Advertisment

କଂସ ଦେଲେ ନିର୍ଦ୍ଦେଶ, ଧନୁଯାତ୍ରା ମଞ୍ଚରେ ଗୀତ ଗାଇଲେ ସିଦ୍ଧାନ୍ତ: ଦେଖନ୍ତୁ ଭିଡିଓ

କଂସ ମହାରାଜଙ୍କ ନିର୍ଦ୍ଦେଶରେ ସେ ଦୁଇଟି ଗୀତ ଗାଇବା ସହ ଗୋଟିଏ ଫିଲ୍ମର ଡାଏଲଗ ସମସ୍ତଙ୍କୁ ଶୁଣାଇଥିଲେ।

Siddhant

Siddhant

Advertisment

ବିଶ୍ୱ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଜୋରସୋରରେ ଆଗରେ ଚାଲିଛି। ଧନୁଯାତ୍ରାର ନବମ ଦିନରେ ମହାରାଜ କଂସଙ୍କର ଦରବାରରେ ରାଜ ଅତିଥି ଭାବେ ଯୋଗ ଦେଇଥିଲେ ଦିଗପହଣ୍ଡି ବିଧାୟକ ତଥା ସିନେ ତାରକା ସିଦ୍ଧାନ୍ତ ମହାପାତ୍ର।

Advertisment

ଏହି ମଞ୍ଚରେ ସିଦ୍ଧାନ୍ତଙ୍କ ସହ ଅନ୍ୟ ଅତିଥିମାନେ ମଧ୍ୟ ଉପସ୍ଥିତ ରହିଥିଲେ। ତାଙ୍କୁ ପାଖରେ ପାଇ କଂସ ମହାରାଜ ମଧ୍ୟ ଖୁସି ହୋଇଯାଇଥିଲେ। ସେ ସର୍ବସମ୍ମୁଖରେ ସିଦ୍ଧାନ୍ତ ମହାପାତ୍ରଙ୍କୁ କିଛି ଗୀତ ଗାଇ ମନୋରଞ୍ଜନ କରିବାକୁ କହିଥିଲେ।

ସିଦ୍ଧାନ୍ତ ମଧ୍ୟ ଧନୁଯାତ୍ରା ମଞ୍ଚକୁ ଆସିଥିବାରୁ ନିଜକୁ ସୌଭାଗ୍ୟ ମଣିଥିଲେ। ଏହାପରେ କଂସ ମହାରାଜଙ୍କ ନିର୍ଦ୍ଦେଶରେ ସେ ଦୁଇଟି ଗୀତ ଗାଇବା ସହ ଗୋଟିଏ ଫିଲ୍ମର ଡାଏଲଗ ସମସ୍ତଙ୍କୁ ଶୁଣାଇଥିଲେ।

Advertisment

ସିଦ୍ଧାନ୍ତ ପ୍ରଥମେ ସୁପର ହିଟ୍‌ ସିନେମା ତୋ ଆଖି ମୋ ଆଇନାର ଟାଇଟଲ ଗୀତ ଗାଇଥିଲେ। ଏହାକୁ ଶୁଣି କଂସ ମହାରାଜଙ୍କ ସମେତ ଉପସ୍ଥିତ ଲୋକ ବେଶ ଖୁସି ପ୍ରକାଶ କରିଥିଲେ। ଏହାପରେ ସେ ସୁନା ପଞ୍ଜୁରୀ ସିନେମାର ‘ପୁଚୁ କି ଗାଲି, ଫେସନ ବାଲି’ ଗୀତ ଗାଇ ଦର୍ଶକଙ୍କୁ ଶୁଣାଇଥିଲେ।

ଶେଷରେ ସିଦ୍ଧାନ୍ତଙ୍କ ମୁହଁରୁ ଶୁଣିବାକୁ ମିଳିଥିବା ଗୋଟିଏ ଡାଏଲଗ। ସେ ୧୯୯୪ରେ ରିଲିଜ ହୋଇଥିବା ସୁପର ହିଟ୍‌ ସିନେମା ଭାଇ ହେଲା ଭଗାରୀର ଚର୍ଚ୍ଚିତ ଡାଏଲଗ ସମସ୍ତଙ୍କୁ ଶୁଣାଇଥିଲେ। 

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଭଟଲୀ ବିଧାୟକ ଈରାଶିଷ ଆଚାର୍ଯ୍ୟଙ୍କ ସମେତ ବହୁ ରାଜନେତା ଯୋଗ ଦେଇଥିଲେ।

Siddhanta Mahapatra Dhanu Yatra Dhanu Jatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe