Advertisment

ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଆସିଲେନି ଶଙ୍କରାଚାର୍ଯ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଆଜି ସକାଳୁ ସକାଳୁ ଉତ୍ସବ ମୁଖରିତ ହୋଇଥିଲା ଶ୍ରୀକ୍ଷେତ୍ର। ତ୍ରିଦିନାତ୍ମକ ଯଜ୍ଞକୁଣ୍ଡରେ ଆଚାର୍ଯ୍ୟମାନଙ୍କ ଦ୍ୱାରା ଘୃତାହୂତି ପ୍ରଦାନ ଚାଲିଥିଲା ତ ଅନ୍ୟପଟେ ନାମ ସଂକୀର୍ତ୍ତନରେ କଂପୁଥିଲା ନବନିର୍ମିତ ପରିକ୍ରମା ମାର୍ଗ।

author-image
Manoranjan Sial
Puri

Puri

ପ୍ରତୀକ୍ଷାର ଅନ୍ତ ଘଟିଲା। ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ହେଲେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କର ଦେଖା ମିଳିଲା ନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି, ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ କାହିଁକି ଯୋଗଦେଲେନି ଶଙ୍କରାଚାର୍ଯ୍ୟ? ଏହାକୁ ନେଇ ନାନା ଚର୍ଚ୍ଚା ଲାଗି ରହିଥିବା ସ୍ପଷ୍ଟୀକରଣ ରଖିଛନ୍ତି ଗୋବର୍ଦ୍ଧନ ପୀଠର ଲୋକସମ୍ପର୍କ ଅଧିକାରୀ।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଯେତେବେଳେ ଲୋକାର୍ପଣ ଉତ୍ସବ ପାଇଁ ତାରିଖ ଧାର୍ଯ୍ୟ କରାଗଲା, ସେତେବେଳେ ନା ଜଗତଗୁରୁଙ୍କ ପରାମର୍ଶ ନିଆଯାଇଥିଲା ନା ତାଙ୍କୁ ପଚରା ଯାଇଥିଲା। ନିଶ୍ଚିତ ଭାବେ ଏଥିରେ ତ୍ରୁଟି ଘଟିଥିଲା। ବର୍ତ୍ତମାନ ପଶ୍ଚିମବଙ୍ଗ ଗଙ୍ଗା ସ୍ନାନ ଉତ୍ସବରେ ଶଙ୍କରାଚାର୍ଯ୍ୟ ମୁଖ୍ୟ ପୁରୋଧା ଭାବେ ସାମିଲ ହୋଇଛନ୍ତି। ସେଠାରୁ ଫେରିବା ପରେ ପରିଚାଳନା କମିଟି ସହ କଥା ହେବେ ବୋଲି କହିଛନ୍ତି ଗୋବର୍ଦ୍ଧନ ପୀଠର ଲୋକସମ୍ପର୍କ ଅଧିକାରୀ।

ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ଗଜପତି ମହାରାଜା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶଙ୍କରାଚାର୍ଯ୍ୟଙ୍କ ପାଖକୁ ଯାଇ ନିମନ୍ତ୍ରଣ କରିଥିଲେ। ତେବେ ଏନେଇ ରାଜ୍ୟ ସରକାର କିମ୍ବା ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment
Puriସେବକଙ୍କ ଗହଣରେ ଗଜପତି ମହାରାଜ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଆଜି ସକାଳୁ ସକାଳୁ ଉତ୍ସବ ମୁଖରିତ ହୋଇଥିଲା ଶ୍ରୀକ୍ଷେତ୍ର। ତ୍ରିଦିନାତ୍ମକ ଯଜ୍ଞକୁଣ୍ଡରେ ଆଚାର୍ଯ୍ୟମାନଙ୍କ ଦ୍ୱାରା ଘୃତାହୂତି ପ୍ରଦାନ ଚାଲିଥିଲା ତ ଅନ୍ୟପଟେ ନାମ ସଂକୀର୍ତ୍ତନରେ କଂପୁଥିଲା ନବନିର୍ମିତ ପରିକ୍ରମା ମାର୍ଗ। ଧିରେ ଧିରେ ଅତିଥିମାନଙ୍କ ଆଗମନ ଭିତରେ ପ୍ରକଳ୍ପ ସ୍ଥଳରେ ପହଞ୍ଚିଥିଲେ ମହାପ୍ରଭୁଙ୍କ ଆଦ୍ୟସେବକ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ। ଠିକ ପରେ ପରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Puriଯଜ୍ଞ ଓ ସଂକୀର୍ତ୍ତନରେ ପ୍ରକମ୍ପିତ ବଡ଼ଦାଣ୍ଡ

ମୁଖ୍ୟମନ୍ତ୍ରୀଙ୍କୁ ଖଣ୍ଡୁଆପାଟ ଦେଇ ସ୍ୱାଗତ କରାଯିବା ପରେ ପାଛୋଟି ନେଇଥିଲେ ଗଜପତି। ସେଠୁ ଉଭୟେ ସିଧା ପରିକ୍ରମା ପ୍ରକଳ୍ପ ଫଳକ ସ୍ଥଳକୁ ଯାଇଥିଲେ। ଗଜପତିଙ୍କ ଦ୍ୱାରା ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା ପରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପରିକ୍ରମା ପ୍ରକଳ୍ପ ମାର୍ଗକୁ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ଗଜପତି ମହାରାଜା ଯଜ୍ଞରେ ପୂର୍ଣ୍ଣାହୂତି ଦେଇଥିଲେ। ତା’ପରେ ହୋଇଥିଲା ପ୍ରଦକ୍ଷଣ କାର୍ଯ୍ୟକ୍ରମ। ଗଜପତି ମହାରାଜାଙ୍କ ସହ ମୁଖ୍ୟମନ୍ତ୍ରୀ ନବ ନିର୍ମିତ ପରିକ୍ରମା ମାର୍ଗକୁ ଚାଲି ଚାଲି ପ୍ରଦକ୍ଷଣ କରିଥିଲେ।

Puriଲୋକାର୍ପଣ ପାଇଁ କୋଳାହଳମୟ ପରିବେଶ

୨୦୨୧ ନଭେମ୍ବର ୨୪ ତାରିଖ। ସେଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ। ଯାହାର ଉଦ୍ଦେଶ୍ୟ- ଶ୍ରୀମନ୍ଦିରର ନିରାପତ୍ତା, ଭକ୍ତ ଓ ତୀର୍ଥଯାତ୍ରୀଙ୍କୁ ମୌଳିକ ସୁବିଧା ପ୍ରଦାନ। ଏଥିସହ ମେଘନାଦ ପ୍ରାଚୀର କଡ଼େ କଡ଼େ ବାହ୍ୟ ପରିକ୍ରମାର ଦିବ୍ୟ ଅନୁଭବ ପ୍ରଦାନ। ସେଥିପାଇଁ ସିଂହଦ୍ୱାରକୁ ଛାଡ଼ି ବାକି ତିନି ଦ୍ୱାରରେ ଭକ୍ତ ଓ ସେବାୟତଙ୍କ ପାଇଁ ଟୟଲେଟ୍, କ୍ଲୋକ୍ ରୁମ୍ ଓ ସେଲଟର ପାଭିଲିଅନ ନିର୍ମାଣ ସହ କ୍ଷତିଗ୍ରସ୍ତ ହେବାକୁ ଥିବା ମନ୍ଦିରସଲଗ୍ନ ଐତିହ୍ୟ ସଂପନ୍ନ ମଠମାନଙ୍କର ପୁନରୁଦ୍ଧାର ଲକ୍ଷ୍ୟ ଥିଲା। ଅନେକ ବାଦବିବାଦ ଓ ବିରୋଧ ଭିତରେ ଶ୍ରୀମନ୍ଦିର ଚୌହଦୀର ୭୫ ମିଟର ପରିଧିରୁ ବାସଚ୍ୟୁତ ହୋଇଥିଲେ ଶତାଧିକ ପରିବାର। ଧରାଶାୟୀ ହୋଇଥିଲା ଅନେକ ହୋଟେଲ ଓ ଲଜ। ଶେଷରେ ଆଜି ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। କେବଳ ପ୍ରକଳ୍ପ ପାଇଁ ୩୩୧ କୋଟି ଖର୍ଚ୍ଚ ହୋଇଥିବା ବେଳେ ଜମି ଅଧିଗ୍ରହଣକୁ ମିଶାଇ ପ୍ରାୟ ୮ଶହ କୋଟି ଏବାବଦରେ ଖର୍ଚ୍ଚ ହୋଇଥିବା ସୂଚନା ରହିଛି।

Puri Shreemandir Puri