/odisha-reporter/media/post_attachments/uploadimage/library/16_9/16_9_0/IMAGE_1717990725.jpg)
Sitalsasthi
ଆଜି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ମାଆ ପାର୍ବତୀଙ୍କ ହାତ ଧରିବେ ଦେବଦେବ ମହାଦେବ। ଦେବ ଦମ୍ପତ୍ତିଙ୍କ ବିବାହତ୍ସୋବ ପାଇଁ ଉତ୍ସବମୁଖର ହୋଇଉଠିଲାଣି ସମ୍ବଲପୁର ସହର।
Advertisment
ଆଜି ରାତିରେ ବିଭିନ୍ନ ଶିବାଳୟରୁ ଦେବଦେବ ମହାଦେବ ବରବେଶରେ ସଜ୍ଜିତ ହୋଇ ସୁସଜ୍ଜିତ ବିମାନରେ ଉପବେସନ ପୂର୍ବକ ବାହାରିବେ ବିବାହ ଶୋଭାଯାତ୍ରାରେ। ବାଜାବାଣ ରୋଷଣୀ ସହ ଲୋକ ଗୀତ ଓ ନୃତ୍ୟର ତାଳେତାଳେ ଶୋଭାଯାତ୍ରା କନ୍ୟା ଘର ଅଭିମୁଖେ ଅଗ୍ରସର ହେବେ। ସେଠାରେ ପହଞ୍ଚିବା ପରେ ପାରମ୍ପରିକ ବୈଦିକ ରିତୀନିତୀରେ ଦେବ ବିବାହ ସମ୍ପନ୍ନ ହେବ।
ହର-ପାର୍ବତୀଙ୍କ ବିବାହ ଉତ୍ସବରେ ଯୋଗ ଦେବା ଲାଗି ବିଭିନ୍ନ ଦେବଦେବୀଙ୍କୁ ଗୁଆ ଦେଇ ହନୁମାନ ନିମନ୍ତ୍ରଣ କରିଛନ୍ତି। ଏଥିପାଇଁ ସବୁ ଶିବାଳୟ ଗୁଡ଼ିକୁ ରଙ୍ଗୀନ ଆଲୋକମାଳରେ ସଜ୍ଜା ଯାଇଛି। ଗତକାଲି ରାତିରେ ସମ୍ପନ୍ନ ହୋଇଥିଲା ଦେବ ନିମନ୍ତ୍ରଣ କାର୍ଯ୍ୟ ଗୁଆଗୁଣ୍ଡା l
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
