ ଅରବିନ୍ଦ ପାଢ଼ୀଙ୍କୁ ନିଯୁକ୍ତି ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story