୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ: ନଡ଼ିଆ ଦେଇ ପ୍ରତି ଘରୁ ସଂଗ୍ରହ ହେବ ସିନ୍ଦୂର

ମା’ ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି, ସଦସ୍ୟ ଓ ପୂଜାରୀମାନେ ନବୀନ ନିବାସ ଆଜି ମଙ୍ଗଳାଷ୍ଟକ ଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନିମନ୍ତ୍ରଣ କରିଛନ୍ତି ।

Samalei Temple PhotoOR

ମା’ ସମଲେଶ୍ୱରୀ ମନ୍ଦିର

Ordigital Desk
  • Published: Saturday, 06 January 2024
  • Updated: 06 January 2024, 08:46 PM IST

ଚଳିତମାସ ୨୭ତାରିଖରେ ପଶ୍ଚିମଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ସମଲେଇ ମନ୍ଦିର ରୂପାନ୍ତରଣ ପ୍ରକଳ୍ପର ଲୋକାର୍ପଣ ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ୧୦ଦିନ ପରେ ଅର୍ଥାତ୍ ଜାନୁୟାରୀ ୨୭ରେ ଏହି ଲୋକାର୍ପଣ ଉତ୍ସବ ନିମନ୍ତେ ମା’ ସମଲେଇ ମନ୍ଦିରର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସବୁ ଘରକୁ ନଡ଼ିଆ ଦିଆଯିବ ଓ ସେମାନଙ୍କଠୁ ମା’ଙ୍କ ପାଇଁ ସିନ୍ଦୂର ସଂଗ୍ରହ କରାଯିବ ।

ମା’ ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି, ସଦସ୍ୟ ଓ ପୂଜାରୀମାନେ ନବୀନ ନିବାସ ଆଜି ମଙ୍ଗଳାଷ୍ଟକ ଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନିମନ୍ତ୍ରଣ କରିଛନ୍ତି । ମା’ଙ୍କ ପୀଠର ରୂପାନ୍ତର ପାଇଁ ସେମାନେ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏହାସହିତ ଲୋକାର୍ପଣ ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସବୁ ଘରକୁ ନଡ଼ିଆ ଦିଆଯିବ ଓ ସବୁ ଘରୁ ମା’ଙ୍କ ପାଇଁ ସିନ୍ଦୂର ଆସିବ ବୋଲି ସେମାନେ ସୂଚନା ଦେଇଛନ୍ତି ।

ମା’ଙ୍କ କାମରେ ସମସ୍ତଙ୍କ ସହଯୋଗ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମା’ଙ୍କ ପୀଠ ଓ ସମ୍ବଲପୁର ସହରର ଉନ୍ନତି ପାଇଁ ସେ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି ।

Also Read

ସୂଚନାଯୋଗ୍ୟ, ଷୋଡ଼ଶ ଶତାବ୍ଦୀର ପ୍ରସିଦ୍ଧ ପୀଠ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରର ରୂପାନ୍ତରଣ ପ୍ରକଳ୍ପ ପାଇଁ ୨୦୦କୋଟି ଟଙ୍କା ବ୍ୟୟ କରାଯାଇଛି । ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ଭକ୍ତମାନଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା କରାଯାଇଛି ।

ଜାନୁୟାରୀ ୧୭ରେ ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ସରକାରୀସ୍ତରରେ ଜୋରଦାର ପ୍ରଚାର-ପ୍ରସାର ସହ ପରିକ୍ରମା ରଥ ଘରକୁ ଘର ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରୁଛି । ଆଉ ଜାନୁୟାରୀ ୨୭ ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ ଅନୁରୂପ ଭାବେ ପଶ୍ଚିମଓଡ଼ିଶାରେ ମଧ୍ୟ ଘରକୁ ଘର ବୁଲିବା ପାଇଁ ବ୍ୟାପକ ଆୟୋଜନ କରାଯାଇଛି ।

ଏହି ଦୁଇ ମନ୍ଦିର ପ୍ରକଳ୍ପ ମାଧ୍ୟମରେ କ୍ଷମତାସୀନ ବିଜେଡି ସରକାର ନିଜର ଭୋଟବ୍ୟାଙ୍କ ବୃଦ୍ଧି କରିବାର ଯୋଜନା କରିଥିବା ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story