Advertisment

'ରତ୍ନଭଣ୍ଡାର ଯାଞ୍ଚ କମିଟିର ସବୁ ନିଷ୍ପତ୍ତିକୁ ସରକାର ମାନିବେ'

‘ରତ୍ନଭଣ୍ଡାର ଯାଞ୍ଚ କମିଟି ଏକ ସ୍ୱତନ୍ତ୍ର ବଡି। କେବେ ରତ୍ନଭଣ୍ଡାର ଖୋଲିବ, ମୋଡାଲିଟି କଣ ରହିବ ସେ ନିଷ୍ପତ୍ତି କମିଟି ନେବ। ସେମାନେ ଯେଉଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବେ ସରକାର ତାହାକୁ ମାନିବେ।’

author-image
Niharika Rout
ଅଦ୍ୟତନ ହୋଇଛି
Prithiviraj Harichandan

Prithiviraj Harichandan

‘ରତ୍ନଭଣ୍ଡାର ଯାଞ୍ଚ କମିଟି ଏକ ସ୍ୱତନ୍ତ୍ର ବଡି। କେବେ ରତ୍ନଭଣ୍ଡାର ଖୋଲିବ, ମୋଡାଲିଟି କଣ ରହିବ ସେ ନିଷ୍ପତ୍ତି କମିଟି ନେବ। ସେମାନେ ଯେଉଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବେ ସରକାର ତାହାକୁ ମାନିବେ।’ ଆଜି ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠବ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ ଏପରି ମନ୍ତବ୍ୟ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

Advertisment

ନୂତନ ଭାବରେ ଗଠନ କରାଯାଇଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ଆଜି ଦିନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ବସିଛି । ପୂର୍ବତନ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ ଟିମ୍ ସଦସ୍ୟ ରତ୍ନଭଣ୍ଡାର ଖୋଲିବା ନେଇ ବିସ୍ତୃତ ଆଲୋଚନା କରିବେ। ତେଣୁ କମିଟି ଯାହା ନିଷ୍ପତ୍ତି ନେବ ତାହା ସରକାରଙ୍କ ପାଇଁ ଗ୍ରହଣୀୟ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ବସୁଛି କମିଟି। ସେମାନେ ଯାହା ନିଷ୍ପତ୍ତି ନେବେ ତାହା ସରକାରଙ୍କ ପାଇଁ ସ୍ୱୀକାର୍ଯ୍ୟ। କମିଟିର ସବୁ ନିଷ୍ପତ୍ତି ଆମେ ପାଳନ କରିବୁ। ରଥ ଯାତ୍ରା ସମୟରେ କିମ୍ବା ତା’ ପରେ ଯେବେ ରତ୍ନ ଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଲେ ତାହାକୁ ଗ୍ରହଣ କରିବୁ। ଯାହା ଚ୍ୟାଲେଞ୍ଜ ଆସିବ ତାହାକୁ ସାମନା କରିବୁ ।

Advertisment

୪୬ ବର୍ଷ ପରେ ରତ୍ନ ଭଣ୍ଡାର ଖୋଲାଯିବାକୁ ଯାଉଛି। ରତ୍ନ ଭଣ୍ଡାର ଖୋଲାଗଲା ପରେ ଏହାର ପ୍ରକୃତ କାମ ଗଣତି ଓ ମଣତି ନେଇ ନିଷ୍ପତ୍ତି ହେବ। ଭିତର ଓ ବାହାର ରତ୍ନଭଣ୍ଡାରର ଗହଣାକୁ କାଢ଼ି ସୁରକ୍ଷାରେ ରଖିବା ବଡ଼ କାମ। କାମକୁ ସୁରୁଖୁରରେ ସମ୍ପାଦନ କରିବାକୁ ଯଥାସାଧ୍ୟ ପ୍ରଚେଷ୍ଟା କରିବୁ। ରତ୍ନ ଭଣ୍ଡାରରୁ ଅଳଙ୍କାର ଚିହ୍ନଟ ଓ ଗଣତିକୁ ଖୁବ୍ ଶୀଘ୍ର ସାରିବାକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ।

Puri Ratna Bhandar