Advertisment

ରଥ ଉପରେ କାଳିଆ ସାଆଁନ୍ତ; ତଳେ ଦୁଇ ସେବାୟତ ଗୋଷ୍ଠୀ ପିଟାପିଟି

ସନ୍ଧ୍ୟା ପ୍ରାୟ ୭ରୁ ୮ଟା ଅନ୍ୟ ଗୋଷ୍ଠୀର ସେବାୟତମାନେ କିଛି ଅଣ ସେବାୟତଙ୍କୁ ଆଣି ପହଣ୍ଡି କରିବା ପାଇଁ ପ୍ରସ୍ତୁତି କରୁଥିଲେ। ଠିକ୍‌ ସେହି ସମୟରେ ରାଗି ଘରକୁ ପଳାଇ ଯାଇଥିବା ସେବାୟତମାନେ ସେମାନଙ୍କୁ ବିରୋଧ କରିଥିଲେ।

ଅଦ୍ୟତନ ହୋଇଛି
Jajpur

Jajpur

Advertisment

ଭକ୍ତ ବତ୍ସଳ କାଳିଆ ସାଆଁନ୍ତ। ସବୁ ବାଡ଼ ବନ୍ଧନକୁ ଭାଙ୍ଗି ବର୍ଷର ଥରେ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଖକୁ ଚାଲି ଆସନ୍ତି ମହାପ୍ରଭୁ। ଆଉ ଭକ୍ତ ବତ୍ସଳ ତାଙ୍କୁ କୁଣ୍ଢାଇ ପକାଇ ନିଜ ମନ ଭିତରେ ଥିବା ସବୁ ଦୁଃଖ ଓ ବେଦନା ଜଣାଇଥାଏ। ତା’ପରେ ମହାପ୍ରଭୁଙ୍କ ସେହି ରଥକୁ ଲୋତକଭରା ଆଖିରେ ଟାଣିନେଇଯାଏ ଜନ୍ମ ବେଦୀକୁ। ହେଲେ ଇଏ କ’ଣ ବିଚିତ୍ର ଚିତ୍ର? ଗୁଣ୍ଡିଚା ମନ୍ଦିର ଆଗରେ ରଥ ଉପରେ ବସିଛନ୍ତି ବିଶ୍ୱ ନିୟନ୍ତା କାଳିଆ ସାଆଁନ୍ତ। ଆଉ ତାଙ୍କ ଆଖି ଆଗରେ ପିଟାପିଟି ଲାଗୁଛନ୍ତି ଦୁଇ ସେବାୟତ ଗୋଷ୍ଠୀ। ବିବାଦ ଯୋଗୁ ରାତି ୩ଟାରେ ଗୁଣ୍ଡିଚା ମନ୍ଦିରକୁ ଗଲେ ତିନି ଠାକୁର। ଏପରି ଚିତ୍ର ଯାଜପୁର ଜିଲ୍ଲା ସୁକିନ୍ଦା ଜଗନ୍ନାଥ ମନ୍ଦିରରେ ଦେଖିବାକୁ ମିଳିଛି।

Advertisment

ପ୍ରତିବର୍ଷ ପରି ଚଳିତବର୍ଷ ସୁକିନ୍ଦା ଶ୍ରୀଜଗନ୍ନାଥ ମନ୍ଦିରରେ ମହା ଆଡମ୍ବରରେ ରଥ ଯାତ୍ରା ହୋଇଥିଲା। ସୋମବାର ସନ୍ଧ୍ୟା ବେଳେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା ରଥ। ତା’ପରେ ତିନି ଠାକୁରଙ୍କ ଗୁଣ୍ଡିଚା ମନ୍ଦିର ପହଣ୍ଡି ଆରମ୍ଭ ହେବା କଥା। ହେଲେ ମନ୍ଦିରର ଦୁଇ ସେବାୟତ ଗୋଷ୍ଠୀଙ୍କ ମତଭେଦ ଯୋଗୁ ଆରମ୍ଭ ହୋଇପାରିଲାନି ପହଣ୍ଡି। ବିବାଦ ଯୋଗୁ ପହଣ୍ଡ କରାଉଥିବା ସେବାୟତମାନେ ଠାକୁରଙ୍କୁ ରଥ ଉପରେ ଛାଡ଼ି ଘରକୁ ପଳାଇଗଲେ। ଦୀର୍ଘ ସମୟ ଧରି ତିନି ଠାକୁର ରଥ ଉପରେ ରହିଲେ।

ସନ୍ଧ୍ୟା ପ୍ରାୟ ୭ରୁ ୮ଟା କିଛି ଅଣ ସେବାୟତ ପହଣ୍ଡି କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ନେଇ ସେବାୟତଙ୍କ ଗୋଷ୍ଠୀ ଅଭିଯୋଗ କରିଥିଲେ। ଠିକ୍‌ ସେହି ସମୟରେ ରାଗି ଘରକୁ ପଳାଇ ଯାଇଥିବା ସେବାୟତମାନେ ସେମାନଙ୍କୁ ବିରୋଧ କରିଥିଲେ। ଆଉ ଚାରମାଳ ଖୋଲୁଥିବା ବେଳେ ଦୁଇ ସେବାୟତ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ରଥ ଉପରେ ବସିଛନ୍ତି ତିନି ଠାକୁର। ତାଙ୍କ ଆଗରେ ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ପିଟାପିଟି ଓ ଠେଲାପେଲା ହୋଇଥିଲା। ଦୀର୍ଘ ସମୟ ଧରି ଚାଲିଲା ଏହି ଗଣ୍ଡଗୋଳ। କହିବାକୁ ଗଲେ କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା। ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେବାୟତଙ୍କ ଗଣ୍ଡଗୋଳ ଯୋଗୁ ଲୋକମାନେ ଭୟଭୀତ ହୋଇ ଘରକୁ ପଳାଇ ଯାଇଥିଲେ।

Advertisment

ଗଣ୍ଡଗୋଳ ନେଇ ଖବର ପାଇ ସୁକିନ୍ଦା ତହସିଲଦାର ଓ ପୁଲିସ୍‌ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ପରିସ୍ଥିତି ଶାନ୍ତ ପଡ଼ିଥିଲା। ରାତି ପ୍ରାୟ ୩ଟା ବେଳେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ଗୁଣ୍ଡିଚା ମନ୍ଦିରକୁ ନିଆଯାଇଥିଲା। ମାଡ଼ ନେଇ ଗୋଟିଏ ଗୋଷ୍ଠୀର ସେବାୟତମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଉଛି।

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ

Ratha Yatra Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe