Advertisment

ତାଳଧ୍ୱଜ ରଥ ଟଣା ବେଳେ ଠେଲାପେଲା

ପୁରୀରେ ତାଳଧ୍ୱଜ ରଥ ଟଣା ବେଳେ ଠେଲାପେଲା। ପ୍ରାୟ ୨୫ ଜଣ ଲୋକ ଠେଲା ପେଲାରେ ପଡ଼ି ଯିବା ପରେ ସେମାନଙ୍କ ଉପରେ ଚଢ଼ିଗଲେ ଲୋକେ।

ଅଦ୍ୟତନ ହୋଇଛି
Chariot

Chariot

Advertisment

ପୁରୀରେ ତାଳଧ୍ୱଜ ରଥ ଟଣା ବେଳେ ଠେଲାପେଲା। ପ୍ରାୟ ୨୫ ଜଣ ଲୋକ ଠେଲା ପେଲାରେ ପଡ଼ି ଯିବା ପରେ ସେମାନଙ୍କ ଉପରେ ଚଢ଼ିଗଲେ ଲୋକେ। ଲୋକେ ଦଳି ଦେବାରୁ ବହୁ ଲୋକ ଆହତ ହୋଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମରିଚିକୋଟ ଛକରେ  ଏହି ଅଘଟଣ ଘଟିଛି।

Advertisment

ଠେଲାପେଲାରେ ବହୁ ସଂଖ୍ୟକ ମହିଳା ଓ ବରିଷ୍ଠ ନାଗରିକ ପଡ଼ି ଯିବା ପରେ ଉପସ୍ଥିତ ସୁରକ୍ଷା କର୍ମୀ ଭିଡ଼କୁ ପ୍ରତିହତ କରି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମୃଦ ଲାଠି ଚାଳନା କରି ପଡ଼ି ଯାଇଥିବା ଲୋକଙ୍କୁ ଉଠାଇ ଆଶୁ ଚିକିତ୍ସା କେନ୍ଦ୍ରକୁ ନିଆଯିବା ପରେ ସେଠାରୁ ପ୍ରାୟ ୫ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସମସ୍ତଙ୍କର ଚିକିତ୍ସା ଚାଲିଛି। ସେମାନଙ୍କ ଭିତରେ ଜଣେ ବିଦେଶୀ ଭକ୍ତ ମଧ୍ୟ ଅଛନ୍ତି।

Ratha Yatra Puri Lord Jagannath Puri Car Festival
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe