Advertisment

ଶୀତଳ ଷଷ୍ଠୀ; ହର ଓ ପାର୍ବତୀଙ୍କ ବିବାହ ସଂପନ୍ନ

ଦମ୍ପତିଙ୍କ ବିବାହ ପରେ ନବ ବିବାହିତ ଦେବ ଦମ୍ପତି ସୁସଜ୍ଜିତ ବିମାନରେ ନଗର ପରିକ୍ରମା କରିବେ। ସଂଧ୍ୟାରେ ଶିବ ପାର୍ବତୀଙ୍କ ମନ୍ଦିର ପ୍ରବେଶ ସହିତ ଶେଷ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା।

Sitalsasthi

Sitalsasthi

Advertisment

ଶୀତଳ ଷଷ୍ଠୀ ଯାତ୍ରା ଲାଗି ଉତ୍ସବମୁଖର ସମ୍ବଲପୁର ସହର। ଗତକାଲି ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ସଂପନ୍ନ ହୋଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଶିବାଳୟରୁ ଦେବ ଦେବ ମହାଦେବ ବରବେଶରେ ସୁସଜ୍ଜିତ ବିମାନରେ ଶୋଭାଯାତ୍ରାରେ ବାହାରିଥିଲେ। ବାଜା ବାଣ ରୋଷଣୀ ସହ ଲୋକ ଗୀତ ଓ ନୃତ୍ୟର ତାଳେ ତାଳେ ଶୋଭାଯାତ୍ରାକନ୍ୟା ଘର ଅଭିମୁଖେ ଅଗ୍ରସର ହୋଇଥିଲା। ସେଠାରେ ପହଞ୍ଚିବା ପରେ ପାରମ୍ପରିକ ବୈଦିକରିତି ନିତିରେ ବରଙ୍କୁ ବାଟ ବରଣ କରି ବେଦୀକୁ ନିଆଯାଇଥିଲା। ପଣ୍ଡିତ ମାନଙ୍କର ମନ୍ତ୍ରୋଚାରଣ ମଧ୍ୟରେ, ବେଦୀ ଉପରେ ବୈଦିକରୀତିନୀତିରେ ଦେବ ବିବାହ ସମ୍ପନ୍ନ ହୋଇଛି।

ଦମ୍ପତିଙ୍କ ବିବାହ ପରେ ନବ ବିବାହିତ ଦେବ ଦମ୍ପତି ସୁସଜ୍ଜିତ ବିମାନରେ ନଗର ପରିକ୍ରମା କରିବେ। ସଂଧ୍ୟାରେ ଶିବ ପାର୍ବତୀଙ୍କ ମନ୍ଦିର ପ୍ରବେଶ ସହିତ ଶେଷ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା।

Advertisment
Sambalpur Sitalsasthi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe