Advertisment

ଆଜି ବିରାଜିବେ ଜ୍ଞାନର ଦେବୀ ମା' ସରସ୍ୱତୀ

ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ। ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା' ସରସ୍ୱତୀ । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ପାଳନ କରାଯାଏ ସରସ୍ୱତୀ ପୂଜା। ସରସ୍ୱତୀଙ୍କୁ ଜ୍ଞାନର ଦେବୀ କୁହାଯାଏ ।

Sarasati Puja

Sarasati Puja

Advertisment

ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ। ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା' ସରସ୍ୱତୀ । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ପାଳନ କରାଯାଏ ସରସ୍ୱତୀ ପୂଜା। ସରସ୍ୱତୀଙ୍କୁ ଜ୍ଞାନର ଦେବୀ କୁହାଯାଏ । ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ ମା' ସରସ୍ୱତୀ । ମା'ଙ୍କ ଆଗମନକୁ ନେଇ ସବୁଠି ଉତ୍ସାହ ଦେଖିବାକୁ ମିଳିଛି।

Advertisment

ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ମା'ଙ୍କର ସ୍ୱତନ୍ତ୍ର ପୂଜା ହେଉଛି। ଏଥିପାଇଁ ସକାଳୁ ସକାଳୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗହଳି ଚହଳି ଲାଗିଲାଣି। ପିଲାମାନେ ବେଶ୍‌ ଉତ୍ସାହ ସହ ଭଳିକି ଭଳି ଡ୍ରେସ ପିନ୍ଧି ସ୍କୁଲ ଯାଉଛନ୍ତି। 

ଶୁକ୍ଳ ପଞ୍ଚମୀରେ ଆଜିଠାରୁ ରଥନିର୍ମାଣ ପାଇଁ ରଥକାଠ ଅନୁକୂଳ ହେବ । ଶ୍ରୀନଅର ସମ୍ମୁଖ ରଥଖଳାରେ ପରମ୍ପରାନୁଯାୟୀ ତିନିଖଣ୍ଡ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ। ସନ୍ଧ୍ୟା ସମୟରେ ତିନିଖଣ୍ଡ ୧୨ଫୁଟିଆ ଧଉରା କାଠକୁ ଶୋତ୍ରିୟ ବ୍ରାହ୍ମଣ ଓ ରାଜଗୁରୁ ପୂଜାର୍ଚ୍ଚନା କରିବେ। ଦୀପ ଧୂପ ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରିବେ। ଏହି ଦିନ ଶ୍ରୀବିଗ୍ରହମାନଙ୍କର ଘୋଡ଼ ଉଲାଗି ହୋଇଥାଏ।

Advertisment
Saraswati Puja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe