Advertisment

ପବିତ୍ର ମୂଳାଷ୍ଟମୀ; ଆଜିଠୁ ଶକ୍ତି ପୀଠରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା

ଶାରଦୀୟ ପୂଜା ଅବସରରେ ସବୁଠି ଦେବୀ ଦୁର୍ଗାଙ୍କ ପୂଜା ଚାଲୁଥିବା ବେଳେ ଶ୍ରୀମନ୍ଦିରରେ ଦୁର୍ଗାମାଧବ ଏକତ୍ର ଉପାସନାର ପରମ୍ପରା ରହିଛି।

cuttack Chandi

cuttack Chandi

Advertisment

ଆଜି ଆଶ୍ୱିନ ମାସ ମୁଳାଷ୍ଟମୀ ତିଥି। ଏହି ଅବସରରେ ଆଜିଠୁ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହେବ ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି।ପୁରୀ ଶ୍ରୀମନ୍ଦିରରେ ମା’ ବିମଳାଙ୍କ ପୀଠରେ ଆଜି ମାଙ୍କ ଷୋଡ଼ଶ ଦିନାମତ୍କ ପୂଜା ଉପଚାର ବିଧି ଆରମ୍ଭ ହୋଇଛି। ସହସ୍ରା କୁମ୍ଭାଭିଷେକ ପରେ ନିଦ୍ରାରୁ ଜାଗ୍ରତ କରାଯାଇ ମା’ଙ୍କ ଘଟସ୍ଥାପନ ସହିତ ଆବାହନ କରାଯାଇଛି। ଏଥିପାଇଁ ଶ୍ରୀ ନଅରରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ୨୧ ଜଣ ବ୍ରାହ୍ମୁଣଙ୍କୁ ଆଚାର୍ଯ୍ୟବରଣ କରି ଦେବୀ ପୀଠମାନଙ୍କରେ ଷୋଡ଼ଶ ଦିନାତ୍ମକ ପୂଜା ପାଇଁ ଆମନ୍ତ୍ରଣ କରିଛନ୍ତି।

Advertisment

ଶାରଦୀୟ ପୂଜା ଅବସରରେ ସବୁଠି ଦେବୀ ଦୁର୍ଗାଙ୍କ ପୂଜା ଚାଲୁଥିବା ବେଳେ ଶ୍ରୀମନ୍ଦିରରେ ଦୁର୍ଗାମାଧବ ଏକତ୍ର ଉପାସନାର ପରମ୍ପରା ରହିଛି। ଶ୍ରୀମନ୍ଦିରରେ ଆଜିଠାରୁ ଶାକ୍ତ ଓ ଶକ୍ତିଙ୍କ ଉପାସନା ସ୍ୱରୁପ ଦୁର୍ଗାମାଧବଙ୍କୁ ପୂଜାର୍ଚ୍ଚନା କରାଯାଇଛି। ଶାରଦୀୟ ପୂଜା ପାଇଁ ଶ୍ରୀମନ୍ଦିରରେ ମା’ ବିମଳାଙ୍କ ପୀଠ ସହିତ ପୁରୀର ଅନ୍ୟାନ୍ୟ ପ୍ରତିଷ୍ଠିତ ଶକ୍ତି ପୀଠ ପାଇଁ ଶ୍ରୀନଅରକୁ ବ୍ରାହ୍ମଣମାନଙ୍କୁ ଆମନ୍ତ୍ରଣ କରାଯାଇଛି। ଗଜପତି ମହାରାଜ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟପଦରେ ବରଣ କରିବେ। ଆଜିଠାରୁ ଶ୍ରୀକ୍ଷେତ୍ରର ସବୁ ଶକ୍ତିପୀଠ ମାନଙ୍କରେ ଚଣ୍ଡୀପାଠ ଆରମ୍ଭ ହେବ।

 ସେହିପରି କଟକର ଅଧିଷ୍ଠାତ୍ରୀ ଦେବୀ ମା’କଟକ ଚଣ୍ଡୀ ଏବଂ ଗଡଚଣ୍ଡୀଙ୍କ ପୀଠରେ ମଧ୍ୟ ଆଜି ମାଙ୍କ ଷୋଡ଼ଶ ଦିନାତ୍ମକ ପୂଜା ବିଧି ଆରମ୍ଭ ହୋଇଛି।ମା’ଙ୍କ ସହସ୍ର କୁମ୍ଭାଭିଷେକ ପରେ ନଦୀରୁ ଜଳ ଆଣି ଘଟ ସ୍ଥାପନ  କରାଯିବ। ଏହାପରେ ଷୋଡ଼ଶ ଉପଚାର ପୂଜା ଓ ସୁନାବେଶ କରାଯିବ। ସେହିପରି ମଣ୍ଡପରେ ବି ଦୁର୍ଗତନାଶୀନଙ୍କ ଆବାହନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଗଲାଣି।

Advertisment
Puri Shreemandir Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe