Advertisment

ଆଜି ମା’ ମାଣିକେଶ୍ୱରୀଙ୍କ ପାଖେ ଲାଗି ହେବ ନବାନ୍ନ

ନୂଆଖାଇ ପାଇଁ ମା' ମାଣିକେଶ୍ୱରୀଙ୍କ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି। ସକାଳୁ ସକାଳୁ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଭିଡ଼ ଜମିଛି।

author-image
Tapaswini Nayak
Manikeshwari Temple

Manikeshwari Temple

ଆଜି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ପାଖରେ ଲାଗି ହେବ ନବାନ୍ନ। ସକାଳ ୮ଟା ୨୦ରୁ ୯ଟା ୪୦ ମଧ୍ୟରେ ନବାନ୍ନ ଲାଗି ହେବ। ନବାନ୍ନ ଲାଗି ପରେ ଦିନ ୧୨ଟା ଭିତରେ ନୂଆ ଖାଇବେ ଲୋକେ। ଏନେଇ ମାଣିକେଶ୍ୱରୀ  ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ନୂଆଖାଇ ପାଇଁ ମା' ମାଣିକେଶ୍ୱରୀଙ୍କ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି। ସକାଳୁ ସକାଳୁ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଭିଡ଼ ଜମିଛି। 

କଳାହାଣ୍ଡି ଜିଲ୍ଲାର ଚାରୋଟି ତିଥିରେ ନୂଆଖାଇ ପର୍ବ ପାଳନ ହୋଇଥାଏ। ପଶ୍ଚିମ ଓଡ଼ିଶାରେ ତଥା ପୁରପଲ୍ଲୀରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ନୂଆ ଖାଇ ପର୍ବ ପାଳନ କରାଯାଉ ଥିବା ବେଳେ କଳାହାଣ୍ଡିର ଭବାନୀପାଟଣା ସହର ସମେତ ଜମିଦାରୀ ତଥା ଗଡଜାତ ଅଞ୍ଚଳରେ ନୂଆଖାଇ ପର୍ବ ଭାଦ୍ରବ ଦଶମୀ ତିଥିରେ ପାଳନ କରାଯାଇଥାଏ। ଏପରି ଭାବରେ କଳାହାଣ୍ଡିରେ ପଞ୍ଚମୀ ଓ ଦଶମୀ ତିଥିରେ ପୃଥକ ପୃଥକ ଭାବେ ନୂଆଖାଇ ହୋଇଥାଏ।ଭବାନୀପାଟଣା, ଏମ୍ ରାମପୁର, ଜୟପାଟଣା, କର୍ଲାପାଟ ଲାଞ୍ଜିଗଡ଼, ଥୁଆମୁଳ ରାମପୁର ପ୍ରଭୃତି ଗଡ଼ ଜାତ ଅଞ୍ଚଳରେ ଆଜି ନୂଆଖାଇ ପର୍ବ ପାଳନ କରାଯିବ।

Advertisment
Kalahandi Nuakhai