Advertisment

ବଢ଼ିବନି ସୁନାବେଶ ଦର୍ଶନ ସମୟ, ଜାଣନ୍ତୁ କେତେବେଳେ ବନ୍ଦ ହେବ

ଭକ୍ତଙ୍କ ଶୃଙ୍ଖଳିତ ସୁନାବେଶ ଦର୍ଶନ ପାଇଁ ସେବାୟତମାନେ SOPକୁ ଠିକ୍ ଭାବେ ପାଳନ କରିବେ ।

author-image
Jitendra Garnayak
ଅଦ୍ୟତନ ହୋଇଛି
Shreemandir

Shreemandir

ଆଜି ହେଉଛି ଶ୍ରୀଜିଉଙ୍କ ସୁନାବେଶ। ରଥାରୂଢ଼ ଶ୍ରୀଜିଉ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ସଜେଇ ହେବେ। ସନ୍ଧ୍ୟା ପ୍ରାୟ ୫ଟା ବେଳକୁ ସୁନାବେଶ ଆରମ୍ଭ ହୋଇଯିବ। ତେବେ ଚଳିତ ବର୍ଷ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସମୟ ବଢ଼ିବ ନାହିଁ। ରାତି ୧୧ଟାରେ ବନ୍ଦ ହେବ ସୁନାବେଶ ଦର୍ଶନ। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି।

Advertisment

ଶ୍ରୀ ପାଢ଼ୀ କହିଛନ୍ତି,ଏ ବର୍ଷ ବଢ଼ିବନି ସୁନାବେଶର ଦର୍ଶନ ସମୟ। ଯେଉଁ ସମୟ ନିର୍ଘଣ୍ଟ ହୋଇଛି, ସେତିକି ସମୟ ହିଁ ମହାପ୍ରଭୁଙ୍କ ଦର୍ଶନ ମିଳିବ। ରାତି ୧୧ ଟାରେ ବନ୍ଦ ହେବ ସୁନାବେଶ ଦର୍ଶନ। ଆସନ୍ତାକାଲି ଭିତର ରତ୍ନଭଣ୍ଡାର ଖୋଲାଯିବାକୁ ଥିବାରୁ ସୁନାବେଶରେ ନିୟୋଜିତ ଭଣ୍ଡାର ମେକାପମାନେ ସେଥିରେ ମଧ୍ୟ ବ୍ୟସ୍ତ ରହିବେ। ତେଣୁ ବଢିବନି ସୁନାବେଶ ଦର୍ଶନ ।

ଭକ୍ତଙ୍କ ଶୃଙ୍ଖଳିତ ସୁନାବେଶ ଦର୍ଶନ ପାଇଁ ସେବାୟତମାନେ SOPକୁ ଠିକ୍ ଭାବେ ପାଳନ କରିବେ । ବାହୁଡ଼ା ଯାତ୍ରା ପରି ସୁନାବେଶରେ ମଧ୍ୟ ସେମାନେ ରଥ ଉପରକୁ ମୋବାଇଲ ଫୋନ୍ ନେଇ ପାରିବେ ନାହିଁ । ସେବାୟତମାନେ ରଥ ସମ୍ମୁଖରେ ଠିକ ଭାବେ ରହିବେ, ଯେପରି ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ। ମହାପ୍ରଭୁଙ୍କ ସାମ୍ନାରେ ଛିଡ଼ା ହୋଇ ଭକ୍ତଙ୍କ ପାଇଁ ବାଧକ ନହେବାକୁ ସେବାୟତମାନଙ୍କୁ କୁହାଯାଇଛି।

Advertisment

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, ଗତ ବର୍ଷ ସୁନାବେଶ ଦେଖିବାକୁ ୧୦ ଲକ୍ଷରୁ ଅଧିକ ଭକ୍ତ ଆସିଥିଲେ। ଏବର୍ଷ ପାଖାପାଖି ୧୫ ଲକ୍ଷ ଭକ୍ତଙ୍କ ଆଗମନ ହେବ ବୋଲି ଆଶା କରାଯାଉଛି। ସେଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି। ଶୃଙ୍ଖଳିତ ଟ୍ରାଫିକ ପରିଚାଳନା ଓ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି। ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରିବେ ବୋଲି ଆଶା। ସନ୍ଧ୍ୟା ପ୍ରାୟ ୫ଟା ବେଳକୁ ସୁନବେଶ ଆରମ୍ଭ ହେବ। ରାତି ୧୧ଟା ବେଳକୁ ସ୍ଵର୍ଣ୍ଣ ଅଳଙ୍କାର ବେଶ ଓହ୍ଲାଇ ଦିଆଯିବ।

Ratha Yatra Suna Besha