Advertisment

ସଜେଇ ହେଉଛି ଲାଲକିଲା; ୧୦ ହଜାର ପୁଲିସ ଓ ୭୦୦ ଏଆଇ କ୍ୟାମେରା ନିୟୋଜିତ

ଦିନକ ପରେ ଦେଶ ପାଳିବ ୭୮ତମ ସ୍ୱାଧୀନତା ଦିବସ।

Red Fort

Red Fort

Advertisment

ଦିନକ ପରେ ଦେଶ ପାଳିବ ୭୮ତମ ସ୍ୱାଧୀନତା ଦିବସ। ଲାଲକିଲାରୁ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସଜେଇ ହେଉଛି ଲାଲକିଲା। ବ୍ୟାପକ ପ୍ରସ୍ତୁତି ଆରମ୍ଭ କରି ଦେଇଛି ଦିଲ୍ଲୀ ପୁଲିସ।

Advertisment

ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ୧୦ ହଜାର ପୁଲିସ କର୍ମଚାରୀ ସମେତ ଆଉ ୩ ହଜାର ଟ୍ରାଫିକ ପୁଲିସଙ୍କୁ ନିୟୋଜିତ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ୭୦୦ରୁ ଅଧିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରିତ କ୍ୟାମେରା ଲଗାଯାଇଛି। ଏହି କ୍ୟାମେରା କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଠାବ କରିବାରେ ସହାୟକ ହେବ। 

ସେହିପରି ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ, ମଲ୍ ଏବଂ ବଜାର ସମେତ ବିଭିନ୍ନ ସ୍ଥାନରେ ଅତିରିକ୍ତ ପୁଲିସ୍ ଟିମ୍ ଏବଂ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି।

Advertisment

ସ୍ୱାଧୀନତା ଦିବସ ଅବସରରେ ଟ୍ରାଫିକକୁ ନିୟନ୍ତ୍ରଣ କରିବା ପାଇଁ ୩୦୦୦ରୁ ଅଧିକ ଟ୍ରାଫିକ ପୁଲିସ କର୍ମଚାରୀ ନିୟୋଜିତ ହେବେ। ଏମାନେ ଦିଲ୍ଲୀର ବିଭିନ୍ନ ପ୍ରବେଶ ପଥ ଏବଂ ଲାଲକିଲାକୁ ସଂଯୋଗ କରୁଥିବା ରାସ୍ତାରେ ନିୟୋଜିତ ରହିବେ।

Red Fort Independence Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe