Advertisment

ପୁରୀ: ସୁଭଦ୍ରାଙ୍କ ଦର୍ପଦଳନ ରଥର ଅଖରେ ଫାଟ

ଫାଟକୁ ଲୁଚେଇବା ପାଇଁ ମହାରଣାମାନେ ବଟମ୍ ପ୍ୟାକିଂ କରି କ୍ଲାମ୍ପ ଫିଟିଂ କରିଛନ୍ତି।

Chariot

Chariot

Advertisment

ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ମଝିରେ ଆଉ ୨ ଦିନ ଥିବା ବେଳେ ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଅଖରେ ଦେଖିବାକୁ ମିଳିଛି ଫାଟ। ରଥର ଉଛୁଳା ଅଖରେ ଫାଟ ଥିବା ଦେଖିବାକୁ ମିଳିଛି। ଫାଟକୁ ଲୁଚେଇବା ପାଇଁ ମହାରଣାମାନେ ବଟମ୍ ପ୍ୟାକିଂ କରି କ୍ଲାମ୍ପ ଫିଟିଂ କରିଛନ୍ତି। ତଥାପି ଅଖଟି ଦୁର୍ବଳ ଥିବା ଜଣାପଡ଼ିଛି। ତେଣୁ କୌଣସି ଅଘଟଣ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ତେବେ ଏତେ ବଡ଼ ତ୍ରୁଟିକୁ କିଏ ଓ କାହିଁକି ଲୁଚେଇଲା, ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।

Advertisment

ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ର କହିଛନ୍ତି, ଉଛୁଳା ଅଖରେ ଫାଟ ସ୍ପଷ୍ଟ ଦେଖାଯାଉଛି। ଏବେ ବି ସମୟ ଅଛି। ଏହାକୁ ସୁଧାରିବାକୁ ପଦକ୍ଷେପ ନିଆଯାଉ। ନ ହେଲେ ଅଘଟଣ ଘଟିପାରେ। ସେଥିପାଇଁ ଜିଲ୍ଲା ପ୍ରଶାସନ ବା ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ। ନ ହେଲେ କୌଣସି ଅଘଟଣ ପାଇଁ ସେମାନେ ହିଁ ଦାୟୀ ରହିବେ।

Ratha Yatra Puri Ratha Jatra 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe