/odisha-reporter/media/post_attachments/uploadimage/library/16_9/16_9_0/IMAGE_1721452669.jpg)
jay jagannath
ଘୋଷଯାତ୍ରା ଶେଷ କରି ରତ୍ନବେଦୀକୁ ବାହୁଡ଼ି ଆସିଛନ୍ତି ଶ୍ରୀଜିଉ। ଆଜିଠୁ ସ୍ୱାଭାବିକ ଭାବେ ଶ୍ରୀମନ୍ଦିରର ନୀତିକାନ୍ତି ଆରମ୍ଭ ହୋଇଛି। ବଡ଼ ଦେଉଳର ରତ୍ନବେଦୀରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ।
ଆଜି ମଧ୍ୟ ବାହାରିବ ନୀଳାଚଳ ଅବଢା। ୧୩ ଦିନ ପରେ ନୀଳାଚଳ ଅବଢା ପାଇବାକୁ ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି। ଶ୍ରୀଜିଉଙ୍କ ଠାରେ ଲାଗି ପରେ ଅପରାହ୍ନରେ ବାହାରିବ ମହାପ୍ରସାଦ। ରଥଯାତ୍ରା ପରେ ରତ୍ନବେଦୀରେ ଠାକୁରଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ଗହଳି ଲାଗିଲାଣି।
ନବ ଦିନାତ୍ମକ ରଥଯାତ୍ରା ଶେଷ କରି ଭକ୍ତଙ୍କୁ ଦୁର୍ଲଭ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବା ପରେ ଗତ ଗୁରୁବାର ଅଧରପଣା ଗ୍ରହଣ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ଏହାପରେ ଗତକାଲି ଭକ୍ତଙ୍କଠାରୁ ରସଗୋଲା ଓ ଚୁଡ଼ାଘଷା ଭୋଗ ଖାଇବା ପରେ ନୀଳକନ୍ଦରକୁ ବିଜେ କରିଥିଲେ ମହାପ୍ରଭୁ। ସନ୍ଧ୍ୟା ଧୂପ ଶେଷ ପରେ ବିଜେ କାହାଳୀ ବାଜିଥିଲା। ଶ୍ରୀ ସୁଦର୍ଶନ, ଦେବୀ ସୁଭଦ୍ରା, ମହାପ୍ରଭୁ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଜଣଙ୍କ ପରେ ଜଣେ ଶ୍ରୀମନ୍ଦିରକୁ ବିଜେ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
