Advertisment

ସୁଭଦ୍ରାଙ୍କ ଦର୍ପଦଳନ ରଥର ଅଖରେ ଫାଟ ପ୍ରସଙ୍ଗ, ନିଆଗଲା ଏହି ନିଷ୍ପତ୍ତି

ରଥ ନିର୍ମାଣ ବୈଷୟିକ କମିଟି ମୁଖ୍ୟ ଏନ୍‌.ସି ପାଲ କହିଥିଲେ, ଆମେ ଅଖର ଉକ୍ତ ସ୍ଥାନକୁ ଦେଖିଲୁ। ଏହା ସଂପୂର୍ଣ୍ଣ ସୁରକ୍ଷିତ ଅଛି।

Ratha

Ratha

Advertisment

ଦେବୀ ସୁଭଦ୍ରାଙ୍କ ରଥର ଅଖରେ ଫାଟ ଥିବା କଥା ସାମ୍ନାକୁ ଆସିବା ପରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏନେଇ ଏକ ଜରୁରୀ ବୈଠକ ବସିଥିଲା। ଆଉ ବୈଠକରେ ହୋଇଥିବା ନିଷ୍ପତ୍ତି ପ୍ରକାରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଉକ୍ତ ଅଖକୁ ପରିବର୍ତ୍ତନ କରାଯିବ ନାହିଁ।

Advertisment

ବୈଠକ ପରେ ରଥ ନିର୍ମାଣ ବୈଷୟିକ କମିଟି ମୁଖ୍ୟ ଏନ୍‌.ସି ପାଲ କହିଥିଲେ, ଆମେ ଅଖର ଉକ୍ତ ସ୍ଥାନକୁ ଦେଖିଲୁ। ଏହା ସଂପୂର୍ଣ୍ଣ ସୁରକ୍ଷିତ ଅଛି। ଏଥିରେ କିଛି ସମସ୍ୟା ନାହିଁ। ଗୋଟିଏ ୟୁ କ୍ଲାମ୍ପ ଦିଆଯାଇଛି। ଆଉ ଗୋଟିଏ ୟୁ କ୍ଲାମ୍ପ ଦିଆଗଲେ ଆଉ କିଛି ଅସୁବିଧା ହେବ ନାହିଁ। ସେଇଟା ସେତେ ଲୋଡିଂ ପଏଣ୍ଟ ମଧ୍ୟ ନୁହେଁ।

ସେ ଆହୁରି କହିଛନ୍ତି, ଆମେ ତାକୁ ଫାଟ ମଧ୍ୟ କହିପାରିବା ନାହିଁ। ସେ ସ୍ଥାନରେ କାଠରୁ ଏକ ଛାଲ ବା ପରସ୍ତ ଛାଡ଼ି ଗଲା ଭଳି ହୋଇଛି।

Advertisment

ରଥର ଉଛୁଳା ଅଖରେ ଫାଟ ଥିବା ଦେଖିବାକୁ ମିଳିଥିବା ନେଇ ଖବର ଆସିବା ପରେ ବିଭିନ୍ନ ବର୍ଗରେ ଚିନ୍ତା ପ୍ରକଟ କରାଯାଇଥିଲା। ଅଘଟଣ ଘଟିବା ନେଇ ଆଶଙ୍କା କରିଥିଲେ। ଉକ୍ତ ସ୍ଥାନରେ ମହାରଣାମାନେ ବଟମ୍ ପ୍ୟାକିଂ କରି କ୍ଲାମ୍ପ ଫିଟିଂ କରିଛନ୍ତି। ତଥାପି ଅଖଟି ଦୁର୍ବଳ ଥିବା ଜଣାପଡ଼ିଛି। ତେଣୁ ଏତେ ବଡ଼ ତ୍ରୁଟିକୁ କିଏ ଓ କାହିଁକି ଲୁଚେଇଲା, ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।

Ratha Yatra Puri Ratha Jatra 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe