Advertisment

ସବାଇ ଘାସରୁ ତିଆରି ହେଉଛି ରାକ୍ଷୀ, ରହିଛି ଭଲ ଚାହିଦା

ସବାଇ ଘାସ, ଖଜୁରି ପତ୍ର ଓ ରଙ୍ଗ ବେରଙ୍ଗର କଟନ୍‌ ସୁତାକୁ ବ୍ୟବହାର କରି ତିଆରି କରୁଛନ୍ତି ବିଭିନ୍ନ ରକମର ରାକ୍ଷୀ। ଗୋଟିଏ ରାକ୍ଷୀକୁ ତିଆରି କରିବା ପାଇଁ ଘଣ୍ଟାଏ ସମୟ ଲାଗିଛୁ। ସେପଟେ ଘାସ ରାକ୍ଷୀର ଚାହିଦା ଭଲ ଥିବାରୁ ଦିନ ରାତି ଏକ କରି ମହିଳାମାନେ ଏହି କାମରେ ଲାଗି ପଡ଼ିଛନ୍ତି।

Rakhi

Rakhi

Advertisment

ସବାଇ ଘାସରୁ ଦଉଡି ଓ ଅନ୍ୟାନ୍ୟ ଘର କରଣା ସାମଗ୍ରୀ ତିଆରି ହେଉଥିବା ଦେଖିଥିବେ। ହେଲେ ସବାଇ ଘାସରୁ ତିଆରି ହେଉଛି ରାକ୍ଷୀ। ମୟୂରଭଞ୍ଜ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି ରାକ୍ଷୀ ତିଆରି କରିଛନ୍ତି। ଆଉ ଏଥିରୁ ଭଲ ଦୁଇ ପଇସା ରୋଜଗାର ମଧ୍ୟ କରିପାରୁଛନ୍ତି। ରାକ୍ଷୀ ଗୁଡ଼ିକ ଇକୋ ଫ୍ରେଣ୍ଡଲି ହୋଇଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରେ ଭଲ ଚାହିଦା ରହିଛି।

Advertisment

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା। ଏହି ଜିଲ୍ଲାରେ ଗାଁ ଗାଁରେ ଗଢ଼ି ଉଠିଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)। ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣରେ ସବାଇ ଘାସ ମିଳୁଥିବାରୁ ଏସ୍‌ଏଚ୍‌ଜି ମହିଳାମାନେ ସେରୁଥିରୁ ଦଉଡି ଓ ଅନ୍ୟାନ୍ୟ ଘରଣା ସାମଗ୍ରୀ ତିଆରି କରୁଛନ୍ତି। ଭଲ ରୋଜଗାର ମଧ୍ୟ କରିପାରୁଛନ୍ତି। ତେବେ ଆଗକୁ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ନୂଆ କିଛି କରିବା ଉଦ୍ଦେଶ୍ୟରେ ସବାଇ ଘାସକୁ ବ୍ୟବହାର କରି ମହିଳାମାନେ ତିଆରି କରୁଛନ୍ତି ରାକ୍ଷୀ।

ସବାଇ ଘାସ, ଖଜୁରି ପତ୍ର ଓ ରଙ୍ଗ ବେରଙ୍ଗର କଟନ୍‌ ସୁତାକୁ ବ୍ୟବହାର କରି ତିଆରି କରୁଛନ୍ତି ବିଭିନ୍ନ ରକମର ରାକ୍ଷୀ। ଗୋଟିଏ ରାକ୍ଷୀକୁ ତିଆରି କରିବା ପାଇଁ ଘଣ୍ଟାଏ ସମୟ ଲାଗିଛୁ। ସେପଟେ ଘାସ ରାକ୍ଷୀର ଚାହିଦା ଭଲ ଥିବାରୁ ଦିନ ରାତି ଏକ କରି ମହିଳାମାନେ ଏହି କାମରେ ଲାଗି ପଡ଼ିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ କରାଯାଉଛି। ଏଥିରୁ ଏସ୍‌ଏଚ୍‌ଜି ମହିଳାମାନେ ଭଲ ଦୁଇ ପଇସା ଉପାର୍ଜନ କରିପାରୁଛନ୍ତି।

Advertisment
Rakhiକଲେଜ ଛାତ୍ରୀମାନେ ରାକ୍ଷୀ କିଣିବା ପାଇଁ ଭିଡ଼ ଜମାଇଛନ୍ତି

ରାକ୍ଷୀ ତିଆରି କରୁଥିବା ମହିଳା ଜୟନ୍ତୀ ମହାନ୍ତ କହିଛନ୍ତି, ସବାଇ ଘାସରୁ ପୂର୍ବରୁ ଦଉଡି ତିଆରି କରୁଥିଲେ। ଦିନକୁ ଦିନ ଦଉଡିର ଚାହିଦା କମୁଥିବାରୁ ବିଭିନ୍ନ ପର୍ବପର୍ବାଣୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ସବାଇ ଘାସରୁ ଭିନ୍ନ ଭିନ୍ନ ସାମଗ୍ରୀ ତିଆରି କରୁଛୁ। ଯେମିତି ରାକ୍ଷୀ ପୂର୍ଣ୍ଣିବା ଅବସରରେ ସବାଇ ଘାସରୁ ରାକ୍ଷୀ ତିଆରି କରୁଛୁ। ସେଥିରୁ ଭଲ ଦୁଇ ପଇସା ମିଳୁଛି ବୋଲି ଜୟନ୍ତୀ ମହାନ୍ତ କହିଛନ୍ତି।

Rakhiଜଣେ ମହିଳା ରାକ୍ଷୀ ଧରି ଛିଡ଼ା ହୋଇଛନ୍ତି

ଏସ୍‌ଏଚ୍‌ଜି ମହିଳାମାନେ ତିଆରି କରୁଥିବା ସବାଇ ଘାସ ରାକ୍ଷୀ କେମିତି ବିକ୍ରି ହେବ? ତେଣୁ ସହାୟତାର ହାତ ବଢ଼ାଇଛି ଓରମାସ୍। ରାଜ୍ୟର ବଡ଼ ବଡ଼ ସହରରେ ଥିବା ଶପିଙ୍ଗ ମଲରେ ଓରମାସ୍‌ ତରଫରୁ ଆଉଟ୍‌ଲେଟ୍‌ ଖୋଲାଯାଇ ସବାଇ ଘାସ ରାକ୍ଷୀର ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଅନ୍‌ ଲାଇନ୍‌ରେ ରାକ୍ଷୀ ମିଳୁଛି। ଅନ୍‌ଲାଇନ୍‌ ପ୍ଲାଟଫର୍ମ ଫ୍ଲିପ୍‌କାଡ, ଆମାଜନ୍‌ ଓ ମୟୂରଶିଳ୍ପ ପରି ୱେବସାଇଟ୍‌ରେ ଉପଲବ୍ଧ ହେଉଛି। ଯେ କୌଣସି ବ୍ୟକ୍ତି ରାକ୍ଷୀ କିଣିବାକୁ ଚାହିଁଲେ, ଏହିଥିରୁ ଅର୍ଡର କରିପାରିବେ।

ରିପୋର୍ଟ- ବାରିପଦାରୁ ମାଣିକଲାଲ ପାଣି

Baripada Rakhi Purnima 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe