Advertisment

ଆଜି ପବିତ୍ର ଅଶୋକାଷ୍ଟମୀ; ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥ

ରୁକୁଣା ରଥ ପୂର୍ବରୁ ସୋମବାର ବିଳମ୍ବିତ ରାତିରେ ମରିଚିକୁଣ୍ଡ ଜଳ ନିଲାମ ହୋଇଛି।

ଅଦ୍ୟତନ ହୋଇଛି
Rukuna ratha

Rukuna ratha

Advertisment

ଆଜି ପବିତ୍ର ଅଶୋକାଷ୍ଟମୀ। ପ୍ରଭୁ ଲିଙ୍ଗରାଜଙ୍କର ଗଡ଼ିବ ରୁକୁଣା ରଥ। ଏଥିଲାଗି ଉତ୍ସବମୁଖର ଏକାମ୍ରକ୍ଷେତ୍ର। ରଥ ପଥ ସବୁ ପ୍ରସ୍ତୁତ ହୋଇ ରହିଛି। ନିର୍ଦ୍ଧାରିତ ସମୟ ଅନୁଯାୟୀ  ଆଜି ଭୋର ୫ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ନୀତିକାନ୍ତି କରାଯାଇଛି। ଅପରାହ୍ଣ ୩ଟା ୩୦ରେ ପ୍ରଭୁ ଲିଙ୍ଗରାଜଙ୍କର ଗଡ଼ିବ ରୁକୁଣା ରଥ।

Advertisment

ପୌରାଣିକ କିମ୍ବଦନ୍ତୀ ଅନୁସାରେ ବାବା ଲିଙ୍ଗରାଜଙ୍କ ରୁକୁଣା ରଥ ଚୈତ୍ରମାସ ଅଶୋକାଷ୍ଟମୀ ଠାରୁ ଆରମ୍ଭ ହୋଇଥାଏ। ୨୦ ତାରିଖରେ ବାହୁଡ଼ା ହେବ। ବାହୁଡ଼ା ଦିନ ରଥକୁ ଅମୋଡା ଭାବେ ପୁଣି ଟଣାଯିବ। ଏହି ଯାତ୍ରାକୁ ହିନ୍ଦୁଧର୍ମରେ ପାପ ବିନାଶକାରୀ ଯାତ୍ରା ଭାବେ ପରିଗଣିତ କରାଯାଏ। 

ଅନ୍ୟପକ୍ଷରେ ରୁକୁଣା ରଥ ପୂର୍ବରୁ ସୋମବାର ବିଳମ୍ବିତ ରାତିରେ ମରିଚିକୁଣ୍ଡ ଜଳ ନିଲାମ ହୋଇଛି। ମରିଚିକୁଣ୍ଡ ଜଳରେ ଆଜି ରଥ ପ୍ରତିଷ୍ଠା ହେବ। ପରେ ବାବା ଲିଙ୍ଗରାଜଙ୍କୁ ରଥାରୂଢା କରାଯିବା ପରେ ଅପରାହ୍ନରେ ରଥଟଣା ଯିବ।

Advertisment

ରୁକୁଣା ରଥଯାତ୍ରା ପରିଚାଳନା ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଚଳିତ ବର୍ଷର ରଥଯାତ୍ରା ଓ ବାହୁଡା ଯାତ୍ରା ପାରମ୍ପରିକ ଭାବେ ଶାନ୍ତିଶୃଙ୍ଖଳା ଓ ଆନନ୍ଦ ଉଲ୍ଲାସର ସହିତ କିଭଳି ପାଳନ କରାଯିବ ସେ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା। ଶାନ୍ତି ଶୃଙ୍ଖଳାରେ ପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା ପରିଚାଳନା ନିମନ୍ତେ ବିଭିନ୍ନ ସରକାରୀ ବିଭାଗ ସହ ଆଲୋଚନା କରି ଦାୟିତ୍ୱ ବଣ୍ଟନ କରାଯାଇଥିଲା । ବୈଠକରେ ଭୁବନେଶ୍ୱର ମହାନଗର ନିଗମ, ଦମକଳ ବିଭାଗ, କମିଶନେରେଟ ପୁଲିସ ସାମିଲ ହୋଇଥିଲେ। 

Bhubaneswar Rukuna Rathayatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe