Advertisment

ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ତିନି ଠାକୁର

ରାଜରାଜେଶ୍ୱର ବେଶରେ ରଥାରୂଢ଼ ଚତୁର୍ଦ୍ଧା ମୂରତି। ଶ୍ରୀଅଙ୍ଗରେ ସୁଶୋଭିତ ମହଣ ମହଣ ସୁନା। ଶ୍ରୀପୟର, ଶ୍ରୀଭୂଜ ସାଙ୍ଗକୁ ମସ୍ତକରେ ଝଟକୁଛି ସୁବର୍ଣ୍ଣ କିରିଟି।

ଅଦ୍ୟତନ ହୋଇଛି
Suna Besha timing

Suna Besha timing

Advertisment

ନବଦିନାତ୍ମକ ଯାତ୍ରା ସାରି ବୁଧବାର ଜନ୍ମବେଦୀରୁ ବାହୁଡ଼ିବା ପରେ ଆଜି ରାଜରାଜେଶ୍ୱର ବା ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂରତି। ରାତି ୧୨ଟା ପର୍ଯ୍ୟନ୍ତ ମହାବାହୁ ଦର୍ଶନ ଦେବେ। ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ। ସ୍ୱର୍ଣ୍ଣ ବିଭୂଷିତ ଶ୍ରୀଜୀଉଙ୍କ ଅପୂର୍ବ ବେଶ ଦର୍ଶନ କରି ଧନ୍ୟ ହେଉଛନ୍ତି ଭକ୍ତ।

Advertisment

ରାଜରାଜେଶ୍ୱର ବେଶରେ ରଥାରୂଢ଼ ଚତୁର୍ଦ୍ଧା ମୂରତି। ଶ୍ରୀଅଙ୍ଗରେ ସୁଶୋଭିତ ମହଣ ମହଣ ସୁନା। ଶ୍ରୀପୟର, ଶ୍ରୀଭୂଜ ସାଙ୍ଗକୁ ମସ୍ତକରେ ଝଟକୁଛି ସୁବର୍ଣ୍ଣ କିରିଟି। ଅଣ୍ଟାରେ ସୁନାପଟି ଓଡ଼ିଆଣି, କର୍ଣ୍ଣରେ କୁଣ୍ଡଳ, ଆଖି ପତା ଉପରେ ଚନ୍ଦ୍ର ସୂର୍ଯ୍ୟ, ବେକରେ ଘାଗଡ଼ା, ବାହାଡ଼ା, ସେବତୀ, କଦମ୍ବ ଓ ବାଘନଖି ଭଳି କେତେକଣ ମାଳି। ତା’ ସାଙ୍ଗକୁ ତିନି ଦିଅଁଙ୍କ ସ୍ୱତନ୍ତ୍ର ଆୟୁଧ, ସ୍ୱତନ୍ତ୍ର ଆଭୂଷଣ। ବ୍ରହ୍ମାଣ୍ଡ ଠାକୁରଙ୍କ ଶ୍ରୀଅଙ୍ଗରେ ଏମିତି ୧୩୮ ପ୍ରକାରର ରତ୍ନ ଖଚିତ ଅଳଙ୍କାର ଦେଖି, ଚକିତ, ପୁଲକିତ, ପୁଣି କେତେବେଳେ ଆଧ୍ୟାତ୍ମିକତାର ଶିହରଣରେ ଶିହରିତ, ଲକ୍ଷ ଲକ୍ଷ ଭକ୍ତ।

ମଧ୍ୟାହ୍ନ ଧୂପ ଓ ମଇଲମ, ଶାଢ଼ୀ ଖଣ୍ଡୁଆ ଲାଗି ସଂଧ୍ୟା ଆଳତୀ ଓ ଏକାଦଶୀ ସର୍ବାଙ୍ଗ ପରେ ଆରମ୍ଭ ହୋଇଥିଲା ସୁନାବେଶ ପ୍ରସ୍ତୁତି। ସିଂହଦ୍ୱାର ଦେଇ ସେବାୟତମାନେ ରଥ ଉପରକୁ ଗୋଟିକ ପରେ ଗୋଟିଏ ଦୁର୍ମୂଲ୍ୟ ଅଳଙ୍କାର ବୋହି ନେବା ବେଳେ ଝଲସି ଉଠିଥିଲା ଶ୍ରଦ୍ଧାଳୁଙ୍କ ଆଖି। ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଅଙ୍ଗ ସଜ୍ଜା ପରେ ସୁନାବେଶ ବା ବଡ଼ତଢ଼ାଉ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ।

Advertisment

ପାଗ ଭଲ ଥିବାରୁ ସୁନାବେଶ ଦେଖିବା ଲାଗି ବଡ଼ଦାଣ୍ଡରେ ଜମିଛି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ ବନ୍ଦୋବସ୍ତ କରାଯାଇଛି। ପ୍ରଥମ ଥର ପାଇଁ ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥାର ସୁପରିଚାଳନା ପାଇଁ ଡ୍ରୋନର ବ୍ୟବହାର କରାଯାଇଛି। ଆଜି ସୁନାବେଶ ଦର୍ଶନ ସରିବା ପରେ ଆସନ୍ତାକାଲି ରଥାରୁଢ଼ ଠାକୁରଙ୍କ ପାଖରେ ଲାଗିହେବ ଅଧରପଣା। ଆଉ ଶନିବାର ନିଳାଦ୍ରୀ ବିଜେ।

Ratha Yatra Puri Suna Besha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe