Advertisment

ପ୍ରବାସୀ ଭାରତୀୟ ସମ୍ମିଳନୀ: ଓଡ଼ିଶାର କଳା, ସଂସ୍କୃତିକୁ ପ୍ରଶଂସା କଲେ ଜୟଶଙ୍କର

ଭୁବନେଶ୍ୱରରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ବାଲିଯାତ୍ରାର ଉଦାହରଣ ଦେଲେ ଜୟଶଙ୍କର। ପ୍ରବାସୀ ଭାରତୀୟ ସମ୍ମିଳନୀ ପାରିବାରିକ ପୁନର୍ମିଳନ ଭଳି ବୋଲି କହିଲେ।

ଅଦ୍ୟତନ ହୋଇଛି
Dr S. Jaishankar

Dr S. Jaishankar

Advertisment

ପ୍ରବାସୀ ଭାରତୀୟ ସମ୍ମିଳନୀ ପାରିବାରିକ ପୁନର୍ମିଳନ ଭଳି ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ଭୁବନେଶ୍ୱରରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ଓଡ଼ିଶାର କଳା, ସଂସ୍କୃତିକୁ ପ୍ରଶଂସା କଲେ ଜୟଶଙ୍କର।

Advertisment

ଏହି ସମ୍ମିଳନୀରେ ସମ୍ବୋଧନ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର କଳା, ସଂସ୍କୃତି ଅନନ୍ୟ। ବାଲିଯାତ୍ରାର ବି ଉଦାହରଣ ଦେଲେ ଜୟଶଙ୍କର। ଓଡିଶା ରାଜ୍ୟର କଳା ଓ ସଂସ୍କୃତି ସାରା ଦେଶରେ ପରିଚିତ ବୋଲି ସେ କହିଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରେଡ୍(ବାଣିଜ୍ୟ), ଟେକ୍ନୋଲୋଜ୍ (କାରିଗରୀ) ଓ ଟୁରିଜିମ୍ (ପର୍ଯ୍ୟଟନ) ଉପରେ ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶାରେ ଶିଳ୍ପ, ବାଣିଜ୍ୟ, ପରିବହନ, ନିଯୁକ୍ତ ଆଦି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ପାଇଁ ଏପରି ଆୟୋଜନ ନିଶ୍ଚିତ ସହାୟକ ହେବ। ଓଡ଼ିଶାର ଯୁବଶକ୍ତିଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ଦକ୍ଷ ମାନବସମ୍ବଳ ସୃଷ୍ଟି କରାଯାଇପାରିବ।

Advertisment

କେନ୍ଦ୍ର ସରକାରଙ୍କ ପୂର୍ବୋଦୟ ଅଭିଯାନରେ ଓଡ଼ିଶାର ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ଜୟଶଙ୍କର। ଯାହା ଫଳରେ ସମଗ୍ର ବିକାଶ ଓ ବିପୁଳ ନିଯୁକ୍ତି ସୁଯୋଗ ପାଇଁ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ନିବେଶକମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି। ସେହିଭଳି ସେ ଆହୁରି କହିଛନ୍ତି ଯେ କୌଣସି ଦେଶ ଏକାକୀ ବିକଶିତ ହୋଇନାହିଁ। ସବୁ ଦେଶ ବିକାଶ ପାଇଁ ଅନ୍ୟର ସହଯୋଗ ଲୋଡ଼ିଛନ୍ତି। ଆମେ ପ୍ରବାସୀ ଭାରତୀୟଙ୍କ ସହଯୋଗରେ ବିକଶିତ ଭାରତ ଗଢ଼ିବାକୁ ଚାହୁଁଛୁ।

PM Modi S Jaishankar Pravasi Bharatiya Divas CM Mohan Majhi Overseas Indian Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe